ଡେରିରେ ଶୋଇଲେ କିମ୍ବା ଡେରିରେ ଉଠିଲେ କଣ କ୍ଷତି ହୋଇଥାଏ ? ଏହା ସହିତ ପଢନ୍ତୁ ଆଜିର 15 Anuchinta

ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକର ପାଳନ କରିବା ଉଚିତ । ଏହା ଦ୍ଵାରା ମଣିଷ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ଏହା ସହିତ ମଣିଷକୁ କେବେ ହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ଅନୁଚିନ୍ତା ବିଷୟରେ । ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବାକୁ ହେଲେ କେଉଁ ନୀତି ନିୟମ ପାଳନ କରିବା ଆବଶ୍ୟକ ? ଆସନ୍ତୁ ତାହା ସମ୍ବନ୍ଧରେ ଜାଣିବା ।

୧- ଡେରିରେ ଶୋଇବା ତଥା ଡେରିରେ ଉଠିବା ଦ୍ଵାରା ବିଭିନ୍ନ ଶାରୀରିକ ତଥା ମାନସିକ ସମସ୍ୟା ଦେଖାଦେଇଥାଏ ।

୨- ରାତିରେ ଡେରିରେ ଶୋଇବା ଦ୍ଵାରା ଏବଂ ନିଦ ପୁରା ନ ହେବା ଦ୍ଵାରା କେଶ ଶୀଘ୍ର ପାଚିବାର ସମ୍ଭାବନା ରହିଥାଏ ।

୩- ରାତିରେ ଅସମୟରେ ଶୋଇବା ଦ୍ଵାରା ନଖ ଦୁର୍ବଳ ହୋଇଥାଏ ଅଥବା ଭାଙ୍ଗିଯିବାର ସମ୍ଭାବନା ଦେଖା ଦେଇଥାଏ ।

୪- ଏହା ପ୍ରାୟ ସମସ୍ତଙ୍କୁ ଜନାଥାଏ ଯେ ଡେରିରେ ଶୋଇବା ଦ୍ଵାରା ନିଦ ଯଦି ପୁରା ନ ହୁଏ ତେବେ ଆଖିତଳ କଳା ପଡିଯାଇଥାଏ ।

୫- ଯଦି ଡେରିରେ ଶୋଊଥାନ୍ତି ଏବଂ ନିଦ ଯଦି କମ ହେଉଥାଏ, ତେବେ ମୁହଁ ରେ ବ୍ରଣ ଦେଖାଦେବାର ସମ୍ଭାବନା ଥାଏ ।

୬- ଯଦି ଡେରିରେ ଶୋଇବାର ଅଭ୍ୟାସ ହୋଇଯାଏ, ଏବଂ ନିଦ ପୁରା ନ ହୁଏ, ତେବେ ମୁଣ୍ଡ କେଶ ଝଡିବା ଦେଖାଦେଇଥାଏ ।

୭- ଶରୀର ଦୁର୍ବଳ ଲାଗୁଥିଲେ ତାହା ଡେରିରେ ଶୋଇବା ଏବଂ ନିଦ ଠିକ ଭାବେ ନ ହେବା ଦ୍ଵାରା ହୋଇପାରେ ।

୮- ଡେରିରେ ଶୋଇବା ଏବଂ ସଠିକ ଭାବରେ ନିଦ ନ ହେବା ଦ୍ଵାରା ବିଭିନ୍ନ ମାନସିକ ସମସ୍ୟା ଦେଖା ଦେଇଥାଏ ।

୯- ରାତିରେ ଅଧିକ ସମୟ ଅନିଦ୍ରା ହେଲେ ଖାଦ୍ଯ ହଜମ ସମସ୍ୟା ଏବଂ ପେଟ ସଫା ନହେବ ସମସ୍ୟା ଦେଖାଦେଇଥାଏ ।

୧୦- ଅନିଦ୍ରା ହେବ ଏବଂ ଡେରିରେ ଉଠିବା ଦ୍ଵାରା ଦିନ ତମାମ ଅଳସୁଆ ଲାଗିଥାଏ ଏବଂ ମନ ଭାରି ଲାଗିଥାଏ ।

୧୧- ରାତିରେ ଡେରିରେ ଶୋଇବା କିମ୍ବା ଅନିଦ୍ରା ହେବାଦ୍ଵାରା ସ୍ମରଣ ଶକ୍ତି କମ ହୋଇଥାଏ ଏବଂ ସହଜରେ କୌଣସି କଥା ମନେ ପଡେନହିଁ ।

୧୨- ଦିନରେ ଶୋଇବା ଦ୍ଵାରା ବାତ, ପିତ୍ତ, ଏବଂ କଫ ଅସନ୍ତୁଳନ ଦେଖା ଦେଇଥାଏ ଯାହା ଶରୀର ପାଇଁ କ୍ଷତିକାରକ ଅଟେ ।

୧୩- ରାତିରେ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଦ୍ଵାରା ଶକ୍ତି, କାନ୍ତି ଏବଂ ପୃଷ୍ଟି ବୃଦ୍ଧି ହୋଇଥାଏ ଏବଂ ଏହା ସହିତ ଆଳସ୍ୟ ଦୂର ହୋଇଥାଏ ।

୧୪- ରାତିରେ ଅନିଦ୍ରା ହୋଇ କାର୍ଯ୍ୟ କରିବା ଦ୍ଵାରା ତଥା ପର୍ଯ୍ୟାପ୍ତ ନିଦ୍ରା ନଗଲେ, ପେଟରେ ଅଲସର ରୋଗ ଦେଖା ଦେଇଥାଏ ।

୧୫- ରାତିରେ ଉଜାଗର ରହିଲେ ସ୍ଵଭାବରେ ଚିଡିଚିଡି ଲାଗିବା, ଦେହ ହାତ ବିନ୍ଧା ହେବା ଏବଂ ଭୋକ ନ ଲାଗିବା ଆଦି ସମସ୍ୟା ଦେଖା ଦେଇଥାଏ ।

୧୬- ଯେଉଁ ଲୋକ ମାନେ ରାତି ନଅରୁ ଦଶଟା ଭିତରେ ଶୋଇଥାନ୍ତି ଏବଂ ରାତି ତିନିଟାରୁ ଚାରିଟା ଭିତରେ ଉଠିଥାନ୍ତି ସେମାନଙ୍କର ସର୍ବାଙ୍ଗୀନ ବିକାଶ ହୋଇଥାଏ ।

୧୭- ଯେଉଁ ଲୋକ ମାନେ ସକାଳୁ ସୂର୍ଯ୍ୟ ଉଦୟ ପରେ ଉଠିଥାନ୍ତି ସେମାନେ ଯେତେ କ୍ଷମତା ଶାଳି ହେଲେ ମଧ୍ୟ ଲକ୍ଷ୍ମୀ କୃପା ପ୍ରାପ୍ତ କରି ନଥାନ୍ତି ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *