vidur niti;- ଏହି ଗୁଣ ଥିବା ପୁରୁଷ କୋଟିଏରେ ଗୋଟିଏ ହୋଇଥାନ୍ତି, ଭାଗ୍ୟଶାଳୀ ନାରୀଙ୍କୁ ମିଳିଥାନ୍ତି ଏପରି ଜୀବନସାଥୀ

ବନ୍ଧୁଗଣ ମହାତ୍ମା ବିଦୁର କହିଥିବା ଏପରି ଉତ୍ତମ ପୁରୁଷଙ୍କ ବିଷୟରେ ଆଲୋଚନା କରିବା । ବିଦୁରଙ୍କ କହିବା ଅନୁସାରେ ଏହି ପୁରୁଷ ମାନଙ୍କୁ ସଂସାରରେ ଖୋଜିଲେ ମଧ୍ୟ ମିଳିବେ ନାହିଁ ଏହି ଗୁଣ ଥିବା କିଛି ପୁରୁଷଙ୍କ ମଧ୍ୟରେ କେତେ ଜନ୍ମର ପୂଣ୍ୟ କରିବା ପରେ ମିଳିଥାଏ । ଏମାନଙ୍କ ଉପରେ ଈଶ୍ବରଙ୍କ କୃପା ସର୍ବଦା ରହିଥାଏ । ସ୍ଵୟଂ ଦେବତା ମାନେ ଏମାନଙ୍କ ସ୍ଵାଗତ ପାଇଁ ଅପେକ୍ଷା କରି ରହିଥାନ୍ତି ।

ମହାତ୍ମା ବିଦୁର କୌଣସି ସାଧାରଣ ମନ୍ୟୁଷ ନଥିଲେ । ସେ ସ୍ଵୟଂ ଧର୍ମରାଜଙ୍କ ଅବତାର ଥିଲେ । ଏହି କାରଣରୁ ସିଏ ମର୍ତ୍ତ୍ୟ ପ୍ରାଣୀଙ୍କ ଭୂତଭବିଷ୍ୟ ବିଷୟରେ ଭଲ ଭାବରେ ଜାଣିଥିଲେ । ସେ ଜାଣିଥିଲେ କେଉଁ ପ୍ରାଣୀ ନର୍କ କୁ ଯିବ ଓ କିଏ ସ୍ଵର୍ଗକୁ ଯିବ ଏବଂ କୌଣସି ପ୍ରାଣୀ ନିଜ ପୂଣ୍ୟ କର୍ମ ଦ୍ଵାରା ପରମପଦକୁ ପ୍ରାପ୍ତ କରିପାରିବ । ବିଦୁରଙ୍କ ଅନୁସାରେ ଯଦି ବି ଉତ୍ତମ ପୁରୁଷ ମର୍ତ୍ତ୍ୟ ଲୋକରେ ଦୁଃଖ ପାଉଥିଲେ ବା ତାଙ୍କ ଜୀବନରେ କେତେ ସମସ୍ୟା ଆସିଲେ ମଧ୍ୟ ସେ ତଟସ୍ଥ ଭାବରେ ନିଜ ଧର୍ମକୁ ପାଳନ କରିଥାଏ ।

ପରୋପକାର କାର୍ଯ୍ୟ ମାନବ ଜୀବନର ଅଧିକାର ଅଟେ । ପରନ୍ତୁ ଉତ୍ତମ ପୁରୁଷ ସେହି ମରିଯାଇଥିବା ପଶୁ ପରି ହୋଇଥାଏ ଯାହାର ମୃତ୍ୟୁ ପରେ ମଧ୍ୟ ତାର ଚମଡା ଉପଯୋଗରେ ଆସିଥାଏ । ଉତ୍ତମ ପୁରୁଷ ଜୀବିତ ଥାଇ ମଧ୍ୟ ସମସ୍ତଙ୍କ କଲ୍ୟାଣ କରିଥାନ୍ତି କିନ୍ତୁ ମୃତ୍ୟୁ ପରେ ମଧ୍ୟ ଅନ୍ୟର କାମରେ ଆସିଥାନ୍ତି । ତାଙ୍କ ବିଚାର, ଓ ତାଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ମଧ୍ୟ ଦେଇଥାନ୍ତି ।

ବିଦୁର କହୁଛନ୍ତି କି ଗୋଟେ ପୁରୁଷ ଯେତେ ଧନ ଅର୍ଜନ କଲେ ବା କୌଣସି ଉଚ୍ଚ ପଦରେ ବସିଲେ ମଧ୍ୟ ତା ମନରେ କେବେ ବି ଉନ୍ନତ ହୋଇନଥାଏ । ଅର୍ଥାତ ଯେତେ ବି ଧନବାନ ବନିଗଲେ ମଧ୍ୟ କେବେ ଗର୍ବ କରିନଥାଏ, ଯେତେ ଜ୍ଞାନ ପ୍ରପାତ କରି ଅନ୍ୟକୁ କେବେ ଅପମାନ କରିନଥାଏ ।

ଯେଉଁ ପ୍ରକାର ବୃକ୍ଷରେ ଫଳ ଆସିବା ପରେ ସେ ନଇଁ ଯାଇଥାନ୍ତି, ପାଣି ଦ୍ଵାରା ଭରିଥିବା ବାଦଲ ଆକାଶରୁ ତଳକୁ ଆସିଥାନ୍ତି ସେହିପରି ଉତ୍ତମ ପୁରୁଷ ଯେତେ ଧନ ଅର୍ଜନ କଲେ ମଧ୍ୟ ସର୍ବଦା ନମ୍ର ରହିଥାଏ । ଯେଉଁ ପରି ନଦୀ ସ୍ଵୟଂ ଜଳ ନିଜେ ପିଇ ପାରେ ନାହିଁ, ବୃକ୍ଷ ନିଜ ଫଳ ନିଜେ ଖାଇ ପାରନ୍ତି ନାହିଂ ସେହିପରି ମହାନ ପୁରୁଷ ନିଜ ଜୀବନ ପରୋପକାରରେ ବିତାଇ ଥାନ୍ତି ।

ଅର୍ଥାତ ଉତ୍ତମ ପୁରୁଷ କେବେ ବି ନିଜ ପାଇଁ କୌଣସି କାର୍ଯ୍ୟ କରି ନଥାଏ, ନିଜ ପାଇଁ କେବେ ବି ଧନ ଅର୍ଜନ କରି ନଥାଏ ପରନ୍ତୁ ସେ ନିଜ ଜୀବନର ପ୍ରତିଟି କ୍ଷଣ ଅନ୍ୟର ଉପକାର ନିମନ୍ତେ କାର୍ଯ୍ୟ କରିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ। ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *