ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଗକୁ ଧନତେରସ କିମ୍ବା ଧନର ପର୍ବ ଆସୁଅଛି । ଏହା ପରେ ଦୀପାବଳୀ ପର୍ବ ମଧ୍ୟ ପାଳିତ ହେବା ପାଇଁ ଯାଉଛି । ଶାସ୍ତ୍ରର ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ଧନତେରସ ଦିନ ନିଜ ସମର୍ଥ ଅନୁସାରେ କିଛି ମଧ୍ୟ ଜିନିଷ ଘରକୁ କିଣିକି ନେଇଆସିଥାଏ । ସେ ତାର ଜୀବନରେ ସୁଖ ସମୃଦ୍ଧିର କେବେ ମଧ୍ୟ ଅଭାବ ପରିଲକ୍ଷିତ କରିନଥାଏ । ତେଣୁ ଏହି ଧନନ୍ତ୍ୱୋରୀ ଜୟନ୍ତୀ ବା ଧନତେରସ ପର୍ବ ଦିନ ଯଦି ଘରକୁ ଏହିପରି କିଛି ବିଶେଷ ଜିନିଷ କିଣିକି ଆଣିଥାନ୍ତି ।
ତେବେ ବର୍ଷ ସାରା ଧନର ଅଭାବ ଦେଖିବାକୁ ପାଇନଥାନ୍ତି । ପ୍ରଥମ ଜିନିଷଟି ହେଉଛି ପଦ୍ମ ମଞ୍ଜି । ଧନତେରସ ଦିନ ମା ଲକ୍ଷ୍ମୀ ଓ କୁବେର ଦେବତାଙ୍କୁ ୫ ଟି ଲେଖାଏଁ ପଦ୍ମ ମଞ୍ଜି କିଣିକି ଆଣି ତାଙ୍କୁ ସମର୍ପଣ କରିବା ଉଚିତ । ପଦ୍ମ ମଞ୍ଜି ଦେଇ ମା ଲକ୍ଷ୍ମୀଙ୍କୁ ନିଜର ସୁଖ ଓ ସମୃଦ୍ଧି ବିଷୟରେ ପାର୍ଥନା କରିବା ସହିତ କୁବେର ଦେବତାଙ୍କୁ ପରିବାର ସଦସ୍ୟଙ୍କର ସ୍ଵାସ୍ଥ ଆରୋଗ୍ୟ ରହିବାର କାମନା କରିବାକୁ ହୋଇଥାଏ ।
ଶାସ୍ତ୍ରର ମାନ୍ୟତା ଅନୁସାରେ ଧନତେରସ ଦିନ ଧନନ୍ତ୍ୱୋରୀ ନିଜ ସାଥିରେ ଅମୃତ କଳସ ଓ ଆୟୁର୍ଭେଦ ନେଇ କରି ଆସିଥିଲେ । ସେଥିପାଇଁ ଆପଣଙ୍କ ଏହି ଦିନ ଘରକୁ ଆୟୁର୍ଭେଦିକ କିଛି ସାମଗ୍ରୀ ଘରକୁ ଯେପରି କଳା ବଚ ଓ ଶଙ୍କର ଜଟା ଏଭଳି କିଛି ଔଷଧୀୟ ଜିନିଷ ଆଣି ଭଗବାନ ଧନନ୍ତ୍ୱୋରୀଙ୍କୁ ସମର୍ପଣ କରିଦେବା ଉଚିତ ।
ଏହି ଔଷଧ ଯେତେ ଦିନ ଆପଣଙ୍କ ଘରେ ଥିବ । ଘରେ ସମସ୍ତେ ଆରୋଗ୍ୟ ହୋଇ ଜୀବନଯାପନ କରୁଥିବେ । ସମୁଦ୍ର ମନ୍ଥନ ସମୟରେ ଭଗବାନ ନାରାୟଣଙ୍କ ପାଖରୁ ଗୋମତୀ ଚକ୍ର ଓ ମା ଲକ୍ଷ୍ମୀଙ୍କ ପାଖରୁ କଉଡି ଉତ୍ପନ ହୋଇଥିଲା । ଧନତେରସ ଦିନ ୫ ଟି ହଳଦିଆ କଉଡି ଓ ୫ ଟି ଗୋମତୀ ଚକ୍ର ଆଣି ଯଦି ମା ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ଅର୍ପଣ କରିଥାନ୍ତି ।
ତେବେ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଯାଇଥାନ୍ତି । ଯେଉଁ ଲୋକ ବହୁ ଦିନ ଧରି କୌଣସି ରୋଗ ବେମାରୀରେ ପୀଡିତ ଅଛନ୍ତି । ସେହି ବ୍ୟକ୍ତି ଯଦି ୭ ଟି ଗୋମତୀ ଚକ୍ର ନେଇ ନିଜ ଶରୀର ଉପରେ ୭ ଥର ବୁଲାଇ ବହି ଯାଉଥିବା ଜଳ ସ୍ରୋତରେ ବିସର୍ଜନ କରିଥାନ୍ତି । ତେବେ ଏହି ଗୋମତୀ ଚକ୍ର ଆପଣଙ୍କ ଉପରେ ରହିଥିବା ସମସ୍ତ ନକରାତ୍ମକ ଶକ୍ତିକୁ ନିଜ ଭୀତର କୁ ଟାଣି ନେଇ ଶରୀରକୁ ସୁସ୍ଥ କରି ଦେଇଥାଏ ।
ଧନତେରସ ଦିନ ନିହାତି ଭାବେ ଘରକୁ ଝାଡୁ କିଣିବା ଉଚିତ । ଏହା ସହିତ ସେହି ଦିନରେ ଆପଣ ଧନିଆ କିଣି ସେଥିରୁ କିଛି ଧନିଆ କୌଣସି ଜାଗାରେ ରୋପଣ କରି ଦିଅନ୍ତୁ । ଏହାକୁ ରୋପଣ କରିବା ଦ୍ଵାରା ଏହି ଗଛ ଯେତେ ବୃଦ୍ଧି ହୋଇଥିବ । ଆପଣଙ୍କ ଧନ ସମ୍ପତି ସେତେ ମାତ୍ରାରେ ବୃଦ୍ଧି ହେଉଥିବ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ