Vastu Shastra- ଧନୀ ହେବାକୁ ଚାହୁଞ୍ଚନ୍ତି ତ ଆଜି ହିଁ ଘରର ଏହି ଠାରେ ରଖନ୍ତୁ ଗୋଟିଏ ଗୁଜୁରାତି, ତା’ ପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗୁଣ ନମସ୍କାର, ବନ୍ଧୁଗଣ ଦୁନିଆ ରେ ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହିଁଥାଏ । ଧନୀ ହେବା ପାଇଁ ବ୍ୟକ୍ତି ରୋଜଗାର କରିଥାଏ । କିଛି ବ୍ୟକ୍ତି ଙ୍କୁ ରୋଜଗାର କରିବାର ପନ୍ଥା ମିଳିନଥାଏ ।

କିଛି ବ୍ୟକ୍ତି ରୋଜଗାର କରିଲେ ମଧ୍ୟ ତାହା ତାଙ୍କୁ ଅଣ୍ଟି ନଥାଏ । ତେବେ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ ଏଭଳି ଅନେକ ଗୁଡ଼ିଏ ଉପାୟ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ।

ଯେଉଁ ଉପାୟ ଗୁଡ଼ିକୁ ଅବଲମ୍ବନ କରିବା ଦ୍ୱାରା ମନୁଷ୍ୟ ଧନବାନ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଚମତ୍କାରୀ ଉପାୟ ସମ୍ବନ୍ଧରେ କହିବୁ ଯାହାଦ୍ୱାରା ଆପଣଙ୍କ ଜୀବନରେ ଧନର ବର୍ଷା ହେବ ଏବଂ ମାତାଲକ୍ଷ୍ମୀ ଆପଣଙ୍କ ଘରେ ସଦା ସର୍ବଦା ବାସ କରିବେ । ତେବେ ଆସନ୍ତୁ ଏହି ଉପାୟ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଉପାୟ ନିମନ୍ତେ ଆପଣ ପ୍ରଥମେ ଏକ ସବୁଜ ଗୁଜୁରାତି ନେଇ ଆସନ୍ତୁ । ଏହି ଗୁଜୁରାତି କୁ ନେଇ ଆପଣ ନିଜ ପୂଜା ଘରେ ବସନ୍ତୁ । ପୂଜା ଘରେ ବସିବା ପରେ ଆପଣ ନିଜର ଦୁଇ ହାତ କୁ ଯୋଡ଼ି, ଆଖି ବନ୍ଦ କରି “ଓଂ ଶ୍ରୀ ଶ୍ରୀୟେ ନମଃ” ମନ୍ତ୍ର ଟି କୁ ୧୦୮ ଥର ଜପ କରନ୍ତୁ । ଆପଣ ଏହି ମନ୍ତ୍ର ଟି କୁ ଜପ କରିବା ବେଳେ ଆପଣଙ୍କୁ ମଝିରେ କେହି ଯେପରି ରୋକିବେ ନାହିଁ । ମନ୍ତ୍ର ଜପ କରିବା ପରେ ଆପଣ ସେହି ସବୁଜ ଗୁଜୁରାତି ଟି କୁ ଆପଣଙ୍କ ଡାହାଣ ହାତ ରେ ମୁଠି କରି ଧରନ୍ତୁ ।

ଏହାପରେ ନିଜ ଘର ଚାରିପଟେ ୭ଥର ବୁଲନ୍ତୁ । ଘର ଚାରିପଟେ ୭ ଥର ବୁଲିବା ପରେ ଆପଣ ପୁଣିଥରେ ପୂଜା ଘରକୁ ଫେରି ଆସନ୍ତୁ । ଏହାପରେ ଆପଣ ସେହି ସବୁଜ ଗୁଜୁରାତି କୁ ଏକ ଲାଲ ରଙ୍ଗର କପଡ଼ା ରେ ଓ ଲାଲ ରଙ୍ଗର ସୂତା ରେ ପୁଟୁଲି କରି ବାନ୍ଧି ଦିଅନ୍ତୁ । ଏହାପରେ ଆପଣ ସେହି ପୁଟୁଲି କୁ ନିଜ ଘରର ଏଭଳି ଏକ ସ୍ଥାନରେ ରଖି ଦିଅନ୍ତୁ ଯେଉଁ ସ୍ଥାନରେ ସେହି ପୁଟୁଳି ଯେପରି ଅନ୍ୟ କେହି ପାଇବେ ନାହିଁ ଅଥବା ଦେଖି ପାରିବେ ନାହିଁ ।

ଏହି ଉପାୟ କରିବାର ୨୧ ଦିନ ପରେ ଆପଣ ସେହି ପୁଟୁଳି ଟି କୁ ଆଣି ପାଣିରେ ଭସାଇ ଦିଅନ୍ତୁ । ଯଦି ଆପଣଙ୍କ ଘର ଆଖପାଖ ରେ ପାଣି ନାହିଁ ତେବେ ଆପଣ କୌଣସି ଗଛ ମୂଳରେ ପୋତି ଦିଅନ୍ତୁ । ଯଦି ଆପଣ ଏହି ପୁଟୁଳି କୁ ଓସ୍ତ ଗଛ ମୂଳରେ ପୋତିବେ ତେବେ ତାହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ ।

ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଏହି ଉପାୟ ଟି କୁ ପ୍ରୟୋଗ କରନ୍ତୁ । ଆପଣ ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ଏହାର ଶୁଭ ପରିଣାମ ହାସଲ ହେବ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *