ଏହିସବୁ ଖାଦ୍ୟକୁ ବାରମ୍ବାର ଗରମ କରି ଖାଇଲେ ହୋଇଯାଏ ବିଷ, ଜାଣିନଥିଲେ ଏବେ ହିଁ ଜାଣନ୍ତୁ…

ବନ୍ଧୁଗଣ ସନ୍ତୁଳିତ ଓ ଅଳ୍ପ ଉଷୁମ ଥିବା ଖାଦ୍ୟ ଖାଇବା ସ୍ଵାସ୍ଥ ପାଇଁ ବହୁତ ଭଲ ହୋଇଥାଏ, ଏହା ଆପଣ ମାନେ ସମସ୍ତେ ଜାଣିଛନ୍ତି । ସେଥିପାଇଁ ଖାଦ୍ୟକୁ ଖାଇବା ସମୟରେ ତାହାକୁ ଅଳ୍ପ ଗରମ କରି ଲୋକମାନେ ଖାଇଥାନ୍ତି । ଯାହା ଖାଇବାକୁ ଭଲ ଲାଗିବା ସହ ତାହା ଦେହ ପାଇଁ ମଧ୍ୟ ଭଲ ହୋଇଥାଏ । ଏମିତି କୁହାଯାଇଥାଏ ଯେ, ଖାଦ୍ୟକୁ ଗରମ କରି ଖାଇବା ଦ୍ଵାରା ସେଥିରେ ଥିବା ଖରାପ ବ୍ୟାକ୍ଟେରିଆ ମଧ୍ୟ ମରିଯାଇଥାନ୍ତି । ଯାହାଦ୍ୱାରା ସେହି ଖାଦ୍ୟ ଖାଇଲେ ଆମ ଶରୀରରେ କୌଣସି ପ୍ରକାର କୁପ୍ରଭାବ ପଡିନଥାଏ ।

ହେଲେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି କିଛି ଖାଦ୍ୟ ପଦାର୍ଥ ବିଷୟରେ କହିବାକୁ ଯାଉଛୁ । ଯେଉଁ ଖାଦ୍ୟକୁ ଯଦି ଆପଣ ମାନେ ବାରମ୍ବାର ଗରମ କରି ଖାଉଥାନ୍ତି । ତେବେ ତାହା ଆପଣଙ୍କ ସ୍ଵାସ୍ଥ ଉପରେ କୁପ୍ରଭାବ ପକାଇଥାଏ । ତେବେ କେଉଁ କେଉଁ ଖାଦ୍ୟକୁ ବାରମ୍ବାର ଗରମ କରି ଖାଇବା ଦ୍ଵାରା ତାହା ସ୍ଵାସ୍ଥ ପାଇଁ ଭଲ ହୋଇନଥାଏ ଆସନ୍ତୁ ସେ ସମ୍ପର୍କରେ ଏଠାରେ ଜାଣିବା ।

1- ଅନେକ ଲୋକ ଚାହା ପିଇବାକୁ ବହୁତ ପସନ୍ଦ କରନ୍ତି । ତେଣୁ ସେମାନେ ଦିନରେ ବହୁ ଥର ଚାହାର ସେବନ କରିଥାନ୍ତି । ସେଥିପାଇଁ କିଛି ଲୋକ ଏକାବେଳେ ଅଧିକ ଚାହା ତିଆରି କରି ରଖିଦେଇଥାନ୍ତି । ଦିନ ସାରା ସେହି ଚାହାକୁ ଗରମ କରି ପିଇବାରେ ଲାଗନ୍ତି । ହେଲେ ଚାହାକୁ ଯଦି ଆପଣ ମାନେ ବାରମ୍ବାର ଗରମ କରି ସେବନ କରୁଥାନ୍ତି । ତେବେ ତାହା ଆପଣଙ୍କ ପାଚନ ତନ୍ତ୍ରକୁ ଦୁର୍ବଳ କରିଦେବା ସହ ତାହା ଶରୀରରେ ଏସିଡିଟି ମଧ୍ୟ ବଢାଇ ଦେଇଥାଏ ।

2- ଅଣ୍ଡା ବାରମ୍ବାର ଗରମ କଲେ ଏହା ବିଷାକ୍ତ ହୋଇଯାଏ । ଯାହା ଖାଇବା ପରେ ହଜମକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ ।

3- ସେହିଭଳି ଚିକେନକୁ ମଧ୍ୟ ବାରମ୍ବାର ଗରମ କରି ଖାଇଲେ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ । କାରଣ ଚିକେନରେ ଥିବା ପ୍ରୋଟିନର କଂପୋଜିସନ ବଢିଥାଏ।

4- ଛତୁ ମଧ୍ୟ ବାରମ୍ବାର ଗରମ କଲେ ଏହାର କଂପୋଜିସନ ବଢିଯାଏ। ଯାହାର ପ୍ରଭାବ ହୃଦଜନିତ ସମସ୍ୟାକୁ ବଢ଼ାଇଥାଏ।

5- ଭାତ ଓ ଆଳୁକୁ ବାରମ୍ବାର ଗରମ କଲେ ଏଥିରେ ବ୍ୟାକ୍ଟେରିଆ ଦୁଇ ଗୁଣ ବଢି ଯାଆନ୍ତି । ଯାହାକି ଆମ ସମସ୍ତଙ୍କ ସ୍ଵାସ୍ଥ ଉପରେ ତାହା ଖରାପ ପ୍ରଭାବ ପକାଇଥାଏ । ଯାହାଫଳରେ ସ୍ଵାସ୍ଥ ଅବସ୍ଥା ବିଗିଡି ଯାଇଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଏହିଭଳି ଭଲ ଭଲ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *