Vastu Tips- ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଏହି 5 ଟି ଦିବ୍ୟ ବୃକ୍ଷକୁ କେବଳ ଥରେ ମାତ୍ର ନମସ୍କାର କରିବା ଦ୍ଵାରା ଦୂର ହୋଇଯାଏ ଦରିଦ୍ରତା

ବନ୍ଧୁଗଣ, ଭଗବାନ ଶ୍ରୀ କୃଷ୍ଣ ୫ ଟି ଏଭଳି ବୃକ୍ଷ ଙ୍କ ସମ୍ବନ୍ଧରେ କହିଛନ୍ତି, ଯାହାର ପୂଜା କରିବା ଦ୍ଵାରା ବ୍ୟକ୍ତି ଙ୍କ ଜୀବନରେ ଦୁଖ, ଦରିଦ୍ରତା ଏବଂ କ୍ଲେଶ ଦୂର ହୋଇଯାଇଥାଏ । ଆମ୍ଭର ହିନ୍ଦୁ ଧର୍ମରେ ବୃକ୍ଷ ମାନଙ୍କୁ ଅତ୍ୟନ୍ତ ପୂଜନୀୟ ମନାଯାଇଅଛି । ଶାସ୍ତ୍ର ଅନୁସାରେ ବୃକ୍ଷ ରେ ମଧ୍ୟ ପ୍ରାଣ ରହିଅଛି । ଏହି ସୃଷ୍ଟି ରେ ସର୍ବ ପ୍ରଥମ ସ୍ଥାନ ବୃକ୍ଷ କୁ ହିଁ ମିଳିଅଛି । ଏହା ପରେ ଜୀବଜନ୍ତୁ ମାନଙ୍କର ଉତ୍ପତ୍ତି ହୋଇଅଛି । ବୃକ୍ଷ ଅଥବା ଗଛଲତା ଆମ୍ଭ ଜୀବନର ସର୍ବପ୍ରଥମ ସାଥି ଅଟନ୍ତି ।

ବୃକ୍ଷ ନଥିଲେ କିଛି ନାହିଁ । ଏପରିକି ଆମ୍ଭର ଜୀବନ ମଧ୍ୟ ରହିବ ନାହିଁ । ଆସନ୍ତୁ ଜାଣିନେବା ସେହି ଗଛଲତା ସମ୍ବନ୍ଧରେ ଯାହାର ପୂଜା ଆମ୍ଭକୁ ଥରେ ମାତ୍ର କରିବା ନିହାତି ଆବଶ୍ୟକ । ୧- ଅଧିକାଂଶ ହିନ୍ଦୁ ଘରେ ତୁଳସୀ ଗଛ ଅବଶ୍ୟ ଦେଖିବାକୁ ମିଳିଥାଏ । ଏହାକୁ ହିନ୍ଦୁ ଧର୍ମ ରେ ସବୁଠାରୁ ଅଧିକ ପବିତ୍ର ମାନାଯାଇଅଛି ।

ତୁଳସୀ ଗଛର ନିୟମିତ ଭାବରେ ପୂଜାର୍ଚ୍ଚନା କରିବା ଦ୍ଵାରା ସୁଖ ସମୃଦ୍ଧି ଆସିଥାଏ । ଏହା ଆୟୁର୍ବେଦିକ ରେ ମଧ୍ୟ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତୁଳସୀ ପତ୍ର ନାନା ପ୍ରକାରର ଔଷଧ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଏଣୁ ତୁଳସୀ ଗଛର ନିତ୍ୟ ପୂଜା କରିବା ଆବଶ୍ୟକ ।

୨- ଓସ୍ତ ଗଛ, ହିନ୍ଦୁ ଧର୍ମ ରେ ଓସ୍ତ ଗଛ କୁ ବହୁତ ପୁଜନୀୟ ମାନାଯାଇଅଛି । ବେଦ ପୁରାଣ ତଥା ଗୀତା ରେ ମଧ୍ୟ ଭଗବାନ ଶ୍ରୀ କୃଷ୍ଣ ଏହାର ଉଲ୍ଲେଖ କରିଛନ୍ତି । ଏହାକୁ ବ୍ରହ୍ମ ସ୍ୱରୂପ ମାନାଯାଇଅଛି । ସଂସ୍କୃତ ରେ ଏହାକୁ ଅଶ୍ଵତଥ ବୃକ୍ଷ କୁହାଯାଇଅଛି । ଓସ୍ତ ଗଛରେ ୩୩ କୋଟି ଦେବୀ ଦେବତା ଙ୍କ ବାସ ରହିଥାଏ । ଏଣୁ ଏହାକୁ ପୂଜା କରିବା ଦ୍ଵାରା ବହୁତ ପୂଣ୍ୟ ମିଳିଥାଏ ।

୩- ଶାସ୍ତ୍ର ଏବଂ ବେଦ ରେ ବରଗଛ ର ମଧ୍ୟ ବହୁତ ଭୂମିକା ରହିଅଛି । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଜ୍ୟେଷ୍ଟ ମାସରେ ବରଗଛ ର ପୂଜା କରାଯାଇଥାଏ । ଯାହାକୁ ବଟ୍ଟପୂର୍ଣ୍ଣିମା କୁହାଯାଇଥାଏ । ଏହି ବ୍ରତ ସୁହାଗିନୀ ସ୍ତ୍ରୀ ନିଜ ସ୍ଵାମୀ ଙ୍କ ଲମ୍ବା ଆୟୁଷ ନିମନ୍ତେ କରିଥାନ୍ତି ।

୪- ନିମ୍ବ ଗଛ କୁ ମଧ୍ୟ ପୂଜନୀୟ ଭାବରେ ଗ୍ରହଣ କରାଯାଇଅଛି । ଔଷଧୀୟ ଗୁଣରେ ଭରପୁର ଏବଂ ଧାର୍ମିକ ମହତ୍ଵ ରହିଥିବା ନିମ୍ବ ଗଛ ଆପେ ଆପେ ଉଠିଯାଇଥାଏ । ଏବଂ ସମ୍ପୂର୍ଣ୍ଣ ଭାରତରେ ବହୁଳ ଭାବରେ ମିଳିଥାଏ । ଏହା ନକାରାତ୍ମକତା କୁ ଦୂର କରିଥାଏ । ଏଣୁ ମନୁଷ୍ୟ କୁ ନିମ୍ବ ଗଛ ର ମଧ୍ୟ ପୂଜା କରିବା ନିହାତି ଆବଶ୍ୟକ ।

୫- ଆମ୍ବଗଛ, ହିନ୍ଦୁ ଧର୍ମ ରେ ଆମ୍ବ ଗଛ କୁ ମହତ୍ଵ ଦିଆଯାଇଅଛି । ବିବାହ, ବ୍ରତଘର ତଥା ପୂଜା ରେ କଳସ ଉପରେ ଆମ୍ବଡାଳ ରଖି ପୂଜା କରାଯାଇଥାଏ । ଏଣୁ ଏୟାର ପୂଜା କରିବା ଆବଶ୍ୟକ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *