ଦାନ୍ତ ପୋକ ଖାଉଥିଲେ, କେମିତି ତାହାକୁ ଠିକ କରିବେ ? Dr Pritish Patna

ବନ୍ଧୁଗଣ ସୁସ୍ଥ ସୁନ୍ଦର ଦାନ୍ତ ଅବା କାହାକୁ ପସନ୍ଦ ହୋଇନଥାଏ । ହେଲେ ସେହିଭଳି ସୁସ୍ଥ ଓ ସୁନ୍ଦର ଦାନ୍ତ ପାଇବା ପାଇଁ ହେଲେ । ଆମ ସମସ୍ତଙ୍କୁ ପ୍ରଥମରୁ ହିଁ ଦାନ୍ତର ଯତ୍ନ ନେବାକୁ ପଡିଥାଏ । ଆମ ଦାନ୍ତରେ ଅଧିକ ସମୟ ଯାଏଁ ଖାଦ୍ଯ ପଦାର୍ଥ ଲାଗି ରହିଲେ ଯାହା ଦ୍ଵାରା ଦନ୍ତରେ ବ୍ୟାକ୍ଟେରିୟା ଜମାଟ ବାନ୍ଧି ଥାଏ । ଏହା ପରେ ଧୀରେ ଧୀରେ ଦାନ୍ତରେ ଛୋଟ କଣା ସୃଷ୍ଟି ହୋଇଥାଏ । ସେହି ସମୟରେ ଜଣାପଡି ଥାଏ ଯେ ଦାନ୍ତରେ ପୋକ ଖାଇ ଯାଇଛି ।

ଯେଉଁ ମାନେ ଅଧିକ ମିଠା ଜାତୀୟ ଖାଦ୍ଯ ଖାଇଥାନ୍ତି ଠିକ ଭାବେ ଦାନ୍ତ ସଫା କରନ୍ତି ନାହି ସେହି ମାନଙ୍କ ଠାରେ ଏହି ଭଳି ସମସ୍ଯା ଦେଖାଯାଏ । ପିଲା ମାନେ ଅଧିକାଂଶ ଚକଲେଟ ଆଦି ମିଠା ଜିନିଷ ଖାଇବାକୁ ଭଲ ପାଆନ୍ତି । ସେମାନେ ନିଜ ଦାନ୍ତର ଠିକ ଭାବେ ଯତ୍ନ ନିଅନ୍ତି ନାହି । ଏହି କାରଣ ହେତୁ ପିଲା ମାନଙ୍କର କମ ବୟସରେ ଦାନ୍ତ ପୋକ ଖାଇ ଯାଇଥାଏ ।

ପ୍ରଥମେ ପ୍ରଥମେ ଦାନ୍ତ ରଙ୍ଗ ବଦଳି ଥାଏ । ଏହା ପରେ ଦାନ୍ତର ରଙ୍ଗ ହଳଦିଆ ହେବା ପରେ ଧୀରେ ଧୀରେ କଳା ପଡିଯାଏ । ଏହା ପରେ ଦାନ୍ତରେ ଧୀରେ ଧୀରେ କଣା ସୃଷ୍ଟି ହୋଇଥାଏ । ଏହି ସବୁ ହେଉଛି ଦାନ୍ତ କଣା ବା ପୋକ ଲାଗିବାର କିଛି ବିଶେଷ ଲକ୍ଷଣ ଯାହାକୁ ଆପଣ ମାନେ ଧ୍ୟାନ ଦେବା ଉଚିତ । ତେବେ ଯଦି ଆପଣ ମାନଙ୍କୁ ଦାନ୍ତ ଜନିତ କିଛି ସମସ୍ଯା ରହିଅଛି । ଯେପରି ଦାନ୍ତ ବିନ୍ଧା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ଡାକ୍ତର ମାନେ ପ୍ରଥମେ ଦାନ୍ତର ଏକ୍ସ-ରେ କରନ୍ତି । ଏହା ପରେ ଦାନ୍ତର ଖରାପ ହେବାର ମୁଖ୍ୟ କାରଣ ଜଣା ପଡିଥାଏ । ଯଦି ଦାନ୍ତ କଣା ହୋଇଥାଏ ତେବେ ଦାନ୍ତର ଫିଲିଙ୍ଗ କରାଯାଏ । ଯଦି ଦାନ୍ତରେ କ୍ୟାବିଟି ଥିବ ତେବେ ଡାକ୍ତର ମାନେ କ୍ୟାବିଟିକୁ ବାହାର କରି ଦିଅନ୍ତି । ଦାନ୍ତକୁ ସୁରକ୍ଷିତ ରଖିବା ନିହାତି ଆବଶ୍ୟକ ଅଟେ । ପ୍ରତିଦିନ ଦୁଇ ଥର ଦାନ୍ତ ସଫା କରିବା ଉଚିତ ।

ଛୋଟ ପିଲା ଠାରୁ ଆରମ୍ଭ କରି ବଡ ଲୋକ ସମସ୍ତେ ଦିନକୁ ଦୁଇ ଥର ଅର୍ଥାତ ସକାଳେ ଓ ରାତିରେ ବ୍ରସ କରିବା ଉଚିତ । ଏପରି କରିବା ଦ୍ଵାରା ଆମ ଦାନ୍ତରେ ଥିବା ସବୁ ଜୀବାଣୁ ନଷ୍ଟ ହୋଇଥାନ୍ତି । ଭୋଜନ କରିବା ପରେ ଭଲ ଭାବେ ମୁହଁକୁ ଧୋଇବା ଉଚିତ । ଦାନ୍ତ ସଫା କରିବା ସହ ଜିଭକୁ ମଧ୍ୟ ଭଲ ଭାବେ ସଫା କରିବା ଉଚିତ । କାରଣ ଅଧିକାଂଶ ବ୍ୟାକ୍ଟେରିୟା ଜିଭରେ ଲାଗି ରହିଥାଏ । ତେଣୁ ଆମକୁ ଉଭୟ ଦାନ୍ତ ଓ ଜିଭର ଯତ୍ନ ନେବା ଉଚିତ ।

ଦାନ୍ତ ବିନ୍ଧା ହେଉଥିଲେ ବା ପୋକ ଖାଇଥିଲେ କେବେ ବି ଭୁଲରେ ଅମୃତାଞ୍ଜନ ବା ସେକ ଦେବା ଉଚିତ ନୁହେ । ବନ୍ଧୁଗଣ ଆଶା କରୁଛୁ । ପୋଷ୍ଟଟି  ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *