ଏହି ଲକ୍ଷଣ ଦେଖା ଦେଲେ ଜାଣିବେ ଆପଣଙ୍କ Kidney ହେଉଛି ଖରାପ… ନିଶ୍ଚୟ ଜାଣି ରଖନ୍ତୁ (Dr Sachin Patil)

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ କିଡ୍ନି ଖରାପ ହେବାର ଲକ୍ଷଣ ସମ୍ବନ୍ଧରେ । ଆମ୍ଭ ଶରୀରରେ କିଡ୍ନି ଏକ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିଡ୍ନି ଶରୀରରେ ର-କ୍ତ କୁ ଛାଣିଥାଏ । କିଡ୍ନି ୨୪ ଘଣ୍ଟା ର-କ୍ତ କୁ ଫିଲ୍ଟର କରିଥାଏ । ଏହାପରେ କିଛି ବିଷାକ୍ତ ପଦାର୍ଥ ବାହାରିଥାଏ । ଏହାକୁ ନିଷ୍କାଶିତ କରିବାର କାର୍ଯ୍ୟ କିଡ୍ନି କରିଥାଏ । ମାତ୍ର ଯଦି ଅଳ୍ପ ମାତ୍ରାରେ ମଧ୍ୟ କିଡ୍ନି ରେ ସମସ୍ୟା ଦେଖାଯାଇଥାଏ, ତେବେ ଏହି କାରଣରୁ କିଡ୍ନି ଖରାପ ହୋଇଥାଏ । ଏବଂ ଏହିସବୁ ବାଲାନ୍ସ ବିଗିଡି ଯାଇପାରେ ।

ତେବେ କିଡ୍ନି ଖରାପ ବୋଲି କିଭଳି ଜାଣିବେ ? ବ୍ଲଡ଼ପ୍ରେସର ଯାହାକି ୧୪୦ ଉପରକୁ ରହୁଅଛି, ଯଦି ଆପଣଙ୍କୁ କିଛି ଜେନେଟିକ ବିମାରୀ ଅଛି, ପରିସ୍ରା ଦ୍ଵାର ରେ ବାରମ୍ବାର ଯନ୍ତ୍ରଣା ହେବା, ଏହି ରାସ୍ତାରେ ବାରମ୍ବାର ଷ୍ଟୋନର ପ୍ରୋବ୍ଲେମ ହେବା, ନେଫ୍ରାଟିସ ସହିତ ଆହୁରି ଅନେକ କାରଣ ଅଛି ଯାହାଦ୍ଵାରା କିଡ୍ନି ର ସମସ୍ୟା ଦେଖାଯାଇପାରେ ।

ପରିସ୍ରା ର ମାତ୍ରା ଅଥବା ପରିସ୍ରା କରିବାର ସମୟରେ ପରିବର୍ତ୍ତନ ଆସିବା, ପରିସ୍ରା ର ରଙ୍ଗ ବଦଳିଯିବା, ପରିସ୍ରା ଲାଗିଥାଏ ମାତ୍ର ଏହା ସତ୍ବେ ମଧ୍ୟ ପରିସ୍ରା ହୋଇ ନଥାଏ । କିଡ୍ନି ଖରାପ ହେଲେ ଗୋଡ ଫୁଲିଯାଇଥାଏ । ଏବଂ ସକାଳେ ଯେତେବେଳେ ଉଠୁଛନ୍ତି ସେତେବେଳେ ଆଖିତଳପତା ଆଖ ଫୁଲିଯିବ । ଶରୀର ଫୁଲିଯିବା କାରଣରୁ ଆପଣଙ୍କ ଓଜନ ମଧ୍ୟ ବୃଦ୍ଧି ହୋଇଯାଇଥାଏ ।

ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ବସିଛନ୍ତି ଅଥବା ପରିଭ୍ରମଣ କରୁଛନ୍ତି ଏହି କ୍ଷେତ୍ରରେ ଆପଣଙ୍କ ପାଦ ଫୁଲିଯାଇପାରେ । ଏହିସବୁ କାରଣ ଯୋଗୁଁ ଆପଣଙ୍କୁ ଥକାପଣ ଅନୁଭବ ହୋଇଥାଏ । ଏକାଗ୍ରତା ରେ ଅଭାବ ଦେଖାଯାଇଥାଏ, ଚିଡ ଚିଡପଣ ଦେଖାଦେଇଥାଏ । ଏବଂ ପରିସ୍ରା ଦ୍ଵାର ପାଖରେ ଇନଫେକସନ ମଧ୍ୟ ହୋଇଯାଇଥାଏ । ପେଟରେ ଯନ୍ତ୍ରଣା, ଅଥବା ଅଲଗା ଅଲଗା ପ୍ରକାରର ସମସ୍ୟା ଉତ୍ପନ୍ନ ହୋଇଥାଏ । କିଡ୍ନି ଶରୀରରୁ ଦୂଷିତ ପଦାର୍ଥ କୁ ନିଷ୍କାଶିତ କରିଥାଏ । ମାତ୍ର ଯେତେବେଳେ କିଡ୍ନି ଖରାପ ଥିଲେ ସେ ପଦାର୍ଥ ବାହାରି ପାରିବ ନାହିଁ ଫଳରେ ପେଟ ଦରଦ, ବାନ୍ତି ହେବା, ଭୋକ ନ ଲାଗିବା, ଏହିସବୁ କାରଣରୁ ଓଜନ କମ ହେବା ଇତ୍ୟାଦି ସମସ୍ୟା ଦେଖାଦେଇଥାଏ ।

ଏହିସବୁ କାରଣ ହେତୁ ଆପଣଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ମଧ୍ୟ ସମସ୍ୟା ଦେଖାଦେଇଥାଏ । ସେହିଭଳି ଭାବରେ ତାହା ଯଦି ଚମଡା ମଧ୍ୟରେ ଜମା ହୋଇଯାଇଥାଏ ତେବେ ସ୍କିନ ରେ ରାସେସ ମଧ୍ୟ ଦେଖାଦେଇଥାଏ । ତେଣୁ ଯଦି ଏଭଳି କିଛି ଲକ୍ଷଣ ଦେଖୁଛନ୍ତି ତେବେ ଆପଣ ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ।

ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *