Vastu Shastra- ଘରକୁ ଦରିଦ୍ରତା ଆସିବାର 5 ଟି ସଙ୍କେତ, ଆଜି ହିଁ ଚେକ କରନ୍ତୁ କଣ ଆପଣଙ୍କ ଘରେ ଏମିତି କାମ ହେଉ ନାହିଁ ତ ?

ବନ୍ଧୁଗଣ, ସାଧାରଣତ ଘରେ ହେଉଥିବା ଛୋଟ ଛୋଟ କଥା ରେ କେତେକ ସଙ୍କେତ ଲୁଚି ରହିଥାଏ । ଏହି ସଙ୍କେତ କୁ ଯଦି ଆମ୍ଭେ ବୁଝି ନେଇଥାଉ ତେବେ ଆମ୍ଭ ଜାଣିଥାଉ ଯେ ଭବିଷ୍ୟତରେ ଆସିବାକୁ ଯାଉଥିବା ସମୟ କିଭଳି ହେବ ? ଏବଂ ଆମ୍ଭେ ସେହି ସମସ୍ୟା ମାନଙ୍କ ଠାରୁ ବଞ୍ଚିତ ତଥା ସତର୍କ ହୋଇପାରିବା । ଜ୍ୟୋତିଷ ଅନୁଯାୟୀ ଘରେ ଦାରିଦ୍ର୍ୟତା ବଢିବାର ସମ୍ଭାବନା ହେଉଥିଲେ, ଘରେ ଛୋଟ ଛୋଟ ଘଟଣା ମାନ ଇସାରା ଦେଇଥାଏ । ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଗରିବୀ ତଥା ଦାରିଦ୍ର୍ୟ ବଢିବାର କେଉଁ କେଉଁ ସଙ୍କେତ ହୋଇଥାଏ ।

୧- ଯଦି ଆପଣଙ୍କ ଘରେ କୌଣସି ଅସୁବିଧା ଆସିବାକୁ ଯାଉଅଛି ତେବେ ତାହାର ସିଧାସଳଖ ପ୍ରଭାବ ଆପଣଙ୍କ ଘରେ ଲାଗିଥିବା ତୁଳସୀ ଗଛ ମଧ୍ୟରେ ଦେଖାଯାଇଥାଏ । ତୁଳସୀ ଗଛ ସଂପୂର୍ଣ୍ଣ ଭାବରେ ଶୁଖି ଯାଇଥାଏ । ଏହା ଦ୍ଵାରା ଆପଣଙ୍କ ଘରେ ଅସୁବିଧା ତଥା ଦାରିଦ୍ର୍ୟତା ଆସିବାର ସଙ୍କେତ ମାନାଯାଇଥାଏ ।

୨- ଖାଦ୍ୟ ପଦାର୍ଥରେ କଳା ପିମ୍ପୁଡିର ପଡିଯିବା ଆପଣଙ୍କ ଘରକୁ ଖରାପ ସମୟ ଆସିବାର ସଙ୍କେତ ହୋଇଥାଏ । ୩- ଯଦି ଆପଣଙ୍କ ଘରେ ଲାଗିଥିବା ଗଛପତ୍ର ଶୁଖିବାକୁ ଲାଗେ ତେବେ ତୁରନ୍ତ ତାହାକୁ କାଟି ଦିଅନ୍ତୁ । ଘରେ ଲାଗିଥିବା ଗଛପତ୍ର ସର୍ବଦା ସବୁଜ ହେବା ଆବଶ୍ୟକ । ଘରେ ଗଛପତ୍ର ଶୁଖିବା କଥା ନୁହେଁ ନଚେତ ବୁଦ୍ଧ ଗ୍ରହ ଖରାପ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଉପରେ କରଜ ବଢିଥାଏ । ଗଛପତ୍ରକୁ ସବୁଦିନ ପାଣି ଦିଅନ୍ତୁ ।

୪- ଘରେ ଥିବା ଝାଡୁ ମାତା ଲକ୍ଷ୍ମୀଙ୍କ ସୂଚକ ଅଟେ । କାରଣ ତାହା ଘରେ ଥିବା ଦାରିଦ୍ର୍ୟତାକୁ ବାହାର କରିଥାଏ । ଏଥିରୁ ସୁଖ ସମୃଦ୍ଧି ତଥା ଧନ ଦୌଲତ ଆସିଥାଏ । ଏଣୁ ଝାଡୁ ଉପରେ ପାଦ ରଖିବା କଥା ନୁହେଁ । ଏଭଳି କରିଲେ ମାତା ଲକ୍ଷ୍ମୀଙ୍କର ନିରାଦର ହୋଇଥାଏ । ସୂର୍ଯ୍ୟାସ୍ଥ ପରେ ଆପଣ ଘରେ ଝାଡୁ ଲଗାନ୍ତୁ ନାହିଁ । କାରଣ ଏହା ବ୍ୟକ୍ତି ଙ୍କର ଦୁର୍ଭାଗ୍ୟ କୁ ଆମନ୍ତ୍ରଣ କରିଥାଏ । ଜଳଖିଆ କରିବା ପୂର୍ବରୁ ଝାଡୁ ନିଶ୍ଚିତ ରୂପେ ଲଗାଇ ଦିଅନ୍ତୁ । ଏହା ଶୁଭ ହୋଇଥାଏ ।

୫- ଝାଡୁ କୁ ଓଲଟା କରି ରଖିବା ଅଶୁଭ ମାନାଯାଇଥାଏ । ଝାଡୁ କୁ ସର୍ବଦା ଶୁଆଇ ରଖିବା ଆବଶ୍ୟକ । ଯଦି ଆପଣ ଝାଡୁ କୁ ଛିଡା କରାଇ ରଖନ୍ତି ତେବେ ଘରେ କଳହ ବନିଥାଏ । ଏହା ସହିତ ଘରେ ଦାରିଦ୍ର୍ୟର ବାସ ହୋଇଥାଏ । ଅନ୍ଧାର ହେବା ପରେ ଝାଡୁ ଲଗାନ୍ତୁ ନାହିଁ । ଏଥିରେ ମାତା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି । ଘରର କୌଣସି ସଦସ୍ୟ ବାହାରକୁ ଗଲେ ତାଙ୍କ ଯିବାର ତୁରନ୍ତ ଝାଡୁ କରିବା ଉଚିତ ନୁହେଁ । କିଛି ସମୟ ପାଶ୍ଚାତ ଆପଣ ଝାଡୁ ଲଗାନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *