ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଲୋକର ପର୍ବ ଦୀପାବଳୀକୁ ଆପଣ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଦୀପାବଳୀ ପର୍ବ ଦିନ ଏପରି କିଛି ଶାସ୍ତ୍ର ସମ୍ବଦ୍ଧୀୟ ନିୟମ ରହିଥାଏ । ଯାହାକୁ ପାଳନ କରିବା ଦ୍ଵାରା ଘରୁ ଅଲକ୍ଷ୍ମୀଙ୍କର ପ୍ରଭାବ ନଷ୍ଟ ହୋଇ ମା ଲକ୍ଷ୍ମୀଙ୍କର ଘରେ ବାସ ହୋଇଥାଏ । ଦୀପାବଳୀ ଦିନ ପ୍ରାତଃ ସକାଳୁ ଉଠି ତେଲ ଲଗାଇ ସ୍ନାନ କରିବା ଉଚିତ । କାରଣ ତେଲରେ ମା ଲକ୍ଷ୍ମୀଙ୍କର ପ୍ରଭାବ ରହିଥାଏ ।
ଦୀପାବଳୀ ଦିନ ଜଳୁଥିବା ଦୀପର ମୁହଁକୁ ଉତ୍ତର କିମ୍ବା ପୂର୍ବ ଦିଗକୁ କରି ରଖିବା ଉଚିତ । ଦୀପକୁ ସବୁବେଳେ ଧୀର ଓ ଶାନ୍ତ କରି ଜଳାଇବା ଉଚିତ । ଦୀପକୁ ଜୋର ଜୋର ଜଳାଇ ଉଗ୍ର ରୂପ ଧାରଣ କରି ଜଳାଇବା ଉଚିତ ହୋଇନଥାଏ । ଦୀପାବଳୀ ଅମାବାସ୍ୟାକୁ ସୁଖ ରାତ୍ରି ବୋଲି କୁହାଯାଇଥାଏ । କାରଣ ସେହି ଦିନ ଘରୁ ଅଲକ୍ଷ୍ମୀ ପଳାଇଯାଇଥାନ୍ତି ।
ଯଦି ଆପଣ କିଛି ବିଶେଷ କଥା ପ୍ରତି ଧାନ ଦିଅନ୍ତି, ତେବେ ନିହାତି ଭାବେ ଅଲକ୍ଷ୍ମୀଙ୍କର ପ୍ରଭାବ ଘର ଉପରି ହଟାଇ ପାରିବେ । ଆପଣ ଦୀପାବଳୀ ଦିନ ଘରକୁ ପରିଷ୍କାର ପରିଚ୍ଛନ କରି ରଖିବା ଉଚିତ। ଘରେ କଳି ଝଗଡା କରିବା ଉଚିତ ନୁହେଁ । ଅଦରକାରୀ ବସ୍ତୁକୁ ଘରୁ ବାହାର କରି ଦେବା ଉଚିତ । ଏହା ସହିତ ଦୀପାବଳୀର ରାତି ସାରା ଭଗବାନ ନାରାୟଣ ଓ ମା ଲକ୍ଷ୍ମୀଙ୍କର ପାଖରେ ଅଖଣ୍ଡ ଦୀପ ପ୍ରଜ୍ଵଳନ କରି ରଖିବେ । ତେବେ ନିହାତି ଭାବରେ ଘରୁ ଅଲକ୍ଷ୍ମୀ ବାହାରି ପଳାଇଯିବେ ।
ଦୀପାବଳୀର ପର ଦିନ ଭୋର ଉଠିଯାଇ ଘର ଦ୍ଵାରା ଝାଡୁ କରି ସଫା କରିବେ । ବେଶି ଶବ୍ଦ କରି ଘର ଦ୍ଵାର ସଫା କରିବେ ନାହିଁ । କାରଣ ମା ଲକ୍ଷ୍ମୀଙ୍କୁ ବେଶି ଶବ୍ଦ ପସନ୍ଦ ନୁହେଁ । ଯେତେବେଳେ ସେହି ଅଳିଆକୁ ନେଇ ବାହାରେ ଫିଙ୍ଗିବେ । ସେତେବେଳେ ଅଲକ୍ଷ୍ମୀଙ୍କୁ ଘରୁ ଚାଲିଯିବା ପାଇଁ କହିବେ । ଦୀପାବଳୀ ଦିନ ମା ଲକ୍ଷ୍ମୀଙ୍କ ସହିତ ପ୍ରଭୁ ଗଣେଶ ଓ ମା ସରସ୍ଵତୀଙ୍କର ମଧ୍ୟ ପୂଜା ଅର୍ଚନା କରାଯାଇଥାଏ ।
ଦୀପାବଳୀ ଦିନ ଠାକୁର ଘରେ, ଚଉରା ମୂଳେ, ରୋଷେଇ ଘରେ, ଈଶାଣ ଘରେ, ଗାଡି ରଖୁଥିବା ସ୍ଥାନରେ, ଗୁହାଳ ଘରେ ଓ ମୁଖ୍ୟ ଦ୍ଵାର ପାଖରେ ଦୀପ ଜାଳିବା ନିହାତି ଉଚିତ । ଦୀପାବଳୀ ଦିନ ଘରେ ଥିବା ଚୁଲି, ଚକି, ଶୀଳ, ଝାଡୁ, କୁଲା ଓ ଢିଙ୍କି ଏହି ସବୁ ଜିନିଷକୁ ଧୋଇ ସେଥିରେ ଚନ୍ଦନ, ସିନ୍ଦୁର ଲଗାଇ ଫୁଲ, ଦୂବ ଦେଇ ପୂଜା କରିବା ଉଚିତ ।
କାରଣ ଏମାନଙ୍କୁ ଗୃହଲକ୍ଷ୍ମୀ ବୋଲି କୁହାଯାଇଥାଏ । ଯଦି ଗୃହଲକ୍ଷ୍ମୀ ସନ୍ତୁଷ୍ଟ ରହିଥାନ୍ତି । ତେବେ ଆପଣଙ୍କ ଘରେ କେବେ ମଧ୍ୟ ଅଭାବ ଓ ଅନାଟନ ରହିନଥାଏ । ଏହି ଦିନ ନିହାତି ଭାବରେ ଝାଡୁ କିଣି ଘରକୁ ଆଣିବା ଉଚିତ । ତେବେ ନିହାତି ଭାବରେ ଦୀପାବଳୀ ଦିନ ଏହି ସବୁ ନିୟମର ପାଳନ କରିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ