ଫଟା ଗୋଇଠି ପାଇଁ ଚିନ୍ତିତ ! ରାତାରାତି ଗୋଇଠିକୁ କରନ୍ତୁ ସଫ୍ଟ ଆଉ ସୁନ୍ଦର – Cracked heels treatment at home

ବନ୍ଧୁଗଣ ଶୀତ ଦିନରେ ଅତ୍ୟଧିକ ଥଣ୍ଡା ଯୋଗୁ ଆମ ହାତ, ଗୋଡ ତଥା ପୁରା ବଡି ହିଁ ଶୁସ୍ଖ ଦେଖାଯାଇଥାଏ । ତେବେ ଏହି ଅତ୍ୟଧିକ ଥଣ୍ଡାର ପ୍ରଭାବ ଆମ ପାଦର ଗୋଇଠି ଉପରେ ମଧ୍ୟ ପଡିଥାଏ । ଯାହାକୁ ଆମେ ଗୋଇଠି ଫାଟିଛି ବୋଲି କହୁ । ଏହି ସମସ୍ଯା ହେବା ଦ୍ଵାରା ଚାଲିବାବୁଲିବାରେ ବହୁତ କଷ୍ଟ ଅନୁଭୂତ ହେଉଥିବା ବେଳେ ଏହା ଯୋଗୁ ପାଦର ସୁନ୍ଦରତା ମଧ୍ୟ କମିଯାଇଥାଏ । ତେବେ ଏହି ଗୋଇଠି ଫଟାକୁ କିପରି ଘରୋଇ ଉପଚାର ଦ୍ଵାରା ଦୂର ପାରିବା ଆସନ୍ତୁ ଏଠାରେ ଜାଣିବା ।

ଶୀତଦିନେ ଅତ୍ୟଧିକ ଥଣ୍ଡା ଯୋଗୁଁ ଅନେକ ଲୋକଙ୍କର ପାଦ ଫାଟିଥାଏ । ତେଣୁ ଆପଣଙ୍କ ପାଦ ଫାଟିବା ସମସ୍ଯାକୁ ଦୂର କରିବା ପାଇଁ ଯେଉଁ ଘରୋଇ ଉପଚାର ପ୍ରସ୍ତୁତ କରିବେ ସେଥିପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ କିଛି ପେଟ୍ରୋଲିୟମ ଜେଲି । ଆପଣ ଯେକୌଣସି କମ୍ପାନୀର ପେଟ୍ରୋଲିୟମ ଜେଲି ନେଇପାରିବେ । ଶୀତଦିନେ ଏହା ପ୍ରାୟ ସମସ୍ତଙ୍କ ଘରେ ଉପଲବ୍ଧ ଥାଏ ।

ଏକ ଛୋଟ ଗିନାରେ ଅପ୍ନା ଏକ ଚାମୁଚ ପେଟ୍ରୋଲିୟମ ନିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ପୂଜାରେ ବ୍ୟବହାର ହେଉଥିବା ଏକ କର୍ପୁର । ଏହି କର୍ପୁରକୁ ଆପଣ ପ୍ରଥମେ ହାଲୁକା ଭାବେ ପିଟି ଗୁଣ୍ଡ କରି ଦିଅନ୍ତୁ ଓ ଏହାକୁ ପେଟ୍ରୋଲିୟମ ଜେଲି ନେଇଥିବା ଗିନାରେ ପକାଇ ଦିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ କିଛି ନଡିଆ ତେଲ । ସେହି ସମାନ ଗିନାରେ ଏକ ଚାମୁଚ ନଡିଆ ତେଲ ନିଅନ୍ତୁ ।

ଏହାପରେ ଆପଣଙ୍କୁ ଶେଷ ସାମଗ୍ରୀ ଆବଶ୍ୟକ ହେବ ତାହା ହେଉଛି ସୋରିଷ ତେଲ । ଏହି ସମସ୍ତ ସାମଗ୍ରୀ ନେବା ପରେ ଆପଣ ଏକ ଚାମୁଚ ସାହାଯ୍ୟରେ ସମସ୍ତ ସାମଗ୍ରୀକୁ ଭଲ ଭାବେ ମିଶାଇ ଦିଅନ୍ତୁ । କିଛି ସମୟ ଦେଇ ଆପଣ ସେସବୁକୁ ଭଲ ଭାବେ ମିଶାନ୍ତୁ ଯେପରି ତାହା ଏକ ବହଳିଆ କ୍ରିମ ଭଳି ଦିଶିବାକୁ ଲାଗିବ । ଏହି କ୍ରିମକୁ ଆପଣ ରାତିରେ ଶୋଇବାକୁ ଯିବା ପୂର୍ବରୁ ନିଜ ଗୋଇଠିରେ ଲଗାନ୍ତୁ ।

ସବୁ କାମ ସରିବା ପରେ ପ୍ରଥମେ ପାଦକୁ ଭଲ ଭାବେ ଧୋଇ ସଫା କରିଦିଅନ୍ତୁ । ଆପଣ ଚାହିଁଲେ ଉଷୁମ ପାଣିରେ ପାଦକୁ 10ମିନିଟ ଯାଏଁ ବୁଡେଇ ରଖନ୍ତୁ । ଏହାପରେ ଏକ ଗାମୁଛାରେ ପାଦକୁ ଭଲ ଭାବେ ପୋଛି ଦିଅନ୍ତୁ ଓ ପ୍ରସ୍ତୁତ କରିଥିବା କ୍ରିମରୁ ଅଳ୍ପ ନେଇ ଗୋଇଠିରେ ଭଲ ଭାବେ ମାଲିସ କରନ୍ତୁ । 5ମିନିଟ ଧରି ଭଲ ଭାବେ ମାଲିସ କରିବା ପରେ ଗୋଇଠିରେ ଖଣ୍ଡେ ସୂତା କପଡା ଗୁଡାଇ ଦିଅନ୍ତୁ ।

ଏହାଦ୍ବାରା ଏହି ତେଲ ଆପଣଙ୍କ ବିଛଣା କିମ୍ବା ପୋଷାକରେ ଲାଗିବନି । ଏହିଭଳି ଲଗାନ୍ତୁ ଦେଖିବେ ଫଟା ଗୋଇଠି ହୋଇଥିଲେ, ତାହା ଧୀରେ ଧୀରେ ଭଲ ହେବାକୁ ଲାଗିବ । ଯଦି ଫଟା ଗୋଇଠି ସମସ୍ଯା ଅଳ୍ପ ପୁରୁଣା ଅଟେ ତେବେ ଆପଣ ଏହାକୁ ସାତ ଦିନ ଧରି ଲଗାନ୍ତୁ, ଦେଖିବେ ଏହି ସମସ୍ୟାରୁ ଖୁବ ଶୀଘ୍ର ମୁକ୍ତି ପାଇବେ । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *