ଏହି ଦିଗରେ ତୁଳସୀ ଗଛ ଲଗାଇବା ଅର୍ଥ ନିଜ ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିବା, ତୁଳସୀ ଗଛ ବିଷୟରେ ମହତ୍ଵପୂର୍ଣ୍ଣ ଟିପ୍ସ – Tulasi Mata

ହିନ୍ଦୁ ଧର୍ମ ଅନୁଯାଇ ପ୍ରତ୍ଯେକଟି ହିନ୍ଦୁ ଲୋକଙ୍କ ଘରର ଅଗଣାରେ ତୁଳସୀ ବୃକ୍ଷ ଲଗାଯାଇ ତାହାର ପୂଜା ଅର୍ଚନା କରାଯାଇଥାଏ । ତେବେ ତୁଳସୀ ଗଛର ମହତ୍ଵ ସମ୍ପର୍କରେ ଆପଣ ମାନେ ନିଶ୍ଚୟ ଅଳ୍ପ ବହୁତ ଜାଣିଥିବେ । ଏହି ବୃକ୍ଷ କେବଳ ଧାର୍ମିକ ଦ୍ରୁଷ୍ଟିରୁ ପବିତ୍ର ନୁହେ ବଂର ଔଷଧୀୟ ଗୁଣରେ ମଧ୍ୟ ଏହି ବୃକ୍ଷ ଭରପୁର ହୋଇଥାଏ । ତେବେ ତୁଳସୀ ଗଛ ଯଦି ଆପଣଙ୍କ ଘରେ ରହିଅଛି । ତେବେ ଏହାକୁ ଲଗାଇବାର ସଠିକ ଦିଗ ଏବଂ ସେହି ସମ୍ପର୍କିତ ଅନ୍ଯାନ୍ଯ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ନିହାତି ଆପଣଙ୍କୁ ଜାଣି ରଖିବା ଉଚିତ ।

ସନାତନ ଧର୍ମ ଅନୁଯାଇ ତୁଳସୀ ଗଛ ସମସ୍ତଙ୍କ ଘରେ ଲଗେଇବା ଶୁଭ ହୋଇଥାଏ । ସବୁଜ ଓ ଘନ ତୁଳସୀ ଗଛ ଧନ ବୃଦ୍ଧିକୁ ସୁଚାଇ ଥାଏ । କିନ୍ତୁ ଯଦି ଏହି ତୁଳସୀ ଗଛ ଭୁଲ ଦିଶାରେ ଲଗାଇବେ । ତେବେ ଏହି ଗଛ ଆପଣଙ୍କ ଘରକୁ ସୋଭାଗ୍ୟ ଜାଗାରେ ଦୁର୍ଭାଗ୍ୟ ଆଣିଥାଏ, ସେଥିପାଇଁ ତୁଳସୀ ଗଛ ଘରର ସଠିକ ଦିଶାରେ ରଖିବା ଉଚିତ ଅଟେ ।

ଆପଣଙ୍କ ଘରର ଦକ୍ଷିଣ ଦିଗକୁ ଅଶୁଭ କୁହାଯାଇଥାଏ । ସେଥିପାଇଁ ଭୁଲରେ ବି ତୁଲସୀ ଗଛ ଦକ୍ଷିଣ ଦିଶାରେ ଲଗାନ୍ତୁ ନାହିଁ ।  ଯଦି ଆପଣ ଜାଣତରେ ବା ଅଜାଣତରେ ଏମିତି କରିଛନ୍ତି । ତେବେ ଆପଣଙ୍କ ଘରେ ଦୁର୍ଭାଗ୍ୟ ବହୁତ ଶୀଘ୍ର ଆସିବ । ଏହି ଦୁର୍ଭାଗ୍ୟ ଦ୍ଵାରା ଆପଣଙ୍କ ଘରେ ଦରିଦ୍ରତା ଆସିବ ଓ ଦାମ୍ପତ୍ୟ ଜୀବନରେ ଝଗଡା ସବୁ ବେଳେ ଲାଗି ରହିବ ।

ଓସ୍ତ ଓ ବର ଗଛକୁ ହିନ୍ଦୁ ଧର୍ମରେ ପବିତ୍ର ବୃକ୍ଷ କୁହାଯାଏ କିନ୍ତୁ ଏହି ଗଛ ଗୁଡିକ କେବେ ଘର ଭିତରେ ଲଗାଇବା ଉଚିତ ନୁହେଁ ଏହାକୁ ଘର ବାହାରେ ଲଗାଇବା ଉଚିତ । ଯଦି ଏହି ଗଛ ଗୁଡିକ ଘର ଭିତରେ ରହିବ ତେବେ ଏହା ଅଶୁଭ ଫଳ ଦେଇଥାଏ । ମାନ୍ୟତା ଅଛି ଯେ ଓସ୍ତ ଗଛ ଘରେ ଲଗାଇଲେ ଘର ଲୋକଙ୍କୁ ରାତିରେ ଖରାପ ସପନ ଆସିଥାଏ ।

ଅରଖ ଫୁଲ ଗଛ ଘର ଭିତରେ ଭୁଲରେ ବି ଲଗାନ୍ତୁ ନାହିଁ ଏହାକୁ ଘର ବାହାରେ ଲଗାନ୍ତୁ, ଏହିଭଳି ଗଛ ଘର ଭିତରେ ରହିଲେ ଘର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ମାନ୍ୟତା ଅନୁଯାଇ ଉଞ୍ଚା ଗଛ ଗୁଡିକ ଘର ଦକ୍ଷିଣ ଓ ପଶ୍ଚିମ ଦିଶାରେ ଲଗାଇବା ଉଚିତ ହୋଇଥାଏ, ଏହି ସ୍ଥାନରେ ଲଗାଇଲେ ଗଛକୁ ଭରପୁର ମାତ୍ରାରେ ଖରା ପ୍ରାପ୍ତ ହୋଇଥାଏ ଯାହା ଦ୍ଵାରା ଏହା ଘରକୁ ଭଲ ଛାଇ ପ୍ରଦାନ କରନ୍ତି ।

ପୋଷ୍ଟଟି ଭଲ ଲାଗିଥିଲେ । ଆଗକୁ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *