Health Tips- Diabetes ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି 4 ଟି ଖାଦ୍ଯ, ହୋଇଥାଏ ବିଷ ସମାନ

ଆପଣ ମାନେ ଜାଣିଥିବେ ଡାଇବେଟିସ ବା ମଧୁମେହ ଏମିତି ଏକ ରୋଗ ଯାହା ଦ୍ଵାରା ବିଭିନ୍ନ ପ୍ରକାର ରୋଗ ର ଉତ୍ପାନ ହୋଇଥାଏ । ଏଣୁ ଡାଇବେଟିସ କୁ ନିୟନ୍ତ୍ରଣ ରେ ରଖିବା ନିହାତି ଆବଶ୍ୟକ ହୋଇଥାଏ । ଏହା ସଂପୂର୍ଣ୍ଣ ଭାବେ ଭଲ ହେବା ସମ୍ଭବ ନୁହେଁ । ଜୀବନ ଶୈଳୀ ଓ ଖାଦ୍ୟ ରେ କିଛି ପରିବର୍ତ୍ତନ କରି ଏହାକୁ ସହଜରେ ନିୟନ୍ତ୍ରଣ କରାଯାଇ ପାରିବ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ମଧୁମେହ ରୋଗୀ ଙ୍କ ପାଇଁ ବିଷ ସଦୃଶ ହୋଇଥାଏ ।

୧- ଯଦି ଆପଣଙ୍କୁ ଡାଇବେଟିସ ହୋଇଥାଏ ତେବେ ଆଳୁ ଖାଇବା ଅନୁଚିତ । କାରଣ ଆଳୁ ରେ ଅଧିକ କାର୍ବୋ ହାଇଡ୍ରେଡ ଓ ଶ୍ଵେତସାର ଅଧିକ ପରିମାଣରେ ରହିଥାଏ । ଏହା ହଜମ କ୍ରିୟା ହେବା ପରେ ରକ୍ତ ରେ ଗ୍ଳୁକୋଜ ର ମାତ୍ରା କୁ ଅଧିକ ବଢାଇଥାଏ । ଆଳୁ ରେ କାର୍ବୋ ହାଇଡ୍ରେଡ ଅଧିକ ଥିବାରୁ ଏହା କ୍ୟାନ୍ସର ବା ହୃଦରୋଗର କାରଣ ହୋଇପାରେ ।

୨- ମଇଦା ରେ ଯେଉଁ ଖାଦ୍ୟ ତିଆରି ହେଉଛି ଯଥା ପାଉଁରୁଟି, ବିସ୍କେଟ ଆଦି କ୍ଷତିକାରକ ହୋଇଥାଏ । ମଇଦାରେ ରିଫାଇନ କାର୍ବୋ ହାଇଡ୍ରେଡ ର ମାତ୍ରା ଅଧିକ ରହିଥାଏ । ମଇଦା ଜାତୀୟ ଖାଦ୍ୟ ର ସେବନ ଦ୍ଵାରା ଏହା ଜଲ୍ଦି ଡାଇଜେଷ୍ଟ ହୋଇ ସୁଗାର ରେ ପରିଣତ ହୋଇଥାଏ । ଆମ ଶରୀରରେ ରକ୍ତ ର ଥିବା ଗ୍ଳୁକୋଜ କୋଷକୁ ଯାଇ ନ ପାରି ରକ୍ତ ରେ ଗ୍ଳୁକୋଜ ର ପରିମାଣ ଅଧିକ ବଢାଇ ଦେଇଥାଏ । ମଧୁମେହ ରୋଗୀ ମାନେ ଧଳା ପାଉଁରୁଟି ବଦଳରେ ବ୍ରାଉନ ପାଉଁରୁଟି ଖାଇବା ଉଚିତ ।

୩- ବଜାର ରେ ମିଳୁଥିବା ତେଲ ଜାତିୟ ଜିନିଷ ଡାଇବେଟିସ ରୋଗୀ ଙ୍କ ପାଇଁ ବିଷ ସଦୃଶ ହୋଇଥାଏ । ଏଥିରେ ଥିବା ତ୍ରାସପେଡ ରକ୍ତ ରେ ସୁଗାର ଲେବଲ କୁ ବଢାଇ ନ ଥାଏ କିନ୍ତୁ ଏହା ରକ୍ତ ରେ ଭଲ କୋଲେଷ୍ଟର ର ମାତ୍ରା କମ କରିବା ସହ ରକ୍ତ ରେ ଇନସୁଲିନ କୁ ଅକାମି କରି ଦେଇଥାଏ । ଏହା ଦ୍ଵାରା ଡାଇବେଟିସ ଲେବଲ ବଢିଥାଏ ।

୪- ଡାଇବେଟିସ ରୋଗୀଙ୍କୁ ପ୍ଯାକେଟରେ ଥିବା କୌଣସି ସ୍ନାକ୍ସ ବା ଅନ୍ୟ କିଛି ଖାଇବା ଅନୁଚିତ । ଉଦାହରଣ ବାଦାମ ମିକଶ୍ଚର, ଚୂଡା ଭଜା ଆଦି ଚିପ୍ସ ଆଇଟମରେ ଅଧିକ ପରିମାଣର କାର୍ବୋ ହାଇଡ୍ରେଡ ଓ ବିଷାକ୍ତ ତେଲ ରହିଥାଏ । ଏହି ସବୁ ଆଇଟମ ସାଧାରଣ ମଇଦାରେ ତିଆରି ହୋଇ ଖରାପ ତେଲରେ ଛଣା ଯାଇଥାଏ ।

ଯାହାର ସେବନ ଦ୍ଵାରା ଶରୀରରେ ଟ୍ରାସପେଡର ମାତ୍ରା ବଢିଥାଏ । ଏହା ଦ୍ଵାରା ଡାଇବେଟିସ ଲେବଲ ବୃଦ୍ଧି ପାଇବା ସହ ବିଭିନ୍ନ ପ୍ରକାର ରୋଗର କାରଣ ହୋଇଥାଏ । ଏହା ଥିବା ଡାଇବେଟିସ ରୋଗୀ ମାନେ କେଉଁ ସବୁ ଖାଦ୍ୟ ପ୍ରତି ଦୂରେଇ ରହିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କାରନ୍ତୁ ।

Leave a Reply

Your email address will not be published. Required fields are marked *