ପ୍ରତେକ ବ୍ୟକ୍ତି ନିଜ ଜୀବନରେ ଯେତେ ପରିଶ୍ରମ କରିଲେ ମଧ୍ୟ ତା ଇଚ୍ଛା ଅନୁସାରେ ଫଳ ମିଳେ ନାହି । କିଛି କ୍ଷେତ୍ର ରେ ବ୍ୟକ୍ତି ଅର୍ଥ ଉପାର୍ଜନ ପାଇଁ ନୂଆ ନୂଆ ଉପାୟ କରିଥାଏ । ଏହା ପରେ ମଧ୍ୟ ବ୍ୟକ୍ତି କିଛି ସୁଫଳ ପାଏ ନାହି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଗଛ ବିଷୟରେ କହିବାକୁ ଯାଉଛୁ ଯାହା ଘରେ ରଖିବା ଦ୍ଵାରା ଧନ ବୃଦ୍ଧି ହେବା ସହ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।
୧- ତୁଳସୀ ଗଛ : ଘରେ ତୁଳସୀ ଗଛର ରହିବା ନିହାତି ଜରୁରୀ ଅଟେ । ଯେଉଁ ଘରେ ତୁଳସୀ ଗଛ ରହେ ନାହି ସେହି ଘରେ କେବେ ବି ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ ନାହି । ପ୍ରତେକ ଦିନ ତୁଳସୀ ଗଛ ମୂଳେ ଦୀପ ଲଗାଇ ପୂଜା କରିଲେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହ ଧନ ବର୍ଷା ହୋଇଥାଏ । ଏହା ସହ ଘରେ ସୁଖ ସମୃଦ୍ଧି ଆସିଥାଏ ।
୨- କଦଳୀ ଗଛ : ଘରେ କଦଳୀ ଗଛ ଲଗାଇବା ଉଚିତ । ଏହା ଦ୍ଵାରା ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ । ଧୟନ ରଖିବେ କି ତୁଳସୀ ଗଛ ପାଖରେ କଦଳି ଗଛ ରହିବା ନିହାତି ଜରୁରୀ ଅଟେ । ଏହା ଦ୍ଵାରା ଧନ ବୃଦ୍ଧି ହେବା ସହ ସବୁ ସମସ୍ୟାର ନିବାରଣ ହୋଇଥାଏ ।
୩- ଅରଖ ଗଛ : ଗୃହରେ ଅରଖ ଗଛ ରଖିବା ଦ୍ଵାରା ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା ଧନ ବୃଦ୍ଧି ହେବା ସହ ଘରେ ସୁଖ ଶାନ୍ତି ରହିଥାଏ । ଅରଖ ଫୁଲ ମହାଦେବଙ୍କର ଅତି ପ୍ରିୟ ହୋଇଥାଏ । ତେଣୁ ଏହାକୁ ଗୃହରେ ଲଗାଇବା ଉଚିତ ହୋଇଥାଏ ।
୪- ମନି ପ୍ଳାଣ୍ଟ : ଗୃହରେ ମନି ପ୍ଳାଣ୍ଟ ହେବା ନିହାତି ଜରୁରୀ ହୋଇଥାଏ । ଏହା ଦ୍ଵାରା ଘରେ ବହୁତ ଉନ୍ନତି ହୋଇଥାଏ । ମନି ପ୍ଳାଣ୍ଟ ଘରେ ସଠିକ ଦିଗରେ ଲଗାଇବା ଉଚିତ । ଏହା ଦ୍ଵାରା ଧନର ଅଭାବ ରହେ ନାହି ।
୫- ବେବୁ ଗଛ : ଫେନସୁଇ ବେମ୍ବୁ ଗଛ କୁ ଘରର ପୂର୍ବ ବା ପୂର୍ବ ଦକ୍ଷିଣ ଦିଗରେ ରଖିବା ଉଚିତ । ଏହାର ସଠିକ ଦିଗରେ ନିରୂପଣ କରିବା ଦ୍ଵାରା ଗୃହରେ ଧନ ବର୍ଷା ହେବା ସହ ସୁଖ ଶାନ୍ତିର ମାହୋଲ ରହିଥାଏ । ତିନୋଟି ବମ୍ବୋ ଗଛକୁ ଏକ ସହ ଘରେ ରଖିଲେ ବହୁତ ଫାଇଦା ହୋଇଥାଏ । ଘରେ ସକାରାତ୍ମକ ଊର୍ଜା ରହିବା ପାଇଁ ଏହି ଗଛ କୁ ଦକ୍ଷିଣ ପୂର୍ବ ଦିଗରେ ରଖିବା ଉଚିତ ।
ତେବେ ଏହା ଥିଲା ସେହି ୫ଟି ଗଛ ଯାହା ଘରେ ଲାଗାଇବା ଦ୍ଵାରା ସୁଖ ସମୃଦ୍ଧି ଆସିବା ସହ ଧନର ମଧ୍ୟ ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।