ଯଦି ଘରେ ପଇସା ରହୁନାହିଁ ତ କେବଳ ଅଳ୍ପ କିଛି ଚାଉଳ, ତାପରେ ଦେଖନ୍ତୁ ଘରେ କେମିତି ବର୍ଷିବ ଧନ (Vastu Tips)

ବନ୍ଧୁଗୁଣ ନମସ୍କାର, ବନ୍ଧୁଗଣ ଦୁନିଆ ରେ ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହିଁଥାଏ। ଧନୀ ହେବା ପାଇଁ ବ୍ୟକ୍ତି ରୋଜଗାର କରିଥାଏ। କିଛି ବ୍ୟକ୍ତି ଙ୍କୁ ରୋଜଗାର କରିବାର ପନ୍ଥା ମିଳିନଥାଏ ଏବଂ କିଛି ବ୍ୟକ୍ତି ରୋଜଗାର କରିଲେ ମଧ୍ୟ ତାହା ତାଙ୍କୁ ଅଣ୍ଟି ନଥାଏ। ତେବେ ଜ୍ୟୋତିଷ ଶାସ୍ତ୍ର ରେ ଏଭଳି ଅନେକ ଗୁଡ଼ିଏ ଉପାୟ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ଯେଉଁ ଉପାୟ ଗୁଡ଼ିକୁ ଅବଲମ୍ବନ କରିବା ଦ୍ୱାରା ମନୁଷ୍ୟ ଧନବାନ ହୋଇଥାଏ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଚମତ୍କାରୀ ଉପାୟ ସମ୍ବନ୍ଧରେ କହିବୁ ଯାହାଦ୍ୱାରା ଆପଣଙ୍କ ଜୀବନରେ ଧନର ବର୍ଷା ହେବ ଏବଂ ମାତାଲକ୍ଷ୍ମୀ ଆପଣଙ୍କ ଘରେ ସଦା ସର୍ବଦା ବାସ କରିବେ।ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ବନ୍ଧୁଗଣ ଏହି ଉପାୟ ନିମନ୍ତେ ଆପଣ ସର୍ବ ପ୍ରଥମେ ଏକ ମାଟି ର କଳସ ନିଅନ୍ତୁ। ଏହାପରେ ସେଥିରେ ଅରୁଆ ଚାଉଳ ଭର୍ତ୍ତି କରି ରଖି ଦିଅନ୍ତୁ। ବର୍ତ୍ତମାନ ଆପଣ ଦୁଇଟି ଦୁବ ଘାସ ନିଅନ୍ତୁ ଏବଂ ସେହି କଳସୀ ରେ ରଖନ୍ତୁ। ଶେଷରେ ଆପଣ ଗୋଟିଏ ଏକ ଟଙ୍କିଆ ମୁଦ୍ରା ନିଅନ୍ତୁ ଏବଂ ଚାଉଳ ଥିବା କଳସୀ ଭିତରେ ରଖି ଦିଅନ୍ତୁ।ବର୍ତ୍ତମାନ ଆପଣ ସେହି କଳସୀ କୁ ଏକ ନାଲି କପଡ଼ା ରେ ବାନ୍ଧି ଆପଣଙ୍କ ଘରର ଉତ୍ତର ପଶ୍ଚିମ ଦିଗରେ ରଖନ୍ତୁ।

ଏହି ଉପାୟ କରିବା ର ଏକ ବର୍ଷ ପର୍ଯ୍ୟନ୍ତ ଆପଣ ସେହି କଳସୀ ରେ ହାତ ମାରିବେ ନାହିଁ। ଠିକ ଏକ ବର୍ଷ ପରେ ଆପଣ ସେହି କଳସୀ କୁ କାଢ଼ି ସେଥିରେ ଥିବା ଏକ ଟଙ୍କିଆ ମୁଦ୍ରା କୁ କାଢ଼ି ନିଜ ପାଖରେ ରଖିଦେବେ ଏବଂ ସେହି କଳସୀ କୁ କୌଣସି ନଦୀ ରେ ଭସାଇ ଦେବେ। ତେବେ ଯଦି ଆପଣ ଏହି ଉପାୟ କୁ ପ୍ରତିବର୍ଷ କରିବେ ତେବେ ଆପଣଙ୍କ ଘରେ କେବେବି ଧନର ଅଭାବ ହେବନାହିଁ ଏବଂ ମାତାଲକ୍ଷ୍ମୀ ଆପଣଙ୍କ ଉପରେ ନିଜର କୃପାଦୃଷ୍ଟି ସଦା ସର୍ବଦା ବଜାୟ ରଖିବେ ଓ ଆପଣଙ୍କ ଘରେ ଧନର ବର୍ଷା ହେବ।

Leave a Reply

Your email address will not be published. Required fields are marked *