ବନ୍ଧୁଗଣ, ଦୀପାବଳୀ ର ୨ ଦିନ ଆଗରୁ ଧନତେରସ ମନାଯାଇଥାଏ । ଏବଂ ଏହିଦିନ ଧାନକୁ ୧୩ ଗୁଣା ବୃଦ୍ଧି କରିବାର ଦିନ ବୋଲି ଆମ୍ଭେ ମାନିଥାଉ । ମାତ୍ର ଏହିଦିନ ଲୁଣ ର ଏଭଳି ପ୍ରୟୋଗ ଯୋଗୁଁ ଆପଣ ନିଜ ଘରର ଦରିଦ୍ରତାକୁ କମ କରି ପାରିବେ । ଆସନ୍ତୁ ଜାଣିବା ତାହା କଣ ଅଟେ ?
ଧନତେରସ ଦିନ ଆପଣ ଦୋକାନରୁ ଲୁଣ କିଣି ଆଣିଲେ ୫ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ସେହି ଲୁଣରେ ଖାଇବା ପ୍ରସ୍ତୁତ କରିବାକୁ ହେବ । ଅର୍ଥାତ ଧନତେରସ ଦିନ ଠାରୁ ଆରମ୍ଭ କରି ନାଗଚତୁର୍ଥୀ ପର୍ଯ୍ୟନ୍ତ । ଆପଣ ରୋଷେଇ ଘରେ ଏହି ଲୁଣରୁ କିଛି ଖାଇବା ପ୍ରସ୍ତୁତ ପାଇଁ ଯେତେବେଳେ ରଖିବେ ସେଥିରେ ଆପଣ କିଛି ଲବଙ୍ଗ ମିଶାଇ ରଖିବେ ।
ଏହା ଛଡା ଆଉ ଅଳ୍ପ ଲୁଣ କୁ ଆପଣ ଏକ କାଚ ପାତ୍ର ରେ ଢାଳି ସେହି ଲୁଣକୁ ଘରର ପୂର୍ବ ଏବଂ ଉତ୍ତର କୋଣରେ ରଖିବେ । ଏହାକୁ ଦୀପାବଳୀ ଦିନ ପର୍ଯ୍ୟନ୍ତ ସେହିଭଳି ରଖିବାକୁ ଦେବେ । ଏହାପରେ ଦୀପାବଳୀ ପରଦିନ ଆପଣ ଏହି ଲୁଣକୁ ପାଣି କଳ ଖୋଲି ଢାଳି ଦିଅନ୍ତୁ । ପାଣିରେ ହିଁ ଏହି ଲୁଣକୁ ଢାଳିବାକୁ ହେବ । କାରଣ ଏହିଲୁଣ ଘରର ସବୁ ନକାରାତ୍ମକ କୁ ଶୋଷିନେଇଥାଏ । ଏହା ପରେ ପରେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ନିଜେ ବିଜେ କରିବେ । ଏହା ଫଳରେ ଆପଣଙ୍କ ଘରେ ଥିବା ଧନ ୧୩ ଗୁଣ ବଢିଥାଏ ।
ଏହା ବ୍ୟତୀତ ଆପଣ କିଛି ଅଳ୍ପ ଲୁଣରେ ସଂପୂର୍ଣ୍ଣ ଘରର ସଫା ନିଶ୍ଚିତ କରନ୍ତୁ ଅର୍ଥାତ ଅଳ୍ପ ଲୁଣ କୁ ପାଣିରେ ମିଶାଇ ସେହି ଲୁଣ ପାଣି ରେ ଘରକୁ ପୋଛନ୍ତୁ । ଏହା ଫଳରେ ଆପଣଙ୍କ ଘରୁ ସମସ୍ତ ନକାରାତ୍ମକ ଊର୍ଜା ବାହାରକୁ ଚାଲିଯାଇଥାଏ । ଆପଣ ୫ ଦିନ ପର୍ଯ୍ୟନ୍ତ ଏହିଭଳି ପୋଛନ୍ତୁ । ମାନ୍ୟତା ରହିଅଛି ଆପଣ ଯେତେବେଳେ ଉତ୍ତର ପୂର୍ବ କୋଣରେ ଲୁଣ ରଖିବେ ସେତେ ବେଳେ ନକାରାତ୍ମକ ଶକ୍ତି ସବୁ ଦୂର ହେବେ ।
ମାତ୍ର ଧ୍ୟାନ ରଖିବେ ଯେ ଲୁଣ କୁ ଆପଣ ଖୋଲା ରଖିବେ ତାହା ଉପରେ କିଛି ଘୋଡାଇବେ ନାହିଁ । ଲୁଣ ର ବିଶେଷ ମହତ୍ଵ ରହିଅଛି, ଏଣୁ ଲୁଣ କୁ କେବେ ମଧ୍ୟ ଆପଣ କାହା ହାତକୁ ହାତ ଦେବେ ନାହିଁ । କାରଣ ଲୁଣ ହାତକୁ ହାତ ଦେବା ଦ୍ଵାରା ସମ୍ପର୍କ ଖରାପ ହୋଇଯାଇଥାଏ ।
ଆପଣ ଏହି କଥାକୁ ମଧ୍ୟ ଧ୍ୟାନ ରଖିବେ ତଳେ ଜେଭଳି ଲୁଣ ଭୁଲରେ ମଧ୍ୟ ପଡି ନଷ୍ଟ ନ ହୁଏ । ଯଦି ପଡିଯାଏ ତେବେ ପାଣି ଅଥବା ଓଦା କପଡା ଦ୍ଵାରା ତାହାକୁ ଅତି ଶୀଘ୍ର ପୋଛି ନିଅନ୍ତୁ । କାରଣ ଲୁଣ କୁ ଏଭଳି ତଳେ ପକାଇ ରଖିବା ଅଶୁଭ ହୋଇଥାଏ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ