Vastu Tips- ଏମିତି କଳା ସୂତା ପିନ୍ଧିବାର ଭୁଲ କେବେ ବି କରିବେନି, ବର୍ବାଦ ହେଇଯାଏ ପୁରା ପରିବାର, ଦରିଦ୍ରତା କେବେ ବି ପିଛା ଛାଡେ ନାହିଁ

ନମସ୍କାର ବନ୍ଧୁଗଣ । ଆମର ହିନ୍ଦୁ ଧର୍ମର ପରମ୍ପରା ଅନୁସାରେ ଯେତେବେଳେ କୌଣସି ଶିଶୁ ଜନ୍ମ ହୋଇଥାଏ, ସେ ସମୟରେ ଘର ବୟସ୍କ ଗୁରୁଜନ ମାନେ କଳା ସୂତା ତାଙ୍କ ହାତରେ, ଗୋଡରେ କିମ୍ବା ଅଣ୍ଟା ରେ ବାନ୍ଧି ଦେଇଥାନ୍ତି । ତାହଚଡ ଆସେହି ଶିଶୁର ମୁହଁ ରେ ମଧ୍ୟ କଳା ଟୀକା କିଛି ଲଗାଇ ଦିଅନ୍ତି । କାରଣ କଳା ରଙ୍ଗ ରେ କୌଣସି ପ୍ରକାରର କିଛି ନଜର ଲାଗି ନଥାଏ । ତାହାଛଡା ଏହା ଖରାପ ଦ୍ରୁଷ୍ଟି ଶକ୍ତି ରୁ ରକ୍ଷା ମଧ୍ୟ କରିଥାଏ ।

ଦ୍ରୁଷ୍ଟି ଶକ୍ତିରୁ ରକ୍ଷା ପାଇବା ପାଇଁ କଳା ରଙ୍ଗର ସୂତା କିମ୍ବା କଳା କପଡା ଆଦିର ବ୍ୟବହାର କରା ଯାଇଥାଏ । ଯଦି ଆପଣଙ୍କ ଘରେ ବନ୍ଧୁଗଣ ସବୁବେଳେ କଳି ଝଗଡା ଅଶାନ୍ତି ଲାଗି ରହୁଛି, ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ କୌଣସି ବ୍ୟକ୍ତି ଙ୍କର କିଛି ଖରାପ ଦ୍ରୁଷ୍ଟି ବା ନଜର ଲାଗି ଯାଇଛି ।

ଯାହାଫଳରେ ଜୀବନ ରେ ଏପରି ନକରାତ୍ମକତା ଦେଖିବାକୁ ମିଳୁଛି । ବନ୍ଧୁଗଣ ଏହି ସବୁ ସମସ୍ଯା ରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆପଣ କୌଣସି ଶନିବାର ଦିନ ଶନି ମନ୍ଦିର କୁ ଯାଇ ସେଠାରେ ଏକ କଳା ରଙ୍ଗର ଏକ ମିଟର ସୂତା ନେଇ ସେଥିରେ ୧୦୮ ଟି ଗଣ୍ଠି ପକାଇ ଦିଅନ୍ତୁ । ଏବଂ ପ୍ରତି ଗଣ୍ଠି ସହ “ଓଁ ଶନିଶ୍ଚରାୟ ନମଃ” ମନ୍ତ୍ର ର ବିଶ୍ବାସ ର ସହ ଉଚ୍ଚାରଣ କରନ୍ତୁ ।

ଏହାପରେ ସେହି ସୂତା ଟିକୁ ଆଣି ନିଜ ଘରର ମୁଖ୍ୟ ଦ୍ଵାରରେ ବାନ୍ଧି ଦିଅନ୍ତୁ । ଏହାଦ୍ଵାରା ଘରେ ଥିବା ନକରାତ୍ମକତା ଶକ୍ତି ଗୁଡିକ ମୂଳ ରୁ ଶେଷ ହୋଇଯିବ, ଓ ଆପଣଙ୍କ ଘରେ ସକରାତ୍ମକତା ର ବାତାବରଣ ରହିବ । ଦ୍ଵିତୀୟ ଉପାୟ ଟି ହେଉଛି, ବନ୍ଧୁଗଣ ଯଦି ଆପଣ ଙ୍କଘରେ କୌଣସି ବ୍ୟକ୍ତି ଙ୍କର ଶରୀର ସବୁବେଳେ ଅସୁସ୍ଥ ହୋଇ ରହୁଛି, ତେବେ ଆପଣ ଏକ କଳା ରଙ୍ଗର ସୂତା କୁ ମନ୍ଦିର ନେଇ ତାହାକୁ ସେହି ବ୍ୟକ୍ତିଙ୍କ ନାମରେ ପୂଜା କରାଇ ସେହି ବ୍ୟକ୍ତି ଙ୍କର ହାତ ରେ କିମ୍ବା ଗୋଡରେ ବାନ୍ଧି ଦିଅନ୍ତୁ ।

ଏପରି କରିବା ଦ୍ଵାରା ଖୁବ ଶୀଘ୍ର ସେହି ବ୍ୟକ୍ତି ଜଣକ ଆରୋଗ୍ୟ ହୋଇଯିବେ । ତୃତୀୟ ରେ ବନ୍ଧୁଗଣ କେବେ ମଧ୍ୟ କଳା ସୂତା କୁ କାହା ଠାରୁ ଆଣି ବ୍ୟବହାର କରିବା ଉଚିତ ହୋଇ ନଥାଏ । ଏହାକୁ ସବୁବେଳେ ମନ୍ଦିର ରୁ କୌଣସି ପୂଜାରୀ ଙ୍କ ଠାରୁ ଆଣିବା ଉଚିତ । ନଚେତ ଆପଣ ଚାହିଁଲେ ଆପଣ ଏହାକୁ ବଜାରରୁ କିଣି ଆଣି ମଧ୍ୟ ବ୍ୟବହାର କରି ପାରନ୍ତି । ଅନ୍ୟ କାହାଠାରୁ ଆଣି କଳା ସୂତା ପିନ୍ଧିବା ଦ୍ଵାରା ଜୀବନରେ ନକରାତ୍ମକତା ପ୍ରବେଶ କରିଥାଏ ।

ତାହାଛଡା ବ୍ୟବହାର କରିଥିବା କଳା ସୂତା କୁ ଏଣେ ତେଣେ ନ ଫୋପାଡି କୌଣସି ଓସ୍ତ ଗଛ ମୂଳରେ ପୋତି ଦେବା ଉଚିତ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *