ଏକା ଥରକେ ଆଣ୍ଠୁ-ଗଣ୍ଠି ବିନ୍ଧା, ଅଣ୍ଟାବିନ୍ଧା, ହାତ ଗୋଡ ବିନ୍ଧା, ସମସ୍ତ ପ୍ରକାର Joint pain ହେଇଯିବ ଗାୟବ, କେତେ ବି ପୁରୁଣା ହେଇଥାଉ ନା କାହିଁକି ?

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ର ସମୟରେ ଗଣ୍ଠି ଯନ୍ତ୍ରଣା ଏକ ଏପରି ସମସ୍ୟା ଯାହାକି ପ୍ରାୟତଃ ସମସ୍ତ ଙ୍କ ଠାରେ ହିଁ ଦେଖିବାକୁ ମିଳୁଛି । ଏହାର ମୁକ୍ଷ କାରଣ ହେଉଛି ଶରୀର ରେ କ୍ୟାଲସିୟମ ର ଅଭାବ । ତାହାଛଡା ଆମର ଜୀବନ ଶୈଳୀ ଓ ଖାଦ୍ଯ ପାନୀୟ କିଛି ଏପରି ହୋଇ ଯାଇଛି, ଯାହା କାରଣ ରୁ ଆମ ଶରୀରକୁ ସମସ୍ତ ପ୍ରକାରର ପୋଷକତା ମିଳି ପାରୁ ନାହିଁ । ଫଳ ରେ ଖୁବ କମ ବୟସ ରୁ ହିଁ ଏପରି ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ଦେଖିବାକୁ ମିଳିଥାଏ ।

ତାହା ସହ କିଛି ଲୋକ ଙ୍କର କୌଣସି କିଛି ଦୁର୍ଘଟଣା ର କାରଣ ରୁ ମଧ୍ୟ ଏହି ସବୁ ସମସ୍ଯା ଦେଖା ଦେବା ଆରମ୍ଭ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି ଉପଚାର ଯାହାର ସାହାର୍ଯ୍ୟ ରେ ଆପଣ ପୁରୁଣା ରୁ ପୁରୁଣା ଗଣ୍ଠି ଜନିତ ସମସ୍ଯା କୁ ନିଜ ଜୀବନ ରୁ ଦୂର କରି ଦେଇ ପାରିବେ । ଏହା ପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ରାଶି ତେଲ, ସୋରିଷ ତେଲ ବା ଜଡା ତେଲ ।

ବନ୍ଧୁଗଣ ଏହି ଉପଚାର ଟି କୁ ପ୍ରସ୍ତୁତ କରିବା ପାଇଁ ଆପଣ ଏହି ତିନୋଟି ମଧ୍ୟରୁ ସ୍ଵଇଚ୍ଛାନୁସାରେ ଯେ କୌଣସି ତେଲ କୁ ନେଇ ପାରିବେ । ଆପଣ ଏକ ପାତ୍ର କୁ ଗ୍ଯାସ ରେ ବସାଇ ସେଥିରେ ପାଞ୍ଚ ଚାମଚ ତେଲ ଦେଇ ଦିଅନ୍ତୁ । ଏହା ପରେ ସେଥିରେ ୪ ପାଖୁଡା ରସୁଣ କୁ ଭଲ ଭାବରେ ଛଡାଇ ତାହାକୁ ଛୋଟ ଛୋଟ କରି କାଟି ସେହି ତେଲ ରେ ପକାଇ ଦିଅନ୍ତୁ ।

ଏହା ପରେ ରସୁଣ ଟି ଭଲ ଭାବରେ ଲାଲ ପଡିଯିବା ପରେ ସେଥିରେ ଅଧ ଚାମଚ ହଳଦୀ ଗୁଣ୍ଡ ପକାଇ ଦିଅନ୍ତୁ । ଏହା ପରେ କିଛି ସମୟ ପାଇଁ ଏହାକୁ ଭଲ ଭାବରେ ଭାଜି ଏହାକୁ କାଢି ନିଅନ୍ତୁ । ଏହା ପରେ ଗ୍ଯାସ ଉପରେ ଏକ ତାୱା କୁ ଓଲଟା କରି ବସାଇ ଦିଅନ୍ତ । ଏହା ପରେ ଅରଖ ପତ୍ର କିଛି ଆଣି ତାକୁ ସେହି ତାୱା ର ପଛ ଭାଗରେ ରଖି ଭଲ ଭାବରେ ସେକି ଦିଅନ୍ତୁ । ଏହା ପରେ ଆପଣ ଙ୍କର ଯେଉଁ ସ୍ଥାନରେ ଯନ୍ତ୍ରଣା ହେଉଛି ସେହି ସ୍ଥାନରେ ସେହି ତେଲ ଉଷୁମ ଥିବା ଅବସ୍ଥା ରେ ହିଁ ଆଣି ସେହି ସ୍ଥାନକୁ ଭଲ ଭାବରେ କିଛି ସମୟ ଧରି ମାଲିସ କରନ୍ତୁ ।

ଏହା ପରେ ସେହି ଅରଖ ପତ୍ର କୁ ମଧ୍ୟ ଗରମ ଥିବା ଅବସ୍ଥା ରେ ସେହି ସ୍ଥାନ ଉପରେ ରଖି ବାନ୍ଧି ଦିଅନ୍ତୁ । ଏହା ପରେ ଆଉ ଏକ କପଡା ସାହାର୍ଯ୍ୟ ରେ ସେହି ସ୍ଥାନ କୁ ଭଲ ଭାବରେ ବାନ୍ଧି କିଛି ସମୟ ପାଇଁ ଛାଡି ଦିଅନ୍ତୁ । ଏହା ପରେ ଆପଣ ଦେଖିବେ ଖୁବ ଶୀଘ୍ର ହିଁ ଆପଣ ଙ୍କର ସେହି ଗଣ୍ଠି ଯନ୍ତ୍ରଣା ମୂଳ ରୁ ଶେଷ ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *