ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ସମୁଦ୍ର ଶାସ୍ତ୍ର ଅନୁଯାୟୀ ମନୁଷ୍ୟ ର ଲକ୍ଷଣ ଆଧାରରେ ତାହାର ଭବିଷ୍ୟ ଏବଂ ବ୍ୟକ୍ତିତ୍ଵ ସମ୍ବନ୍ଧରେ କହିବାକୁ ଯାଉଅଛୁ । ସାଧାରଣତ ଭାରତୀୟ ସଂସ୍କୃତି ରେ ଶୁଭ ଅଶୁଭ, ପସନ୍ଦ ନାପସନ୍ଦ, ଏଭଳି କଥା କୁ ବହୁତ ମହତ୍ଵ ଦିଆଯାଇଅଛି ।
ଆମ୍ଭର ଜ୍ୟୋତିଷ ଶାସ୍ତ୍ର ରେ ପ୍ରତ୍ୟକ ଜିନିଷ ପଛରେ ଲୁଚି ରହିଥିବା ଅର୍ଥ କୁ ବିସ୍ତାର ରୂପରେ କୁହା ଯାଇଅଛି । ଆମ୍ଭର ଆଖ ପାଖ ରେ ଯେତିକି ମଧ୍ୟ କଥା ଘଟିଥାଏ ତାହାର ସମ୍ବନ୍ଧ ଆମ୍ଭର ନିକଟ ଭବିଷ୍ୟତ ସହିତ ନିଶ୍ଚିତ ଯୋଡି ହୋଇ ରହିଥାଏ । ଆମ୍ଭର ଶରୀରରେ ଥିବା କିଛି ଚିହ୍ନ ଅଥବା କିଛି କଳାଜାଇ ଆମ୍ଭର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ରେ ମଧ୍ୟ କିଛି ନା କିଛି ଅର୍ଥ ଲୁଚି ରହିଥାଏ ।
ଇଶ୍ଵର ପ୍ରତ୍ୟକ ମନୁଷ୍ୟ ର ଶରୀର ଅଲଗା ଅଲଗା ବନାଇଥାନ୍ତି । ଆମ୍ଭ ଶରୀରରେ ଥିବା ଚିହ୍ନ ମାନଙ୍କ ମଧ୍ୟରୁ କିଛି ଚିହ୍ନ ସୌଭାଗ୍ୟ ର ପ୍ରତୀକ ହୋଇଥାଏ । ସମୁଦ୍ର ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ଙ୍କ ଦାନ୍ତ ରେ ଫାଙ୍କ ଥାଏ ସେ ବହୁତ ସୌଭାଗ୍ୟଶାଳୀ ହୋଇଥାଏ । ଚାକିରୀରେ ଉଚ୍ଚ ପଦ ମଧ୍ୟ ପାଇଥାଏ । ଆର୍ଥିକ ଦୃଷ୍ଟି ରୁ ମଧ୍ୟ ଏମାନେ ସଫଳ ହୋଇଥାନ୍ତି । ସେହିଭଳି ଯେଉଁ ବ୍ୟକ୍ତି ର ଦାନ୍ତ ଟିକିଏ ବାହାରକୁ ବାହାରି ପଡିଥାଏ, ସେମାନେ ବହୁତ ଜିଦି ଏବଂ ଅଧିକ କଥା କହିଥାନ୍ତି । ଏହା ସହିତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି ।
ହାତ ଏବଂ ଆଙ୍ଗୁଳି ଯଦି କୋହଳ ଏବଂ ଗୋଲାପି ତଥା ସମତଳ ରହୁଥାଏ, ଏହା ସହିତ ହାତର ମଧ୍ୟ ଭାଗର ରେଖା ସ୍ପଷ୍ଟ ଦେଖାଯାଉଥାଏ ତେବେ ସେହି ବହୁତ ଭାଗ୍ୟଶାଳୀ ହୋଇଥାଏ । ଆପଣଙ୍କ ହାତ ଉପରେ ତ୍ରିଭୁଜ ର ଚିହ୍ନ ଭାଗ୍ୟଶାଳୀ ହେବାର ଚିହ୍ନ ହୋଇଥାଏ । ପତଳା ଏବଂ ଲମ୍ବା ଆଙ୍ଗୁଠି ମଧ୍ୟ ଭାଗ୍ୟ ଦୃଷ୍ଟି ରୁ ଭଲ ମାନାଯାଇଥାଏ । ପାଦତଳେ ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର, ସିଂହ, ପଦ୍ମ, ଶଙ୍ଖ, ଚକ୍ର, କିମ୍ବା ଧନ ଯେପରି ଆବୃତି ରହିଥାଏ ତେବେ ଏହା ଅତ୍ୟନ୍ତ ଭାଗ୍ୟଶାଳୀ, ଐସ୍ଵର୍ଜ୍ୟଶାଳି, ଏବଂ ରାଜାଙ୍କ ଭଳି ଜୀବନ ହେବାର ଚିହ୍ନ ହୋଇଥାଏ ବୋଲି ମାନାଯାଇଥାଏ ।
ଯେଉଁ ପୁରୁଷ ର ନାଭି ଖାଲ ହୋଇଥାଏ ସେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି । ସମୁଦ୍ର ଶାସ୍ତ୍ର ଅନୁଯାୟୀ ଆମ୍ଭର ଆଖି ମଧ୍ୟ ଆମ୍ଭର ବ୍ୟକ୍ତିତ୍ଵ ସମ୍ବନ୍ଧରେ କହିଥାଏ । ଖାଲ ଏବଂ ବଡ ଆଖିର ଲୋକେ ବୁଦ୍ଧିମାନ ଏବଂ ଧନବାନ ହୋଇଥାନ୍ତି । ସେହିଭଳି ଘନ ଏବଂ ପରସ୍ପର ସହିତ ଯୋଡି ହୋଇଥିବା ଆଖିପତା ମଧ୍ୟ ଉତ୍ତମ ଭାଗ୍ୟ ର ଚିହ୍ନ ଅଟେ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ