ଡାଲି ଅଧିକ ସେବନ କରୁଥିଲେ ହୋଇଯାଆନ୍ତୁ ସାବଧାନ ! ଡାଲି ବେଶି ସେବନ କଲେ କ’ଣ ହୁଏ ଜାଣନ୍ତୁ ? Health tips

ବନ୍ଧୁଗଣ ଡାଲି ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ, ଭିଟାମିନ, ମିନେରାଲ୍ସ ଏବଂ ଫାଇବର ରହିଥାଏ । ଅଧିକାଂଶ ଘରେ ପ୍ରାୟ ସବୁଦିନ ଡାଲି ରୋଷେଇ ହୋଇଥାଏ । ଏହା ଆମ ଶରୀରରେ ଖରାପ କୋଲେଷ୍ଟ୍ରୋଲର ମାତ୍ରାକୁ କମ୍ କରିଥାଏ । ଏହାଦ୍ବାରା ହୃଦରୋଗର ସମ୍ଭାବନା ମଧ୍ୟ ହ୍ରାସ ପାଇଥାଏ । ହେଲେ ବନ୍ଧୁଗଣ ଡାଲି ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ମାତ୍ରାରେ ଲାଭଦାୟକ ହୋଇଥିଲେ ସୁଦ୍ଧା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଅତ୍ୟଧିକ ଡାଲିର ସେବନ ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଧ୍ୟ ତାହା ହୋଇପାରେ ।

ବିଶେଷଜ୍ଞ ମାନେ କୁହନ୍ତି, ଅଧିକ ପରିମାଣରେ ଡାଲି ଖାଇବା ଦ୍ଵାରା ଆମ ଶରୀରର କ୍ଷତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଅଧିକ ପରିମାଣର ଡାଲି ଖାଇବା ଦ୍ଵାରା କେଉଁ ସବୁ ସମସ୍ଯା ଦେଖା ଦେଇଥାଏ । ଅଧିକ ଡାଲି ଖାଇବା ଦ୍ଵାରା ଆପଣଙ୍କ କିଡନୀରେ ଷ୍ଟୋନ ସମସ୍ଯା ଦେଖା ଦେଇପାରେ ଏବଂ ପେଟ ସମସ୍ଯା ମଧ୍ୟ ଦେଖା ଦେଇପାରେ । ଖାଦ୍ଯରେ ଅଧିକ ଡାଲି ସେବନ କରିବା ଦ୍ଵାରା ଗ୍ଯାସ ସମସ୍ଯା ସୃଷ୍ଟି ହୋଇପାରେ ।

ଏହା ବ୍ଯତୀତ ଅନେକ ଲୋକଙ୍କୁ ମଧ୍ୟ ଡାଲି ଖାଇବା ଦ୍ଵାରା ଏସିଡିଟି ହୋଇଥାଏ । ଆପଣଙ୍କୁ ଜଣାଇ ଦେଉଛୁ ଯେ ଅତ୍ୟଧିକ ମାତ୍ରାରେ ଡାଲି ସେବନ କରିବା ଦ୍ଵାରା ଆମ ଶରୀରକୁ ଡିଟକ୍ସିଫାଏ କରିବାରେ ସମସ୍ଯା ଦେଖା ଦେଇଥାଏ । ଅର୍ଥାତ ଅଧିକ ଡାଲି ଖାଇବା ଦ୍ଵାରା ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ପାରି ନଥାଏ । ଯାହା କି ଆମ ଶରୀର ପାଇଁ ବହୁତ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ ବୋଲି ବିଶେଷଜ୍ଞ ମାନେ କୁହନ୍ତି ।

ଡାଲିରେ ଅଧିକ ମାତ୍ରାରେ ପ୍ରୋଟିନ ରହିଥାଏ, ତେଣୁ ଏମିତିରେ ଯଦି ଆପଣ ନିଜ ଡାଏଟରେ ଅଧିକ ମାତ୍ରାରେ ପ୍ରୋଟିନ ସେବନ କରୁଛନ୍ତି ତେବେ ଏହା ଆମ ଶରୀରର ଓଜନକୁ ଶୀଘ୍ର ବଢାଇଥାଏ । ଆମ ଶରୀରର ଓଜନ ବଢିବା ଦ୍ଵାରା ମୋଟାପଣ ବଢିଥାଏ ଏବଂ ଅନେକ ପ୍ରକାରର ଗମ୍ଭୀର ରୋଗ ମଧ୍ୟ ଦେଖା ଦେଇଥାଏ ।

ଅଧିକ ଡାଲି ଖାଇଲେ ଅନ୍ତ ସହ ଜଡିତ ସମସ୍ଯା ଯଥା ଅପଚ, ବଦହଜମି, ଡିହାଇଡ୍ରେସନ, ଥକାପଣ, ବାନ୍ତି, ଚିଡଚିଡାପଣ ମୁଣ୍ଡ ବିନ୍ଧା ଓ ଡାଇରିଆ ଭଳି ରୋଗ ଦେଖା ଦେଇଥାଏ । ଯଦି କୌଣସି ବ୍ୟକ୍ତିଙ୍କର ଆଣ୍ଠୁଗଣ୍ଠି କିମ୍ବା ବାତ ସମସ୍ଯା ରହିଛି ତେବେ ଡାକ୍ତରଙ୍କ ପରାମର୍ଶ ବିନା ସେମାନେ ଡାଲି ଖାଇବା ଉଚିତ ନୁହେଁ । କାରଣ ଡାଲିରେ ପ୍ୟୁରିନର ମାତ୍ରା ଅଧିକ ରହିଥାଏ ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

ତେଣୁ ଡାଲି ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥିଲେ ମଧ୍ୟ ଅଧିକ ମାତ୍ରାରେ ଡାଲି ସେବନ କରିବା ପୂର୍ବରୁ ନିଶ୍ଚିତ ଭାବିବେ । ଜଣେ ବ୍ୟକ୍ତି ଗୋଟିଏ ଦିନରେ କେବଳ 40 ରୁ 60 ଗ୍ରାମ ପ୍ରୋଟିନ ସେବନ କରିବା ଉଚିତ । ତେଣୁ ଆପଣ ଖାଉଥିବା ଅନ୍ୟ ପ୍ରୋଟିନଯୁକ୍ତ ଖାଦ୍ଯ ଅନୁଯାୟୀ ଡାଲି ସେବନ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଆଶା କରୁଛୁ । ପୋଷ୍ଟଟି ଭଲ ଲାଗିଥିବ । ଏହିଭଳି ଭଲ ଭଲ ଅପଡେଟ ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *