ଦୀପାବଳୀରେ ଏହି 5 ଟି ଜାଗାରେ ଦୀପ ନିଶ୍ଚୟ ଜଳାନ୍ତୁ, ଭାଗ୍ୟ ଚମକି ଉଠିବ, ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ – Ajira Anuchinta

ବନ୍ଧୁଗଣ, ପବିତ୍ର ଦୀପାବଳୀ ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଧିକ ଶୁଭେଛା ଏବଂ ଶୁଭ କାମନା । ଏହି ଦୀପାବଳୀ ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ନିମନ୍ତେ ଖୁସି ଏବଂ ଆନନ୍ଦ ଆଣିଦେଉ । ଦୀପାବଳୀ ଭାରତର ସବୁଠାରୁ ଏକ ବଡ ପର୍ବ ଭାବରେ ପ୍ରଚଳିତ । ଏହାସବୁଠାରୁ ବଡ ପ୍ରକାଶମୟ ଉତ୍ସବ ମଧ୍ୟ ଅଟେ ।

ଏହିଦିନ ଭଗବାନ ରାମ ରବଣ ଙ୍କ ଉପରେ ବିଜୟ ପ୍ରାପ୍ତ କରିଥିଲେ । ଦୀପାବଳୀ ପର୍ବ ର ଅନେକ ମହତ୍ଵ ରହିଥାଏ । ଏହା ଆଲୋକର ଉତ୍ସବ ଅଟେ । ହିନ୍ଦୁ ଧର୍ମ ରେ ଏହା ମାନ୍ୟତା ରହିଅଛି ଯେ ଦୀପାବଳୀ ର ଶୁଭ ସମୟରେ ମାତା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିଥିଲେ ।

ମାତା ଲକ୍ଷ୍ମୀ ଦୀପାବଳୀ ରେ ଯାହା ଘରେ ବାସ କରନ୍ତି ତାଙ୍କ ଘରେ କୌଣସି ପ୍ରକାରର ଅଭାବ ହୁଏ ନାହିଁ । ଏହି କାରଣ ହେତୁ ଦୀପାବଳୀ ରେ ପ୍ରତ୍ୟକ ମଣିଷ ଦୀପାବଳୀ ରେ ଦୀପ ଜଳାଇ ସଂପୂର୍ଣ୍ଣ ଘରକୁ ଆଲୋକିତ କରିଥାନ୍ତି । ଦୀପାବଳୀ ଦିନ ବିଶେଷ କରି ଏହି ୫ ଟି ଜାଗାରେ ଦୀପ ଜଳାଇଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଆସନ୍ତୁ ଜାଣିବା ତାହା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

୧- ଦୀପାବଳୀ ଦିନ ଆପଣ ଗୋଟିଏ ଦୀପ ନେଇ ଅସ୍ଵସ୍ଥ ଗଛ ମୂଳରେ ନିଶ୍ଚିତ ଲଗାନ୍ତୁ । ଶାସ୍ତ୍ର ଅନୁଯାଇ ଏହି ଅସ୍ଵସ୍ଥ ଗଛ ରେ ୩୩ କୋଟି ଦେବାଦେବୀ ବାସ କରିଥାନ୍ତି । ଏହି ଜାଗାରେ ଦୀପ ଜଳାଇବା ଦ୍ଵାରା ମାତା ଲକ୍ଷ୍ମୀ ଖୁସି ହୋଇଯାଇଥାନ୍ତି ।

୨- ଦୀପାବଳୀ ଦିନ ମାତା ଲକ୍ଷ୍ମୀ ଙ୍କ ସ୍ଵାଗତ ନିମନ୍ତେ ଆପଣଙ୍କ ଘରର ମୁଖ୍ୟ ଦ୍ଵାରର ଦୁଇ ପାର୍ଶ୍ଵ ରେ ଅର୍ଥାତ ବାମ ଏବଂ ଡାହାଣ ପାର୍ଶ୍ଵରେ ଦୀପ ଅବଶ୍ୟ ଜଳାନ୍ତୁ । ମାତା ଲକ୍ଷ୍ମୀ ସେହି ଘରେ ପ୍ରବେଶ କରିଥାନ୍ତି ଯେଉଁ ଘରେ ଅନ୍ଧକାର ରହି ନଥାଏ ।

୩- ଦୀପାବଳୀ ଦିନ ଆପଣ ଘରେ ପୂଜା କରିବା ସହିତ ଆପଣଙ୍କ ଘର ବାହାରେ ଯଦି ମନ୍ଦିର ଅଛି ତେବେ ମନ୍ଦିରକୁ ମଧ୍ୟ ଦୀପ ର ଆଲୋକ ରେ ଭରି ଦିଅନ୍ତୁ । ଏହାଦ୍ଵାରା ମଧ୍ୟ ଆପଣ ପ୍ରଭୁଙ୍କର ସେବା କରିବାର ସୁଯୋଗ ପାଇବେ ।

୪- ଦୀପାବଳୀ ଦିନ ଆପଣ ମାତା ବୃନ୍ଦାବତୀ ଙ୍କ ନିକଟରେ ଦୀପ ନିଶ୍ଚିତ ଲଗାନ୍ତୁ । ଏହା ଫଳରେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।

୫- ଏହି ଦୀପାବଳୀ ଦିନ ଯଦି ଆପଣଙ୍କ ଜାଣତରେ କୌଣସି ସୁନସାନ ଜାଗାରେ ଶିବଲିଙ୍ଗ ରହିଅଛି ତେବେ ଆପଣ ସେଠାରେ ଦୀପ ନିଶ୍ଚିତ ଜଳାନ୍ତୁ । ବନ୍ଧୁଗଣ ଏହି ବିଶେଷ ସ୍ଥାନ ମାନଙ୍କରେ ପବିତ୍ର ଦୀପାବଳୀ ଦିନ ଦୀପ ଜାଳିବା ଦ୍ଵାରା ଆପଣଙ୍କ ସମସ୍ତ ମନୋଷ୍କାମନା ନିଶ୍ଚିତ ପୂର୍ଣ୍ଣ ହେବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *