ଫୁସଫୁସରେ କ୍ୟାନ୍ସର ! ଜାଣନ୍ତୁ ଲକ୍ଷଣ ଓ କିପରି ରହିବେ ସାବଧାନ (Dr Arvind Kumar)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ୟାନ୍ସର ବହୁତ ପ୍ରକାରର ହୋଇଥାଏ । ଶରୀରର କୌଣସି ସ୍ଥାନରେ ମଧ୍ୟ କ୍ୟାନ୍ସର ହେବାର ସମ୍ଭାବନା ରହିଥାଏ । ଆଜି ଆପଣ ମାନେ ଫୁସଫୁସରେ ହେଉଥିବା କ୍ୟାନ୍ସର ବିଷୟରେ ଜାଣିବାକୁ ପାଇବା । ଫୁସଫୁସରେ କ୍ୟାନ୍ସର ହେଲେ ଶରୀରରେ ଅନେକ ପ୍ରକାର ଲକ୍ଷଣମାନ ଦେଖିବାକୁ ମିଳିଥାଏ । ଯେପରି ପ୍ରଥମେ ବାରମ୍ବାର କାଶ ହେବାକୁ ଆରମ୍ଭ ହୋଇଥାଏ ।

ତାପରେ କାଶ ସହ ରକ୍ତ ମଧ୍ୟ ପଡିଥାଏ । ତାପରେ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହୋଇଥାଏ । ଛାତି ପାଖାପାଖି ହୋଇଥିଲେ । ଛାତିରେ ଯନ୍ତ୍ରଣା ମଧ୍ୟ କେତେକ କ୍ଷେତ୍ରରେ ଦେଖାଯାଇଥାଏ । ଏହା ସହିତ ଫୁସଫୁସ କ୍ୟାନ୍ସରରେ ସାଧାରଣଲ ଲକ୍ଷଣ ମଧ୍ୟ କିଛି ରହିଥାଏ । ଯେପରି ଭୋକ ନହେବା, ଓଜନ କମିଯିବା, ଶରୀରରୁ ଇମ୍ମୁନିଟି ପାୱାର କମିଯାଇଥାଏ ଓ ଦେହ ଦୁର୍ବଳ ଲାଗିବା ଭଳି କେତେ ସବୁ ଲକ୍ଷଣ ଦେଖାଯାଇଥାଏ ।

ବେଳେ ବେଳେ ଏପରି କ୍ଷେତ୍ରରେ ଛାତିରେ ପାଣି ଜମିଯାଇଥାଏ । ଫୁସଫୁସରେ କ୍ୟାନ୍ସର ହେଲେ । ଯଦି ସେଠୀ ଥିବା ସ୍ନାୟୁ ସଂସ୍ପର୍ଶରେ ଆସିଥାଏ । ତେବେ ତାହା ଗଳା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯାହା ଦ୍ଵାରା ଗଳା ସଂକ୍ରମିତ ହୋଇ ଗଳା ଦରଜ ହେବା ସହିତ କଥା କହିବା ବେଳେ ସ୍ଵର ସ୍ପଷ୍ଟ ହୋଇନଥାଏ ।

ଏହିପରି ଭାବରେ ତାହା ଯଦି ଧୀରେ ଧୀରେ କରି ଖାଦ୍ୟନଳୀ ଓ ଶ୍ଵାସ ନଳୀକୁ ପ୍ରଭାବିତ କରିଥାଏ । ତେବେ ଖାଦ୍ୟନଳୀ ଓ ଶ୍ଵାସନଳୀ ପ୍ରଭାବିତ ହୋଇ ଦବିଜାଇଥାଏ । ତେବେ ସେଥିରେ ମଧ୍ୟ ଖାଦ୍ୟ ଖାଇବାରେ ସମସ୍ଯା ହେବା ସହିତ ଶ୍ଵାସକ୍ରିୟା ପ୍ରକ୍ରିୟାରେ ଅସୁବିଧା ସୃଷ୍ଟି ହୋଇଥାଏ । ଯଦି କ୍ୟାନ୍ସର ଫୁସଫୁସରେ ହୋଇ ଶରୀରର ଅନ୍ୟ ଭାଗକୁ ଚାଲିଯାଇଥାଏ । ତେବେ ସେହି ଭାଗରେ ମଧ୍ୟ କ୍ୟାନ୍ସର ହୋଇଯାଇଥାଏ ।

ଯଦି ଫୁସଫୁସରେ ହୋଇ ମସ୍ତିସ୍କକୁ କ୍ୟାନ୍ସର ଆଟାକ କରିଥାଏ । ତେବେ ମସ୍ତିସ୍କ ଏହା ଦ୍ଵାରା ବହୁତ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥାଏ । ଯେପରି ମୁଣ୍ଡରେ ଅସହ୍ୟ ବିନ୍ଧା ଯନ୍ତ୍ରଣା ହେବା, ମୁଣ୍ଡ ବୁଲାଇବା, କୌଣସି ନିସ୍ପତି ଠିକ ସେ ନେବାରେ ଅସୁବିଧା ହେବା, ବାନ୍ତି ଲାଗିବା ଓ ଆଖିର ଦ୍ରୁଷ୍ଟି ଶକ୍ତି ମଧ୍ୟ ଧୀରେ ଧୀରେ କରି କମିଯାଇଥାଏ ।

ଯଦି ଫୁସଫୁସରେ କ୍ୟାନ୍ସର ହୋଇ ହାତକୁ ଚାଲିଯାଇଥାଏ । ତେବେ ସେହି ପଟ ହାତରେ ଦରଜ ବିନ୍ଧା ଆରମ୍ଭ ହୋଇଥାଏ । ଏହା ସହିତ ଯେତେବେଳେ ବ୍ୟକ୍ତି ଏହାର କାରଣ ଜାଣିବା ପାଇଁ  ଟେଷ୍ଟ କରିଥାଏ । ସେତେବେଳେ ଲଙ୍ଗ କ୍ୟାନ୍ସର ହାତକୁ ପ୍ରଭାବିତ କରିଛି ବୋଲି ଜଣାପଡିଥାଏ । ତେଣୁ ଏହିପରି ଲକ୍ଷଣ ପ୍ରକାଶ ପାଉଥିଲେ । ଡାକ୍ତରଙ୍କର ପରାମର୍ଶ ନେଇଯିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *