ଦିନରେ ଶୁଏ ରାତିରେ କାନ୍ଦେ ଯେତେ କାନ୍ଦିବ ସେତେ ଖାଇବ ? Top 15+ Odia Gk

ବନ୍ଧୁଗଣ ଜ୍ଞାନ କାହାକୁ ଅବା ଦରକାର ନଥାଏ । କାରଣ ଯେଉଁ ବ୍ୟକ୍ତି ପାଖରେ ଆଜିକାଲି ଦୁନିଆରେ ଜ୍ଞାନ ଥାଏ । ସେହି ବ୍ୟକ୍ତିକୁ କୌଣସି କ୍ଷେତ୍ରରେ କିଏ ମଧ୍ୟ ହରାଇପାରିବେ ନାହିଁ । ସେଭଳି ବ୍ୟକ୍ତି ସବୁ କ୍ଷେତ୍ରରେ ପ୍ରଶଂଷା ପାଇଥାଏ । ତେବେ ସେହିଭଳି କିଛି ବଛା ବଛା ଜ୍ଞାନ ଢଗଢମାଳି ମାଧ୍ୟମରେ ଆପଣଙ୍କ ପାଇଁ ଆଜି ନେଇକି ଆସିଛୁ । ତେବେ ଆଉ ସମୟ ବିଳମ୍ବ ନକରି ସେ ସମ୍ପର୍କରେ ଚାଲନ୍ତୁ ଆଲୋଚନା କରିବା ।

1; – ଦେହ ଅଛି ମୁଣ୍ଡ ନାହିଁ ମୁଣ୍ଡ ନଥାଇ ଟୋପି ପିନ୍ଧେ ?

ଉତ୍ତର;- ବୋତଲ ।

2; – ଡେଣା ନଥାଇ ଆକାଶରେ ଉଡେ, ମଣିଷକୁ ଝାମ୍ପି ନିଏ ?
ଉତ୍ତର;- ଆକାଶ ଛତ ।

3; – ଦୁଇ ବାଳକର ରଙ୍ଗ ସମାନ ଜଣେ ହଜିଗଲେ, ଆଉ ଜଣେ କେଉଁ କାମକୁ ନୁହେଁ ?
ଉତ୍ତର;- ଚପଲ ।

4; – ଗୋଟିଏ ଥାଳିରେ ଦୁଇଟି ଅଣ୍ଡା, ଗୋଟିଏ ଗରମ ଅନ୍ୟଟି ଥଣ୍ଡା ?
ଉତ୍ତର;- ସୂର୍ଯ୍ୟ ଚନ୍ଦ୍ର ।

5; – ସୂର୍ଯ୍ୟ ପୃଥିବୀରେ କେବେହେଲେ କଣ ଦେଖି ନାହିଁ ?
ଉତ୍ତର;- ଅନ୍ଧାର ।

6; – ଦୁଇ ଭାଇ ଜଣକୁ ଖାଇଲେ ପେଟ ଥଣ୍ଡା ଆଉ ଜଣଙ୍କୁ ଖାଇଲେ ପେଟ ଗରମ ?
ଉତ୍ତର;- ମିଶିରି ଓ ଚିନୀ ।

7; – ଜନ୍ମ ନିଏ ରାତିରେ ସକାଳ ହେଲେ ଏ ଦୁଆର ସେ ଦୁଆର ଦେଖି ସାରିଲେ ମରଣ ତାର ?
ଉତ୍ତର;- ଖବର କାଗଜ ।

8; – ଦିନରେ ଶୁଏ ରାତିରେ କାନ୍ଦେ ଯେତେ କାନ୍ଦିବ ସେତେ ଖାଇବ ?
ଉତ୍ତର;- ମହମବତୀ ।

9; – ନା କେବେ କରେସେ ଝଗଡା ନା କେବେ ସେ ରୁଷେ, ତଥାପି ସେ ମାଡ ଖାଏ ?
ଉତ୍ତର;- ଢୋଲ ।

10; – ଏମିତି ଏକ କମ ଅଛି, ପୁରୁଷ ଜୀବନରେ ଠାରେ କରେ, କିନ୍ତୁ ମହିଳା ସବୁଦିନ କରନ୍ତି ?
ଉତ୍ତର;- ସିନ୍ଥିରେ ସିନ୍ଦୁର ନାଇବା ।

11; – ଏମିତି ଏକ କଣ ଜିନିଷ ଅଛି ଯାହାକୁ ଫେଣ୍ଟୁ, ବାଣ୍ଟୁ ଏବଂ ଭାଗ କରୁ କିନ୍ତୁ ଖାଇ ନଥାଉ ?
ଉତ୍ତର;- ତାସ ପାଲି ।

12; – କାହାକୁ ଟାଣିଲେ ଛୋଟ ହୁଏ ?
ଉତ୍ତର;- ବିଡି ଓ ସିଗାରେଟ ।

13; – ପବନ ଖାଇଲେ କିଏ ମରିଯାଇଥାଏ ?
ଉତ୍ତର;- ଝାଳ ।

14; – ମୃତ୍ୟୁ ପରେ ମଧ୍ୟ ଠିଆ ହୋଇଥାଏ ସେ କିଏ ?
ଉତ୍ତର;- ଗଛ ।

15; – କାହାର ଆଖି ଅଛି କିନ୍ତୁ ସେ ଦେଖି ପାରେନା ?
ଉତ୍ତର;- ନଡିଆ ।

16; – କାହାର ଦାନ୍ତ ଅଛି କିନ୍ତୁ ସେ କାମୁଡି ପାରେନା ?
ଉତ୍ତର;- ପାନିଆ ।

17; – ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚିଥାଏ ମାତ୍ର ପାଣି ପିଇବାକୁ ଦେଲେ ମରିଯାଏ ?
ଉତ୍ତର;- ନିଆଁ ।

18; – ଗୋଟିଏ ଗଛର ଫଳର ଦୁଇଟି ନାମ କଞ୍ଚା ଥିଲେ ଗୋଟିଏ ନାମ ଏବଂ ପାଚିଲେ ଆଉ ଗୋଟିଏ ନାମ ?
ଉତ୍ତର;- ନଡିଆ/ପଇଡ ।

19; – ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ, ମୁଁ କିଏ କୁହ ?
ଉତ୍ତର;- କମଳା ।

ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ ପସନ୍ଦ ଆସିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *