ଏହି କାରଣ ଗୁଡିକ ଯୋଗୁ ପେଟର ଆକାର ବୃଦ୍ଧି ପାଇଥାଏ ! ମୋଟାପଣ ବଢିବାର 7 ପ୍ରମୁଖ କାରଣ !

ବନ୍ଧୁଗଣ ଆଜିକାଲି ଅନେକ ଲୋକ ନିଜର ମୋଟାପଣକୁ ନେଇ ବହୁତ ଅଧିକ ଚିନ୍ତାରେ ରହୁଛନ୍ତି । କାସ୍ କରି ଲୋକଙ୍କର ପେଟରେ ଚର୍ବି ଜମା ହୋଇ ପେଟର ଆକାର ବୃଦ୍ଧି କରିଦେଉଛି । ଯାହାକୁ ଆମେ ମୋଟାପଣ ବୋଲି କହୁଛେ । ବନ୍ଧୁଗଣ ଆମ ଶରୀରକୁ ଫ୍ୟାଟର ଆବଶ୍ୟକତା ଥାଏ । କାରଣ ବଡି ଫ୍ୟାଟ ଆମ ଶରୀରର ଅଙ୍ଗ ଗୁଡିକୁ ଇନସୁଲେଟ କରିଥାଏ ଓ ଶରୀରର ତାପାମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ ।

ବଡି ଫ୍ୟାଟ ଆମ ଶରୀରର ହରମୋନସକୁ ବଢାଇବାରେ ମଧ୍ୟ ସହାୟକ ହୋଇଥାଏ । ହେଲେ ଯେତେବେଳେ ଆମ ପେଟ ଭିତରେ ଥିବା ଅଙ୍ଗ ତଥା ପାକସ୍ଥଳୀ, କିଡନୀ ଓ ଲିଭର ଆଦିରେ ଅଧିକ ଫ୍ୟାଟ ଜମା ହୋଇଯାଇଥାଏ । ସେତେବେଳେ ଏହା ଆମ ମାନଙ୍କ ପାଇଁ ଅନେକ ସମସ୍ୟା ଆଣିଥାଏ । ତେବେ ପେଟ ବଢିବା ଅର୍ଥାତ ବେଲି ଫ୍ୟାଟ ବଢିବାର କିଛି ବିଶେଷ କାରଣ ରହିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ କାରଣ ଗୁଡିକ ବିଷୟରେ କହିବାକୁ ଯାଉଛୁ ତା ହେଲେ ଏହି ସବୁ କାରଣ ଗୁଡିକ ବିଷୟରେ ଆସନ୍ତୁ ଜାଣିବା ।

1- ଆମ ଶରୀରକୁ କ୍ୟାଲେରିସର ଆବଶ୍ୟକତା ଥାଏ । ହେଲେ ଦରକାର ଠାରୁ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ଶରୀରରେ ମୋଟାପା ଶୀଘ୍ର ବଢିଥାଏ । ତେଣୁ ଆବଶ୍ୟକତାରୁ ଅଧିକ କ୍ୟାଲେରିସର ସେବନ କରିଲେ ଆପଣଙ୍କ ବେଲି ଫ୍ୟାଟ ନିଶ୍ଚୟ ବଢିବ ।

2- ଦ୍ଵିତୀୟ ହେଉଛି ଅଛି ମେଟାବଲିଜମ । ବୟସ ଯେତେବେଳେ ବଢି ବଢି ଯାଇଥାଏ ସେତେବେଳେ ଆମ ଶରୀରର ମେଟାବଲିଜମ କମି କମି ଯାଇଥାଏ । ଏହି କାରଣ ପାଇଁ ମଧ୍ୟ ବେଲି ଫ୍ୟାଟ ବଢିବାରେ ଲାଗିଥାଏ । ସାଧାରଣତଃ ପୁଅ ମାନଙ୍କ ଅପେକ୍ଷା ଝିଅ ମାନଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖା ଦେଇଥାଏ ।

3- ତୃତୀୟରେ ହେଉଛି ବଡି ଫ୍ୟାଟ ଡିଷ୍ଟ୍ରିବ୍ୟୁସନ । ଆମ ଶରୀରରେ ଫ୍ୟାଟ ଗୁଡିକ ବିଭିନ୍ନ ଅଙ୍ଗରେ ଡିଷ୍ଟ୍ରିବ୍ୟୁଟ ହୋଇଥାଏ । ଯଦି ଆମ ଶରୀରର ଫ୍ୟାଟ କେବଳ ଆମ ପେଟରେ ଜମା ହେବ ତା ହେଲେ ପେଟର ଆକାର ବଢିବାକୁ ଲାଗିବ । ତେବେ ବ୍ୟକ୍ତି ବହୁତ ଶୀଘ୍ର ମୋଟାପଣର ଶିକାର ହୋଇଥାଏ ।

4- ଅନେକ ଥର ମୋଟାପଣ ଜେନେଟିକ ମଧ୍ୟ ହୋଇଥାଏ । ଜିନ୍ସ ପାଇଁ ମଧ୍ୟ ଲୋକମାନଙ୍କୁ ମୋଟାପଣର ଶିକାର ହେବାକୁ ପଡିଥାଏ । ଯଦି ପରିବାରର ସଦସ୍ୟ ଅର୍ଥାତ ବାପା, ମାଆ ମୋଟା ହୋଇଥାନ୍ତି । ତେବେ ସେମାନଙ୍କର ପିଲାଙ୍କ ଠାରେ ମଧ୍ୟ ମୋଟାପଣ ଖୁବ ଶୀଘ୍ର ଚାଲି ଆସିଥାଏ ।

ତେବେ ଆମ ପୋଷ୍ଟଟି ପସନ୍ଦ ଆସିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ସହ ଭଲ ଭଲ ଅପଡେଟ ପାଇବାକୁ ଚାହୁଁଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *