ବନ୍ଧୁଗଣ, ଜୀବନରେ ଆପଣ ସଫଳତାର ଶୀର୍ଷରେ କିଭଳି ପହଞ୍ଚିବେ ? ତେବେ ଆସନ୍ତୁ ଏକ ସୁନ୍ଦର କାହାଣୀ ମାଧ୍ୟମରେ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିବା । କୁନା ନାମକ ଜଣେ ଯୁବକ ଗୁରୁଜୀଙ୍କ ପାଖରେ ଆସି ପହଞ୍ଚିଲା । ଗୁରୁଜୀ କହିଲେ କୁନା ତୁ ତ ବହୁତ ଖୁସି ପରୀକ୍ଷା ତୋର ଭଲ ହୋଇଛି । ମାତ୍ର କୁନା କହିଲା ଗୁରୁଜୀ ମୁଁ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିଛି ଯେତିକି ଖୁସି ନୁହେଁ ମୋ ଭାଇ ଆଜି ଟପ୍ପର ହୋଇଛି ମୁଁ ବହୁତ ଖୁସି ।
ମାତ୍ର ମୁଁ ଆଶ୍ଚର୍ଯ୍ୟ ହୋଇଯାଉଅଛି, ଯିଏ ଷଷ୍ଠ, ସପ୍ତମ, ଅଷ୍ଟମ, ନବମରେ ଯିଏ ମାତ୍ର ୩୦ ରୁ ୪୦ ପ୍ରତିଶତ ମାର୍କ ରଖୁଥିଲା ସେହି ଭାଇ କିପରି କ୍ଳାସରେ ୯୮ ପ୍ରତିଶତ କରି ରଖିଲା ତାହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଉଛି । ଗୁରୁଜୀ କହିଲେ ଆଜିକୁ ସଠିକ ବର୍ଷେ ପୂର୍ବେ ତୋ ଭାଇ ପରୀକ୍ଷାରେ ଯେତେବେଳେ ଖରାପ କଲା, ସେତେବେଳେ କାନ୍ଦି କାନ୍ଦି ଆସି ମୋ ପାଖରେ ପହଞ୍ଚିଲା ଏବଂ କହିଲା ସାର ମୁଁ କ’ଣ ଜୀବନରେ କେବେ ପାସ କରି ପରିବି ନାହିଁ ?
ମୁଁ କ’ଣ ଜୀବନରେ କେବେ ଭଲ ନମ୍ବର ରଖି ପାରିବି ନାହିଁ ? ସେତେବେଳେ ଗୁରୁଜୀ କହିଥିଲେ ଯେ ମୁନ୍ନା ଶୁଣୁ ତୋ ଭାଇ କୁନା ମଧ୍ୟ ଭଲ ପାଠ ପଢୁଛି । ମାତ୍ର ତୁ ଯଦି ଗୋଟିଏ କାମ କରିବୁ ତେବେ ତୁ ନିଶ୍ଚିତ ଦିନେ ସଫଳତାର ଶୀର୍ଷରେ ପହଞ୍ଚି ପାରିବୁ । ଏହା ପରେ ମୁନ୍ନା କହିଲା ଗୁରୁଜୀ ମୁଁ କଣ ସତରେ ଭଲ ପାଠ ପଢୀପାରିବି ? ମୋର ଭାରି ଇଛା ଭଲ ପାଠ ପଢିବା ନିମନ୍ତେ,ମାତ୍ର କ’ଣ କରିବି ମୋର ତ ପାଠ ହଉନି ।
ଗୁରୁଜୀ କହିଲେ ଯାହା ଭିତରେ ଶ୍ରଦ୍ଧା ଅଛି ସେ ନିଶ୍ଚିତ ଦିନେ ନା ଦିନେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ । ଏହାପରେ ଗୁରୁଜୀ କହିଲେ ଯେ ପାଠକୁ ସବୁବେଳେ କାମ ଭଳି ପଢିବାକୁ ଚେଷ୍ଟା କର । ଯଦି ପ୍ରେସର ନେଇ ପଢିବା ତେବେ ପ୍ରେସର କୁକର ହୋଇଯିବା । ଏବଂ ଆପଣ ଭଲ ଛାତ୍ର ହୋଇପାରିବେ ।
ଗୁରୁଜୀ ପଚାରିଲେ ଗପ ତୋର ମନେ ରହୁଛି ନା ମନେ ରହୁନି ? ମୁନ୍ନା କହିଲା ଯେ ଗୁରୁଜୀ ଯାହା ଗପ ପଢୁଛି କି ଶୁଣୁଛି ସବୁ ମନେ ରହୁଛି ମାତ୍ର ପାଠ ଯାହା ପଢୁଛି କିଛି ମନେ ରହୁନାହିଁ । ମାତ୍ର ତୁମ୍ଭେ ପାଠ ପଢିଲା ବେଳେ ପ୍ରେସର ନେଇ ପାଠ ପଢୁଛ, ସେଥିପାଇଁ ତୁମ୍ଭର କିଛି ମନେ ରହୁନାହିଁ । ଏଣୁ ପାଠକୁ ସବୁବେଳେ ଗପ ଭଳି ପଢିବା ଚେଷ୍ଟା କର ।
କାରଣ ଗପ ଭଳି ପଢୁଥିବା ପାଠ ନିଶ୍ଚିତ ମନେ ରହିବ । ମନ ରହିବାର ଶକ୍ତି ସମସ୍ତଙ୍କ ପାଖରେ ରହିଥାଏ । ମାତ୍ର ପରୀକ୍ଷାର ଦୁଇଟି କାମ ରହିଥାଏ, ଗୋଟିଏ ହେଉଛି ମନେ ପକାଇବା ଏବଂ ଅନ୍ୟଟି ହେଉଛି ଲେଖିବା । ପରୀକ୍ଷାରେ ଯାହାର ମନେ ପଡିବ ସେ ନିଶ୍ଚିତ ଭାବରେ ଭଲ ଲେଖିବ । ତେବେ ମୁନ୍ନା ଗୁରୁଜୀଙ୍କ କଥା ଶୁଣିଥିବାରୁ ସେ ଆଜି ପରୀକ୍ଷାରେ ଟପ୍ପର ହୋଇପାରିଛି ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ