ଧନକୁ ଚୁମ୍ବକ ପରି ଟାଣନ୍ତି ଏହି ପଶୁ ପକ୍ଷୀ, ଆପଣଙ୍କ ଘରକୁ ଆସୁଛନ୍ତି କି ? Ajira Anuchinta

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଏହି ଜୀଵ ମାନେ କରିଥାନ୍ତି ଧନୀ । କାଉ, ଗାଈ,କୁକୁର,ପାରା ଏବଂ ଜନ୍ଦା ପିମ୍ପୁଡ଼ି । କିପରି ଏବଂ କଣ କଲେ ଧନ ସମୃଦ୍ଧି ପ୍ରାପ୍ତି ହେବା ସହିତ ଦୁଃଖ ଦୁର୍ଦ୍ଦଶା ମଧ୍ୟ ଦୂର ହେବ । ତେବେ ଆସନ୍ତୁ ସେହି ଉପାୟ ବିଷୟରେ ଜାଣିବା ।

ଆମର ପୂର୍ବ ପୁରୁଷ ମାନେ ଏମାନ ଙ୍କୁ ଖାଦ୍ୟ ଦେଇ ଥାନ୍ତି । ପାଳି ଥାନ୍ତି ଏବଂ ସେମାନଙ୍କ ର ସେବା ମଧ୍ୟ କରିଥାନ୍ତି । ବିଶେଷ କରି ଶ୍ରାଦ୍ଧ କିମ୍ବା ଅନ୍ୟ କିଛି ପୂଜା ଅର୍ଚ୍ଚନା ରେ ଏମାନେ ଯଦି ସମର୍ପିତ ଖାଦ୍ୟ ଖାଇ ଦେଇଥାନ୍ତି ତେବେ ତାହା ପୂର୍ବ ପୁରୁଷ ମାନେ ପ୍ରାପ୍ତ କଲେ ବୋଲି ମାନ୍ୟତା ରହିଛି । କେହି ମାନନ୍ତୁ କିମ୍ବା ନ ମାନନ୍ତୁ କିନ୍ତୁ ଏହା ଆମ ଜୀବନରେ ଅନେକ ପ୍ରଭାବ ପଡ଼ିଥାଏ । ଯଦି ସଦ ଭାବନା ଏବଂ ବିଶ୍ୱାସ ର ସହିତ ଏହି କାର୍ଯ୍ୟ କରାଯାଏ ତେବେ ନିଶ୍ଚିତ ସୁଫଳ ମିଳିଥାଏ ।

୧- ପ୍ରଥମ ରେ ହେଉଛି କାଉ । କାଉ ମନୁଷ୍ୟ ର ବନ୍ଧୁ ହୋଇଥାଏ କାରଣ ପରିବେଶ କୁ ସଫା ସୁତୁରା ରଖିବାରେ ଏହା ଅନେକ ପ୍ରକାରର ସାହାଯ୍ୟ କରିଥାଏ । କାଉ ଶନି ଦେବଙ୍କ ବାହନ ଅଟେ । ଶନିଦେବଙ୍କ ଅତି ପ୍ରିୟ ମଧ୍ୟ । କାଉ କୁ ପ୍ରତିଦିନ କିଛି ଖାଦ୍ୟ ଦେଇ ସନ୍ତୁଷ୍ଟ କଲେ ଶନିଦେବ ବହୁତ ଖୁସି ହୁଅନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରନ୍ତି । କ୍ଷୀରି,ପୁରୀ,ବିସ୍କୁଟ,ରୁଟି ଆଦି ଦେଇ ପାରିବେ ।

କ୍ଷୀରି ରେ ଚାଉଳ ଏବଂ କ୍ଷୀର ର ମିଶ୍ରଣ ଶୁକ୍ର ଗ୍ରହ ର ପ୍ରତୀକ ତେଣୁ ପ୍ରତ୍ୟେକ ଅମାବାସ୍ୟା ରେ କିମ୍ବା ଶନିବାର ଦିନ କାଉ କୁ କ୍ଷୀରି ଖୁଆଇଲେ ତେବେ ଶନିଦେବଙ୍କ ସହ ଶୁକ୍ର ଗ୍ରହ ମଧ୍ୟ ପ୍ରସନ୍ନ ହୋଇ ଥାନ୍ତି । ପିତୃ ପୁରୁଷଙ୍କୁ ପିଣ୍ଡ ଦାନରେ ମଧ୍ୟ କାଉ କୁ ଭୋଜନ କରା ଯାଇଥାଏ । ମାନ୍ୟତା ଅଛି କି କାଉ ଭୋଜନ ଗ୍ରହଣ କଲେ ପିତୃ ପୁରୁଷ ମଧ୍ୟ ଗ୍ରହଣ କରନ୍ତି ।

୨- ଦ୍ଵିତୀୟ ରେ ହେଉଛି କଳା କୁକୁର । ଏହା ହେଉଛି କାଳ ଭୈରବ ଙ୍କ ବାହାନ ଅଟେ । ତେଣୁ ଯଦି କଳା କୁକୁର କୁ କିଛି ଖାଦ୍ୟ ଦିଆଯାଏ ତେବେ ବହୁତ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ପ୍ରତ୍ୟେକ ଅମାବାସ୍ୟା କିମ୍ବା ଶନିବାର ରେ ରୁଟି,ଗୁଡ଼,ବିସ୍କୁଟ ଆଦି ଦିଆଯାଏ ତେବେ ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଏବଂ ଆଶୀର୍ବାଦ ପ୍ରଦାନ କରିଥାନ୍ତି ଯାହା ଦ୍ୱାରା ଆମର କଷ୍ଟ ଦୁଃଖ ଦୂର ହୋଇଥାଏ ।

୩- ତୃତୀୟ ରେ ହେଉଛି ପିମ୍ପୁଡ଼ି ଏବଂ ଜନ୍ଦା । ସେମାନେ ବହୁତ ପରିଶ୍ରମୀ ଜୀବ ସର୍ଵଦା ନିଜର ଖାଦ୍ୟ ଖୋଜିବାର ପ୍ରୟାସ ରେ ଥାଆନ୍ତି । ଏହି ଜନ୍ଦା ପିମ୍ପୁଡ଼ି ଆମ ନଜର ରେ ନ ଆସିଛନ୍ତି ଆମେ ସେମାନଙ୍କୁ ଅଣ ଦେଖା କରି ଦେଇଥାଉ । କିନ୍ତୁ ଶାସ୍ତ୍ର ଅନୁସାରେ ସେମାନଙ୍କୁ ଯଦି ଚିନି ଗୁଡ଼ ଆଦି ଖାଦ୍ୟ ଖାଇବାକୁ ଦିଆଯାଏ ତେବେ ଆମର ସମସ୍ତ ଦୁଃଖ କଷ୍ଟ ଦୁର ହୁଏ ଏବଂ ରାଶି ନକ୍ଷତ୍ର ରେ ଥିବା ଦୋଷ ମଧ୍ୟ ଦୁର ହୁଏ ।

୪- ଚତୁର୍ଥ ରେ ହେଉଛି ଗାଈ । ଗାଈ କୁ ହିନ୍ଦୁ ଧର୍ମ ରେ ମାତା ବୋଲି ମାନି ଥାଆନ୍ତି । ତାର ଗୋବର ଏବଂ ମୂତ୍ର କୁ ଶୁଭ ବୋଲି ମଧ୍ୟ କହିଥାନ୍ତି । ଗାଈ କୁ ପ୍ରତିଦିନ ଖାଦ୍ୟ ଦେଲେ କିମ୍ବା ସେବା କରିବା ଦ୍ୱାରା ଆମକୁ ଅନେକ ପୁଣ୍ୟ ମିଳି ଥାଏ ଏବଂ ଆମର ସମସ୍ତ ପାପ ଏବଂ ଦୋଷ ମଧ୍ୟ ଦୁର ହୋଇ ଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *