ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରକୁ ସୁସ୍ଥ ଓ ଫିଟ୍ ରଖିବାକୁ ସମସ୍ତଙ୍କ ମନରେ ଏକ ଇଛା ଥାଏ । ବହୁତ ଲୋକ ଏପରି ମଧ୍ୟ ଅଛନ୍ତି, ଯେଉଁ ମାନଙ୍କର ଶରୀର ହଟାତ ଭାବେ ମୋଟାପଣର ଶିକାର ହୋଇଯାଇଥାଏ । ଯେଉଁ କାରଣରୁ ସେମାନେ ନିଜର ମନ ମୁତାବକ ପୋଷାକ ପିନ୍ଧିପାରନ୍ତି ନାହିଁ କି ଏମାନେ ଅନ୍ୟ ଆଗରେ ନିଜକୁ ସାମ୍ନା କରିବାକୁ ଇଛା କରନ୍ତି ନାହିଁ । ଏହା ସହିତ ମୋଟାପଣ ବଢିବା ଦ୍ଵାରା ଶରୀର ସଠିକ ଢଙ୍ଗରେ ଦେଖା ନଯିବା ସହିତ ଅନେକ ରୋଗ ମଧ୍ୟ ଶରୀରରେ ବଢିଥାଏ ।
ସେଥିପାଇଁ ଆପଣଙ୍କୁ ଏକ ପ୍ରଭାବଶାଳୀ ରେମିଡି ପ୍ରସ୍ତୁତ କରିବା ପାଇଁ ପଡିବ । ଯାହା ଆପଣଙ୍କ ମୋଟାପଣ ଦୂର କରିବାରେ ସାହାଜ୍ଯ କରିବ । ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ଲବଙ୍ଗ, ଡାଲଚିନି ଓ ଜୀରା ଦରକାର ପଡିବ । ଲବଙ୍ଗ ମୋଟାପଣ ଦୂର କରିବାରେ ସାହାଜ୍ଯ କରିଥାଏ । ଲବଙ୍ଗରେ ଭିଟାମିନ a, e ଓ k ରହିଥାଏ । ପ୍ରୋଟିନ ଓ ଫାଇବର ମଧ୍ୟ ଲବଙ୍ଗରେ ରହିଥାଏ ।
ଏଥିରେ ଆଣ୍ଟି ଅକ୍ଷିଡେଣ୍ଟ ଥିବାରୁ ଏହା ଶରୀରର ସ୍ଟ୍ରେସ ମଧ୍ୟ ଦୂର କରିଥାଏ । ଦିତୀୟରେ ଡାଲଚିନି ମଧ୍ୟ ଶରୀରର ଫାଟ କମାଇବାକୁ ହେଲ୍ପ କରିଥାଏ । ଏହା ଶରୀରରେ ମେଟାପୋଲିଜ୍ମ ବୃଦ୍ଧି କରିଥାଏ । ତୃତୀୟରେ ଜୀରା ମଧ୍ୟ ଶରୀର ପାଇଁ ଉପକାରୀ ପଦାର୍ଥ ହୋଇଥାଏ । ଏହା ମଧ୍ୟ ଶରୀରରେ ମେଟାପୋଲିଜ୍ମ ବଢାଇ ଜିଦି ଚର୍ବି ଦୂର କରିବାରେ ସାହାଜ୍ଯ କରିଥାଏ ।
ଶରୀରରେ ଯେଉଁ କୋଲେଷ୍ଟ୍ରଲ୍ ର ପରିମାଣ ବଢିକି ଥାଏ । ତାହାକୁ କମାଇବା ପାଇଁ ବହୁତ ମାତ୍ରାରେ ସାହାଜ୍ଯ କରିଥାଏ । ଲବଙ୍ଗ, ଜୀରା ଓ ଡାଲଚିନି ସବୁଥିରୁ ୨୫ ଗ୍ରାମ କରି ନିଅନ୍ତୁ । ୩ ଟି ଉପାଦାନକୁ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଗ୍ରାଇଣ୍ଡିଙ୍ଗ କରିସାରିବା ପରେ ଏହି ପାଉଡରକୁ ଏକ ଡବାରେ ଭଲ ଭାବେ ଷ୍ଟୋର କରି ରଖୀ ଦିଅନ୍ତୁ । ଏଥିରେ ପବନ ବାଜିବାକୁ ଦିଅନ୍ତୁ ନାହିଁ ।
ଏହି ପାଉଡରକୁ ଏକ ଚାମଚ ପାଣିରେ ପକାଇ ସେହି ପାଣିକୁ ଗରମ କରନ୍ତୁ । ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟାଇ ସାରିବା ପରେ ଏହାକୁ ଭଲ ଭାବେ ଛାଣି କିଛି ସମୟ ଥଣ୍ଡା କରିବାକୁ ଛାଡି ଦିଅନ୍ତୁ । ପାଣିକୁ ପୁରା ଥଣ୍ଡା କରିବା ଉଚିତ ନୁହେଁ । ନଖ ଉଷୁମ କରି ସେବନ କରିବା ଉଚିତ । ନଖ ଉଷୁମ ଗରମ ଥିଲା ବେଳେ ସେଥିରେ ଏକ ଚାମଚ ମହୁ ମିଶାଇ ଏହାର ସେବନ କରନ୍ତୁ ।
ଯଦି ଆପଣ ଡାଇବେଟିସ ରୋଗୀ ହୋଇଥିବେ । ତେବେ ମହୁ ମିଶାଇବା ଉଚିତ ହୋଇନଥାଏ । ଆପଣ ଏହି ପ୍ରସ୍ତୁତ କରିଥିବା ଚମତ୍କାରୀ କାଢାକୁ ସକାଳେ ଖାଲି ପେଟରେ ସେବନ କରିବେ । ଏହି କାଢା ସେବନର ୧୪ ଦିନ ମଧ୍ୟରେ ଆପଣଙ୍କ ଶରୀରରେ ଧୀରେ ଧୀରେ କରି ମୋଟାପଣ ଦୂର ହେବାର ଲାଗିବ । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ ।ଧନ୍ୟବାଦ