ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଓଲିଉଡ ଇଣ୍ଡଷ୍ଟ୍ରୀ ଫିଲ୍ମର ପ୍ରସିଦ୍ଧ ଗାୟିକା ଦୀପ୍ତିରେଖା ଙ୍କ ସମ୍ବନ୍ଧରେ। ବନ୍ଧୁଗଣ ଆପଣ ମାନେ ତ ଦୀପ୍ତିରେଖା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ଓଲିଉଡ ଫିଲ୍ମ ହେଉ ଅଥବା ଆଲବମ ଦୀପ୍ତିରେଖା ନିଜର କଣ୍ଠଦାନ କରିଛନ୍ତି । ନିଜର ମଧୁର କଣ୍ଠ ପାଇଁ ଦୀପ୍ତିରେଖା ଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ସେ କଣ୍ଠଦାନ କରି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ଦୀପ୍ତିରେଖା ଏହି ବର୍ଷ ଡିସେମ୍ବର ମାସ ୧୧ ତାରିଖରେ ସୌମ୍ୟ ରଂଜନ ଙ୍କୁ ବିବାହ କରିଛନ୍ତି । ସୌମ୍ୟ ରଂଜନ ଖୋର୍ଦ୍ଧା ର ଜଣେ ବଡ଼ ବିଜନେସ ମ୍ୟାନ ଅଟନ୍ତି । ସୌମ୍ୟ ଏବଂ ଦୀପ୍ତିରେଖା ଙ୍କ ବିବାହ ସହ ତାଙ୍କ ରିସେପସନ ମଧ୍ୟ ନିକଟରେ ସରିଛି । ଦୀପ୍ତିରେଖା ନିଜ ରିସେପସନ ରେ ବହୁତ ସୁନ୍ଦର ଦେଖାଯାଉଥିଲେ ସୌମ୍ୟ ଙ୍କ ସହିତ । ଶୁଣିବାକୁ ମିଳୁଛି ଯେ, ଦୀପ୍ତିରେଖା ଏବଂ ସୌମ୍ୟ ରଂଜନ ଙ୍କ ଆଗରୁ ପ୍ରେମ ସମ୍ପର୍କ ଥିଲା ଏବଂ ଦୁହିଁଙ୍କ ଲଭ ମ୍ୟାରେଜ ହୋଇଛି।
ବର୍ତ୍ତମାନ ଚର୍ଚ୍ଚା ର ବିଷୟ ଏହା ଯେ, ଦୀପ୍ତିରେଖା ନିଜ ଶାଶୁ ଘରେ ନିଜର ସମୟ କିପରି ଅତିବାହିତ କରୁଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ। ନିଜ ଦମଦାର ଗାୟିକା କୁ ନେଇ ଦର୍ଶକ ମାନଙ୍କ ହୃଦୟ ରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ଦୀପ୍ତିରେଖା ବିବାହ ପରେ ବର୍ତ୍ତମାନ ନିଜ ଶାଶୁ ଘର ଅର୍ଥାତ ଖୋର୍ଦ୍ଧା ରେ ରହୁଛନ୍ତି ଏବଂ ସେହିଠାରୁ ହିଁ ସେ ନିଜର କ୍ୟାରିଆର କୁ ଆଗକୁ ବଢ଼ାଇବା ପାଇଁ ସ୍ଥିର କରିଛନ୍ତି ।
ତାଙ୍କ ସ୍ୱାମୀ ସୌମ୍ୟ ରଂଜନ ଜଣେ ବଡ଼ ବ୍ୟବସାୟୀ ଅଟନ୍ତି ଏବଂ ଦୀପ୍ତିରେଖା ସଙ୍ଗୀତ ରେ ହିଁ ନିଜର କ୍ୟାରିଆର ରେ ଆଗକୁ ବଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଦୀପ୍ତିରେଖା ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଫିଲ୍ମ ଏବଂ ଆଲବମ ସହ ଭଜନ ପରିବେଷଣ ରେ ମଧ୍ୟ ପାରିଦର୍ଶିତା ଲାଭ କରିଛନ୍ତି । ସେ ଭଜନ ମଧ୍ୟ ଗାଇବାକୁ ବହୁତ ଭଲ ପାଆନ୍ତି । ଯେ କୌଣସି କ୍ଷେତ୍ର ହେଉ ନା କାହିଁକି ସେ ନିଜର ମଧୁର କଣ୍ଠ ଦ୍ୱାରା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି ।
ପ୍ରଥମେ ଦୀପ୍ତିରେଖାଙ୍କୁ ଓଡ଼ିଆ ଧାରାବାହିକ ‘ରାଜକନ୍ୟା’ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରିବାର ଦେଖିବାକୁ ମିଳିଥିଲା । ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁତ ମାତ୍ରାରେ ପସନ୍ଦ କରିଥିଲେ । ପରେ ଦୀପ୍ତିରେଖା ସଙ୍ଗୀତ କ୍ଷେତ୍ରରେ ପାଦ ରଖିଥିଲେ ଏବଂ ନିଜ କଣ୍ଠଦାନ କରି ସମସ୍ତ ଦର୍ଶକ ମାନଙ୍କ ମନକୁ କିଣି ନେଇଥିଲେ । ସେ ବହୁତ ଫିଲ୍ମ ଗୀତ ରେ ନିଜର କଣ୍ଠଦାନ କରି ସାରିଛନ୍ତି ଏହା ସହିତ ଆଲବମ ଏବଂ ଭଜନ ରେ ମଧ୍ୟ ନିଜ କଣ୍ଠଦାନ କରିଛନ୍ତି ।
ଦୀପ୍ତିରେଖା ଙ୍କ କଣ୍ଠ ଯେପରି ବହୁତ ସୁନ୍ଦର ଏଵଂ ମଧୁର ସେହିପରି ସେ ଦେଖୁବାକୁ ମଧ୍ୟ ସେତିକି ସୁନ୍ଦର । ବର୍ତ୍ତମାନ ଦୀପ୍ତିରେଖା ନିଜ ଶାଶୂଘରେ ପରିବାର ର ସମସ୍ତ ସଦସ୍ୟ ଙ୍କ ସହ ହସଖୁସିରେ ନିଜର ସମୟ ଅତିବାହିତ କରୁଛନ୍ତି ଏବଂ ଜଣେ ଆଦର୍ଶ ବୋହୁ ଭାବରେ ନିଜର ସମସ୍ତ କର୍ତ୍ତବ୍ୟ ତଥା ଦାୟିତ୍ୱ କୁ ତୁଲାଉଛନ୍ତି।
ଶାଶୁ ଘରେ ସମସ୍ତ ସମସ୍ତ ସଦସ୍ୟ ଙ୍କ ମନରେ ଦୀପ୍ତିରେଖା ନିଜର ଜାଗା ସୃଷ୍ଟି କରିନେଇଛନ୍ତି ଏବଂ ସମସ୍ତ ଙ୍କ ସଠିକ ଭାବରେ ଯତ୍ନ ମଧ୍ୟ ନେଉଛନ୍ତି । ସଂକ୍ଷିପ୍ତ ରେ କହିବାକୁ ଗଲେ ଦୀପ୍ତିରେଖା ବର୍ତ୍ତମାନ ନିଜ ଶାଶୂଘରେ ବହୁତ ଖୁସିରେ ଅଛନ୍ତି ଏବଂ ଦୀପ୍ତିରେଖା ଏବଂ ସୌମ୍ୟ ରଂଜନ ଙ୍କ ଯୋଡିକୁ ମଧ୍ୟ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରୁଛନ୍ତି।
ଏଥି ସହିତ ଦୀପ୍ତିରେଖା ଏହା ମଧ୍ୟ କହିଛନ୍ତି ଯେ, ସେ ଆଗରୁ ଯେପରି ଭାବରେ ଗୀତ ଗାଉଥିଲେ ବର୍ତ୍ତମାନ ବିବାହ ପରେ ମଧ୍ୟ ସେହିପରି ଭାବରେ ନିଜର ସଙ୍ଗୀତ କ୍ଷେତ୍ରକୁ ଜାରି ରଖିବେ ଏବଂ ନିଜ କଣ୍ଠଦାନ କରି ସଙ୍ଗୀତ ମାଧ୍ୟମରେ ନିଜ କ୍ୟାରିଆର ରେ ଆଗକୁ ବଢ଼ିବେ।
ତେବେ ବନ୍ଧୁଗଣ ଏହା ଥିଲା କଣ୍ଠଶିଳ୍ପୀ ଦୀପ୍ତିରେଖା ଙ୍କ ସମ୍ବନ୍ଧରେ। ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ଭଲ ଲାଗିଥିବ । ତେବେ ଫ୍ରେଣ୍ଡ୍ସ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ