ଡିସେମ୍ବର ମାସରେ ଜନ୍ମ ହୋଇଥିବା ଲୋକ କିପରି ହୋଇଥାନ୍ତି ? ଜାଣନ୍ତୁ କେବେ ହେବ ଭାଗ୍ୟୋଦୟ, ବିବାହ ଯୋଗ, କେଉଁ କ୍ଷେତ୍ରରେ ମିଳିବ ସଫଳତା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ମାସର କିଛି ନା କିଛି ମହତ୍ଵ ରହିଥାଏ । ସେହି ମାସରେ ଜନ୍ମିତ ପିଲାଙ୍କର ମଧ୍ୟ ସେହି ମାସ ପ୍ରଭାବ ପକାଇଥାଏ । ଆଜି ଆପଣ ମାନେ ଡିସେମ୍ବର ମାସରେ ଜନ୍ମିତ ବ୍ୟକ୍ତିଙ୍କର ସ୍ଵଭାବ, ଚାଲି ଚଳନୀ ଓ ସଂପୂର୍ଣ୍ଣ ବ୍ୟକ୍ତିତ୍ବ ବିଷୟରେ ଜାଣିବାକୁ ହେବ । ଯେଉଁ ମାନେ ଡିସେମ୍ବର ମାସରେ ଜନ୍ମ ଲାଭ କରିଥାନ୍ତି । ଏମାନଙ୍କ ଠାରେ ଅନେକ ପ୍ରତିଭାମାନ ରହିଥାଏ ।

ଯେଉଁ କାରଣରୁ ଏମାନେ ବହୁତ କିଛି କାର୍ଯ୍ୟକୁ ସଫଳତାର ସହ ସାଧିତ କରିପାରିଥାନ୍ତି । ଏମାନେ ବୁଦ୍ଧିମାନ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ବୁଦ୍ଧି ଓ କୌଶଳ ଅବଲମ୍ବନ ପ୍ରୟୋଗ କରି ସବୁବେଳେ କିଛି ନୂଆ କରି ଦେଖାଇବାକୁ ପସନ୍ଦ କରିଥାନ୍ତି । ଡିସେମ୍ବର ମାସରେ ଯେଉଁ ମାନେ ଜନ୍ମ ଗ୍ରଜନ କରିଥାନ୍ତି । ଏମାନଙ୍କ ଠାରେ ଅନ୍ୟର ମନକୁ ବୁଝିବାର ବହୁତ ବଡ ସାମର୍ଥତା ରହିଛି ।

ଏମାନେ ଅନ୍ୟର କଥାକୁ ଶୁଣି ତାହାର କଥାକୁ ବୁଝିବା ପାଇଁ ସବୁବେଳେ ପ୍ରୟାସ କରିଥାନ୍ତି । ଶାସ୍ତ୍ର ଅନୁସାରେ ଏମାନଙ୍କ ଜନ୍ମ ମାସ ଅନୁସାରେ ଏମାନେ ଭାଗ୍ୟଶାଳୀ ହୋଇଥାନ୍ତି । ତେଣୁ ଏମାନଙ୍କର ଭାଗ୍ୟର ସାଥ୍ ବହୁ ସମୟରେ ଏମାନଙ୍କର ସପକ୍ଷରେ ରହିଥାଏ । ଯେଉଁ କାରଣରୁ ବହୁତ ଶୀଘ୍ର ଏମାନେ ନିଜ ଜୀବନରେ ବହୁତ କିଛି ହାସଲ କରିଦେଇଥାନ୍ତି ।

ଏହି ଲୋକ ମାନେ ଟଙ୍କା ଅପେକ୍ଷା ସମ୍ପର୍କର ମୂଲ୍ୟକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । କାରଣ ସେ ନିଜ ପରିବାର ତଥା ଅନ୍ୟ ପରିଚିତ ଲୋକଙ୍କୁ ବହୁତ ଅଧିକ ଭଲ ପାଇବା ସହ ସେମାନଙ୍କ ସାଥିରେ ମିଳିମିଶି ଚଳିବା ପାଇଁ ସର୍ବଦା ରୁଚି ରଖିଥାନ୍ତି । ଏମାନଙ୍କର ଏହି ଗୁଣ ଯୋଗୁ ଏମାନେ ସମସ୍ତଙ୍କର ପ୍ରିୟର ପାତ୍ର ହୋଇପାରିଥାନ୍ତି ।

ଏହି ଲୋକ ମାନଙ୍କର ଶରୀର ଊର୍ଜାରେ ଭରପୁର ହୋଇଥାଏ । ଏମାନେ ବହୁତ ସ୍ପଷ୍ଟବାଦୀ ବ୍ୟକ୍ତିତ୍ବଟିଏ ଅଟନ୍ତି । ଏମାନେ ନିଜର ବନ୍ଧୁ ମାନଙ୍କ ପାଇଁ କିଛି ମଧ୍ୟ କରିବାକୁ ପଛ ଘୁଞ୍ଚା ଦେଇନଥାନ୍ତି । ଏହି ସବୁ ଭଲ ଗୁଣ ଥିବା ସତ୍ବେ ମଧ୍ୟ ଏମାନଙ୍କ ଠାରେ ବହୁତ ଜିଦିଆ ବା ରାଗି ସ୍ଵଭାବର ପ୍ରବୃତ୍ତି ମଧ୍ୟ ଦେଖିବାକୁ ମିଳିଥାଏ ।

ଏମାନେ ପ୍ରେମ ସମ୍ପର୍କରେ ନିଜ ମନ କଥା ଖୋଲି କହିବାକୁ କୁଣ୍ଠାବୋଧ କରିଥାନ୍ତି ସତ କିନ୍ତୁ ଯାହାର ଥରେ ହୋଇଯାଇଥାନ୍ତି । ସେମାନଙ୍କ ସହିତ ଭଲରେ ଚଳିଥାନ୍ତି । ଏହି ଲୋକ ମାନଙ୍କର ଲକି ନମ୍ବର ହେଉଛି ୧, ୩, ୭ ଓ ୯ । ଲକି କଲର ନାଲି, ବ୍ରାଉନ, ବାଇଗଣୀ ଓ ହଳଦିଆ । ଲକି ବାର ହେଉଛି ରବିବାର,ବୁଧବାର ଓ ଶନିବାର ଏମାନଙ୍କର ଶୁଭ ବିବାହ ବର୍ଷ ହେଉଛି ୨୫, ୨୭ ଓ ୨୯,୩୦ ଓ ୩୧ ।

ଏହି ଲୋକ ମାନଙ୍କର ୨୪, ୨୬, ୨୭ ଓ ୩୧ ବର୍ଷ ବୟସରେ କ୍ଯାରିଅର କ୍ଷେତ୍ରରେ ଭଲ ପଦର୍ଶନ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *