ବନ୍ଧୁଗଣ ମଣିଷ ଜୀବନରେ କେବେ ସୁଖ ତ କେବେ ଦୁଖ ଆସିଥାଏ । ଯାହାର ପରିଣାମ ସ୍ୱରୂପ ମଣିଷ ଜୀବନରେ ସଫଳତା ଓ ବିଫଳତା ଲାଭ କରିଥାଏ । ଏମିତି ଦୁନିଆରେ କେଉଁ ବି ବ୍ୟକ୍ତି ନାହି ଯାହା ଜୀବନରେ କେବେଳ ସୁଖ ରହିଛି । ମଣିଷ ଦୁନିଆରେ ଜନ୍ମ ହୋଇଛି ମାନେ ତା ଜୀବନରେ ସୁଖ ଓ ଦୁଖ ଉଭୟ ଲାଗି ରହିବ । ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବା ପାଇଁ କେଉଁ କେଉଁ ନିୟମ ପାଳନ କରିବାକୁ ହୁଏ ଆସନ୍ତୁ ଜାଣିବା ।
୧;- ବନ୍ଧୁଗଣ, ଘରେ ଠାକୁର ଙ୍କ ପୂଜା କରିବା ସମୟରେ ପ୍ରଥମେ ଗଣେଶ ଙ୍କ ଆରାଧନା କରିବା ଉଚିତ, ଏହା ମଙ୍ଗଳକାରୀ ହୋଇଥାଏ । ଏବଂ ଗଣେଶ ଙ୍କୁ କେବେ ମଧ୍ୟ ତୁଳସୀ ଅର୍ପଣ କରିବା ଉଚିତ ନୁହେଁ ।
୨;- ମହାଦେବ ଙ୍କ ପୂଜା କରିବା ସମୟରେ କେବେ ମଧ୍ୟ କେତକୀ ଫୁଲ ର ବ୍ୟବହାର କରିବା ଉଚିତ ନୁହେଁ ।
୩;- ଠାକୁରଙ୍କୁ ଗାଧୋଇଦେବା ସମୟରେ ବୁଢା ଅଙ୍ଗୁଳି ଛାଡି ଅନ୍ୟ ଆଙ୍ଗୁଳି ର ବ୍ୟବହାର କରିବା ଉଚିତ ଏହା ମଙ୍ଗଳକାରୀ ହୋଇଥାଏ ।
୪;- ଦୀପ କୁ କେବେ ମଧ୍ୟ ଭୂମି ରେ ରଖି ଜଳାଇବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ଧନହାନୀର ସମ୍ଭାବନା ଦେଖାଦେଇଥାଏ ।
୫;- ପୂଜା ସମୟରେ ଧୂପକାଠିର ବ୍ୟବହାର କରିବା ଉଚିତ ନୁହେଁ, ସେଥିରେ ବାଉଁଶ କାଠି ରହିଥାଏ ଏବଂ ବାଉଁଶ ଅନ୍ତିମ ସଂସ୍କାରରେ ବ୍ୟବହାର ହୋଇଥାଏ ।
୬;- ରବିବାର ଦିନ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ ମାନ୍ୟତା ଅନୁସାରେ ରବିବାର ଦିନ ତୁଳସୀ ପତ୍ର ତୋଳିବା ଦ୍ଵାରା ଠାକୁରେ ଅପ୍ରସନ୍ନ ହୋଇଥାନ୍ତି ।
୭;- ପୂଜା ସମୟରେ ଶାଳଗ୍ରାମକୁ କେବେ ମଧ୍ୟ ଚାଉଳ ଅର୍ପଣ କରିବା ଉଚିତ ନୁହେଁ ବାସ୍ତୁ ଅନୁସାରେ ଏହା ଅଶୁଭ ହୋଇଥାଏ ।
୮;- ପୂଜା ସମୟରେ କେବେ ମଧ୍ୟ ମଇଳା ହୋଇଥିବା କପଡା ପିନ୍ଧିବା ଉଚିତ ନୁହେଁ, ଏହା ଅଶୁଭ ହେବା ସହିତ ଦାରିଦ୍ର୍ୟତା ଆସିଥାଏ ।
୯;- ପୂଜା କରିବା ସମୟରେ ମନରେ କେବେ ମଧ୍ୟ ଖରା ଚିନ୍ତାଧାରା ଆଣିବା ଉଚିତ ନୁହେଁ, ଏହାଦ୍ଵାରା ପୂଜାର ଫଳପ୍ରାପ୍ତ ହୋଇ ନଥାଏ ।
୧୦;- ପୂଜା ସମୟରେ ଠାକୁରଙ୍କ ଠାରେ ଚଢାଯାଇଥିବା ଫୁଲ କେବେ ମଧ୍ୟ ଏଠି ଶେଠୀ ପକାଇବା ଅନୁଚିତ ଏବଂ ନଦୀରେ ପ୍ରବାହିତ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।
୧୧;- ଠାକୁର ପୂଜା ସମୟରେ ଯେପରି ହାଇ ମାରିବା କିମ୍ବା ନିଦ ଲାଗିବା ଅନୁଚିତ । ଏହା ଅଶୁଭ ହୋଇଥାଏ ଏବଂ ପୂଜାର ଫଳପ୍ରାପ୍ତ ହୋଇ ନଥାଏ ।
୧୨;- ଠାକୁରପୂଜା ସମୟରେ ଟିକେ ମଧ୍ୟ ଭାଙ୍ଗି ଯାଇଥିବା ଦୀପ ଜଳାଇବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଠାକୁର ପୂଜାରେ କୌଣସି ଖଣ୍ଡିତ ସାମଗ୍ରୀ ବ୍ୟବହାର କରିବା ଅନୁଚିତ ।
୧୩;- ଘୀଅଦୀପ ଜଳାଇବା ସମୟରେ ଦୀପ ରେ ଧଳା ରଙ୍ଗର ବତୀ ବ୍ୟବହାର କରିବା ଉଚିତ ଏବଂ ତେଲର ଦୀପାରେ ଲାଲ ରଙ୍ଗର ବତୀ ବ୍ୟବହାର କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।
୧୪;- “ଶୁଭମ କରୋତି କଲ୍ୟାଣମ, ଅରୋଗ୍ୟମ ଧନସମ୍ପଦାମ, ଶତ୍ରୁବୃଦ୍ଧି ବିନାଶୟ, ଦୀପମ ଜ୍ୟୋତି ନମୋସ୍ତୁତେ” । ଏହି ମନ୍ତ୍ର ଉଚ୍ଚାରଣ କରି ଦୀପ ପ୍ରଜ୍ଵଳନ କରିବା ଦ୍ଵାରା ମଙ୍ଗଳ ହୋଇଥାଏ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ