ଧରାପଡ଼ିଲେ ରିୟା ! ସୁଶାନ୍ତ ଙ୍କୁ ପ୍ରତିଦିନ ଖାଦ୍ୟରେ ମିଶାଇ ଡ୍ରଗ୍ସ ଦେଉଥିଲେ ରିୟା, ରିୟା ଥିଲେ ଡ୍ରଗ୍ସ ମାଫିଆ

ସୁଶାନ୍ତ ମୃତ୍ୟୁ ରେ ବିଷକନ୍ୟା ସାଜିଥିଲେ ରିୟା ଚକ୍ରବର୍ତ୍ତୀ । ଏକ ଚାଟ ରୁ ଜଣା ପଡ଼ିଛି ଯେ ରିୟା କଫି ରେ ଡ୍ରଗ୍ସ ମିଶାଇ ସୁଶାନ୍ତ ଙ୍କୁ ପିଇବାକୁ ଦେଉଥିଲେ । ଏବେ CBI ରିୟା ଙ୍କ ସବୁ ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଯାଇଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏକ ପ୍ରମୁଖ କଥା ସାମ୍ନାକୁ ଆସିଛି । ବିଗତ ଅନେକ ଦିନ ଧରି ଏକ ଆଲୋଚନା ହୋଇଥିଲା ଯେ ଏଥିରେ ଏକ ‘ବଡ ଡ୍ରଗ୍ ଷଡଯନ୍ତ୍ର’ ହୋଇପାରେ । ବର୍ତ୍ତମାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସୁଶାନ୍ତ ମାମଲାରେ ରିୟାଙ୍କ ନାମରେ ଏକ ମାମଲା ରୁଜୁ କରିଛି ।

‘ଡ୍ରଗ୍ ଷଡଯନ୍ତ୍ର’ କୁ ଦୃଷ୍ଟିରେ ରଖି ଏନସିବି ଏକ ମାମଲା ରୁଜୁ କରିଛି । ସେକ୍ସନ 20, 22, 27, 28, 29 ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ (NDPS) ଅଧିନିୟମ ଅନୁଯାୟୀ ରିୟାଙ୍କ ‘ଡ୍ରଗ୍ ସର୍କଲ୍’ ବିରୋଧରେ ଏଜେନ୍ସି ଏକ ମାମଲା ଦାୟର କରିଛି । ରିୟାଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି । ଖୁବଶୀଘ୍ର ରିୟା ଜେଲ କୁ ଯାଇପାରନ୍ତି ।

ଆଗକୁଏହି ଲୋକମାନେ ଜେରା ହେବେ :

ସୂଚନାଯୋଗ୍ୟ, ଏନସିବି ସେହି ଲୋକଙ୍କ ବିରୋଧରେ ଏକ ମାମଲା ଦାୟର କରିଛି ଯାହାର ନାମ ED ର FIR ରେ ଥିଲା । ଏଥିରେ ରିୟାଙ୍କ ଭାଇଙ୍କ ସମେତ ଅନ୍ୟମାନେ ଅନ୍ତର୍ଭୁକ୍ତ । ଏଭଳି ପରିସ୍ଥିତିରେ ଏଜେନ୍ସି ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ, ଜୟା ସାହା, ଶ୍ରୁତି ମୋଦୀ ଏବଂ ପୁଣେ ବାସିନ୍ଦା ଗୌରବ ଆର୍ଯ୍ୟ ଏବଂ ଅନ୍ୟ ଡ୍ରଗ୍ ଡିଲରଙ୍କ ରେକର୍ଡ ଖୋଜାଯିବ । ମୁମ୍ବାଇ ସ୍ଥିତ ଏନସିବିର ଅପରେସନ୍ ୟୁନିଟ୍, ମୁମ୍ବାଇ ଏନସିବି ସହିତ ସୁଶାନ୍ତ ମାମଲାରେ ଡ୍ରଗ୍ସ କୋଣ ଅନୁଧ୍ୟାନ କରିବ ।

ଡ୍ରଗ୍ ବେପାରୀଙ୍କ ସହ ରିୟାଙ୍କ ଭାଇଙ୍କ ସଂଯୋଗ?

ସୂଚନାନୁସାରେ, ରିୟାଙ୍କ ଭାଇ ଶୋଭିତ ଚକ୍ରବର୍ତ୍ତୀ ସମେତ ଅନ୍ୟ କେତେକଙ୍କର ଡ୍ରଗ୍ସ୍ ଚୋରା ଚାଲାଣକାରୀଙ୍କ ସହ ସମ୍ପର୍କ ରହିଛି । ଏଭଳି ପରିସ୍ଥିତିରେ ସୁଶାନ୍ତ ଏକ ସୁଚିନ୍ତିତ ଷଡଯନ୍ତ୍ରରେ ଡ୍ରଗ୍ ଫାଶରେ ପଡ଼ିଥିଲେ କି ନାହିଁ ତାହା ଏନସିବି ଦେଖିବ ।

ଡ୍ରଗ୍ ଚାଟ୍ ରେ ବଡ଼ ଖୁଲାସା :

ସୂଚନାଯୋଗ୍ୟ ଏହା ଯେ, ଯେତେବେଳେ ରିୟା ଚକ୍ରବର୍ତ୍ତୀଙ୍କ ସହ ଜଡିତ ଡ୍ରଗ୍ ଚାଟ୍ ଏବଂ ସମସ୍ତ ଲୋକ କ୍ରମାଗତ ଭାବରେ ସାମ୍ନାକୁ ଆସିଲେ । ଏହି ଚାଟ୍ ଗୁଡିକ ଦର୍ଶାଇଲା ଯେ ରିୟା କିପରି ଡ୍ରଗ୍ସ ପାଇଁ 17 ହଜାର ଟଙ୍କା ଦେବାକୁ ଇଚ୍ଛୁକ ହେଉଥିଲେ । କେବଳ ଏତିକି ନୁହେଁ, ଜୟା ସାହା ରିୟା ଚକ୍ରବର୍ତ୍ତୀଙ୍କୁ ଏକ ମେସେଜ ପଠାଇ କହିଥିଲେ, ତାଙ୍କୁ ଚା, କଫି କିମ୍ବା ପାଣିରେ 4 ବୁନ୍ଦା ମିଶେଇ ଦିଅନ୍ତୁ ଏବଂ ଏହାର ପ୍ରଭାବ ଦେଖିବାକୁ 30 ରୁ 40 ମିନିଟ୍ ଅପେକ୍ଷା କରନ୍ତୁ ।

ବିଶ୍ୱାସ ହେଉଛି ଯେ ଏଠାରେ ସୁଶାନ୍ତଙ୍କ ପାଇଁ କୁହାଯାଇଥିଲା । ତେବେ ଏହା ସ୍ପଷ୍ଟ ହୋଇଛି ଯେ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ମାଫିଆ ସହିତ ଜଡିତ ଥିଲେ । ଅନ୍ୟପକ୍ଷରେ, ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ମଧ୍ୟ ଏହି ‘ଡ୍ରଗ୍ ଚାଟ୍’ର ଉତ୍ତର ପାଇଛନ୍ତି । ରିୟାଙ୍କ ଓକିଲ ସତୀଶ ମାନସିଂଦେ ଙ୍କ କହିବା କଥା ଯେ ରିୟା କେବେ ମଧ୍ୟ ନିଶା ଦ୍ରବ୍ୟ ଡ୍ରଗ୍ସ ଇତ୍ୟାଦି ନେଇ ନାହାଁନ୍ତି । ତାଙ୍କ ବ୍ଲଡ଼ ପରୀକ୍ଷା କରାଯାଉ ବୋଲି ସେ ଦାବି କରିଛନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଏହାକୁ ନେଇ ଆପଣ କଣ କହିବେ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *