ଯଦି ଆପଣଙ୍କର ଏହି 10 ଟି ଲକ୍ଷଣ ଦେଖା ଦେଉଛି ତ ତୁରନ୍ତ ଚେକ କରନ୍ତୁ ଆପଣଙ୍କ ହାର୍ଟ, ଆସିପାରେ ହାର୍ଟଟାକ ! (10 Early Signs of Heart Attack)

ବନ୍ଧୁଗଣ, ମସ୍ତିଷ୍କ ପରେ ହାର୍ଟ ହିଁ ଆମ ଶରୀରର ସବୁଠାରୁ ମୁଖ୍ୟ ଅଙ୍ଗ ଅଟେ । ଆମ ଶରୀରର ମୁଖ୍ୟ ଅଙ୍ଗ ବିଷୟରେ ଆମକୁ କମ ଧାରଣା ଥାଏ । ଯେବେ କୌଣସି ବ୍ୟକ୍ତିକୁ ଥଣ୍ଡା କିମ୍ବା ଜ୍ଵର ଓ ପେଟରୋଗ ଇତ୍ୟାଦି ହୋଇଥାଏ, ଆମେ ଏହାର କାରଣ ଜାଣିପାରି ତୁରନ୍ତ ସେହି ରୋଗକୁ ଭଲ କରିବା ପାଇଁ ଔଷଧ ଆଣି ଖାଇଥାଉ । ଆପଣ ସେହି ଲକ୍ଷଣ ବିଷୟରେ ଜାଣିଛନ୍ତି କି ଯାହା ଆମ ହାର୍ଟ ସହ ଯୋଡ଼ି ହୋଇ ରହିଛି ।

ଆମ ଶରୀରରେ ଯାହା କିଛି ଛୋଟୋ ହେଉ କିମ୍ବା ବଡ଼ ଯେକୌଣସି ରୋଗ ଆସିଥାଏ, ଆମ ଶରୀର କିଛି ଅଲଗା ଅଲଗା ଉପାୟରେ ସଂକେତ ଦେଇଥାଏ । ହାର୍ଟ ବେମାରୀ କମ୍ ବୟସରେ ମଧ୍ୟ ହୋଇଥାଏ । ଏଥିଯୋଗୁଁ ଅକାଳ ମୃ-ତ୍ୟୁ ହୋଇଥାଏ । ଆମ ଶରୀରରେ ହାର୍ଟ ଆଟାକ ଆସିବା ପୂର୍ବରୁ ବହୁତ କିଛି ଲକ୍ଷଣ ନଜର ରେ ଆସିଥାଏ । ଏହି ରୋଗ କେବେ ଅଚାନକ ଆସି ନଥାଏ । ହାର୍ଟ ଆଟାକ ଆସିବା ର କିଛି ମାସ ପୂର୍ବରୁ ବହୁତ କିଛି ଲକ୍ଷଣ ଦେଖାଇଥାଏ । ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା ।

୧;- ବେକ ଓ କାନ୍ଧ ଦରଜ ହେବା, ବହୁତ ସମୟ ଧରି ଗୋଟେ ଜାଗାରେ ଶୋଇ ରହିଲେ ଗର୍ଦନ ଓ କାନ୍ଧ ର ମାଂସପେଶୀ ଗୋଟେ ଜାଗାରେ ସ୍ଥିର ହୋଇଯାଇଥାଏ । ଲଗାତାର ଯଦି ବେକ କାନ୍ଧ ଦରଜ ହେଉଛି, ତେବେ ଜାଣି ନିଅନ୍ତୁ ଏହା ହାର୍ଟ ବେମାରୀ ର ଲକ୍ଷଣ ହୋଇଥାଏ ।

୨;- ହାତ ଗୋଡ଼ ଥଣ୍ଡା ପଡ଼ିବା, ଯଦି ଆପଣଙ୍କ ହାତ ଓ ଗୋଡ ଥଣ୍ଡା ପଡ଼ି ଯାଉଛି, ତେବେ ଏହା ହାର୍ଟ ବେମାରୀ ର ଅନ୍ୟ ଏକ ଲକ୍ଷଣ ହୋଇଥାଏ ।

୩;- ଥଣ୍ଡା ଝାଳ ବାହାରିବା, ପ୍ରାୟତଃ ଆପଣ ଶାରିରୀକ ପରିଶ୍ରମ ବା ବ୍ୟାୟାମ କରିବା ପରେ ଦେହରୁ ଝାଳ ବାହାରି ଥାଏ, କିନ୍ତୁ କୌଣସି ବ୍ୟକ୍ତିକୁ ରାତି ସମୟରେ ବା ବିନା କୌଣସି କାମ ନ କରି ମଧ୍ୟ ଝାଳ ବାହାରିଥାଏ ତେବେ ଏହା ହାର୍ଟ ବେମାରୀ ର ସଂକେତ ଦେଇଥାଏ । ଏହାଦ୍ଵାରା ହାର୍ଟ କୁ ସଠିକ୍ ମାତ୍ରାରେ ଅମ୍ଳଜାନ ପହଞ୍ଚି ପାରେନି ।

୪;- ଅଧିକ ପରିଶ୍ରମ କରିବା ପରେ ନିଃଶ୍ୱାସ ଫୁଲିବା ଏହା ଏକ ସାଧାରଣ ଲକ୍ଷଣ ଅଟେ । କିନ୍ତୁ ଅଳ୍ପ ପରିଶ୍ରମ କରି ଯଦି ନିଶ୍ବାସ ଖୁବ୍ ଶୀଘ୍ର ଫୁଲିବାକୁ ଲାଗେ, ତେବେ ଏହା ହାର୍ଟ ରୋଗ ର ଲକ୍ଷଣ ହୋଇଥାଏ ।

୫;- ନିଃଶ୍ୱାସ ନେବା ସହ ଯଦି ଛାତିରେ ମଧ୍ୟ କଷ୍ଟ ଅନୁଭବ ହୁଏ, ତେବେ ଏହା ହାର୍ଟ ସହ ଯୋଡ଼ି ହୋଇଥିବା ବେମାରୀ ହିଁ ହୋଇଥାଏ ।

୬;- ଥକାପଣ ଓ ଦୁର୍ବଳ ଲାଗିବା, ଦିନ ଯାକ କାମ କରି ପରିଶ୍ରମ କରି ଏବଂ ରାତିସାରା ଶାରିରୀକ ଓ ମାନସିକ କାମ କରିଲେ, ନିଶ୍ଚିତ ହାଲିଆ ଲାଗିଥାଏ । କିନ୍ତୁ ଯଦି ଅଳ୍ପ କାମ କରି ହାଲିଆ ଲାଗିଥାଏ, ଏବଂ ଥକା ଲାଗିଥାଏ, ଏହା କମଜୋର ହାର୍ଟ ର କାରଣ ହୋଇଥାଏ । ଏହି କାରଣରୁ ଶରୀରରେ ରକ୍ତ ସଞ୍ଚରଣ ମଧ୍ୟ ଠିକ ଭାବରେ ହୋଇ ନ ଥାଏ ।

୭;- ମସ୍ତିଷ୍କ ଦୁର୍ବଳ ହେବା, ଶରୀରରେ ଅମ୍ଳଜାନ କମ ହେବା କାରଣ ରୁ ଆମର ଭାବିବା ଓ ଚିନ୍ତା କରିବା ଶକ୍ତି ହ୍ରାସ ପାଇଥାଏ । ଯାହା ହାର୍ଟ ରୋଗ ର ସଂକେତ ଦେଇଥାଏ ।

୮;- ସବୁବେଳେ ପେଟ କାଟିବା, ଯଦି ପେଟ ର ଉପର ଭାଗ ଯନ୍ତ୍ରଣା ହେଉଛି, ତେବେ ଆପଣ ସମସ୍ୟାରେ ପଡ଼ିଯିବେ । କାରଣ ପେଟ ରୋଗ ରେ ମଧ୍ୟ ପେଟର ଉପରି ଭାଗ ପେଟ ଯନ୍ତ୍ରଣା ହୋଇଥାଏ । କିନ୍ତୁ ଏହି ଯନ୍ତ୍ରଣା ସବୁବେଳେ ହେଲେ, ଆପଣ ଜାଣି ନିଅନ୍ତୁ ଏହା ହାର୍ଟ ରୋଗ ର ଲକ୍ଷଣ ହୋଇଥାଏ ।

୯;- ମୁଣ୍ଡ ବୁଲେଇବା, ହାର୍ଟ ବେମାରୀ ର ସବୁଠୁ ମୁଖ୍ୟ ଲକ୍ଷଣ ହେଉଛି ମୁଣ୍ଡ ବୁଲାଇବା । ଏହି ସ୍ଥିତିରେ ଯେମିତି ମୁଣ୍ଡ ଚାରିଆଡ଼େ ଘର ବୁଲିଲା ପରି ଅନୁଭବ ହୁଏ ଓ ଆମ ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବରେ ହୁଏ ନାହିଁ ।

୧୦;- ଛାତି କାଟିବା, ଏହା ହାର୍ଟ ବେମାରୀ ର ସବୁଠାରୁ ସାଧାରଣ କାରଣ ବା ସଂକେତ ହୋଇଥାଏ । ଯଦି ଆପଣଙ୍କ ଶରୀରରେ ଏହି ସବୁ କାରଣ ଦେଖା ଯାଉଛି ବା ସଂକେତ ମିଳୁଛି ତେବେ ନିଶ୍ଚିତ ଡାକ୍ତର ଙ୍କ ପରାମର୍ଶ କରନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *