29 ଜୁନ 2021 ମଙ୍ଗଳବାର, ଆଜିର ରାଶିଫଳ- ବଜରଙ୍ଗବଲିଙ୍କ ଆଶୀର୍ବାଦରୁ ଏହି ୪ଟି ରାଶିର ହେବ ଆକସ୍ମିକ ଧନଲାଭ, ସମସ୍ତ କାମକୁ ପୁରା କରିବା

ମେଷ

ଆଜି କୌଣସି ପୁରୁଣା ବନ୍ଧୁ ସହ ସାକ୍ଷାତ ହେବ । ତାଙ୍କ ସହିତ ଆପଣ ଘରେ ହିଁ ସମୟ ବିତାଇବେ । ପିତାଙ୍କ ସହଯୋଗ ଦ୍ଵାରା ଆପଣଙ୍କ କୌଣସି ଜରୁରୀ କାମ ପୁରା ହୋଇପାରେ । ସନ୍ଧ୍ୟା ମଧ୍ୟରେ ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରେ । ଆଜି ଆପଣଙ୍କୁ ଧନଲାଭର ବିଭିନ୍ନ ଅବସର ପ୍ରାପ୍ତ ହେବ । ଏହି ରାଶିର ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାରେ ସକାରାତ୍ମକ ପରିଣାମ ମିଳିବ । ଆଜି ପିଲାମାନଙ୍କ ସହିତ କୌଣସି ମନୋରଞ୍ଜନ ଭରା ସମୟ ବିତାଇବେ । ସାମାଜିକ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ । ଆପଣଙ୍କ ମାନ ପ୍ରତିଷ୍ଠାରେ ଉନ୍ନତି ହେବ । ହନୁମାନ ଚାଳିସାର ପାଠ କରନ୍ତୁ, ସମସ୍ତ କାମ ସଫଳ ହେବ ।

ବୃଷ

ଆଜିର ଦିନରେ କୌଣସି କ୍ଷେତ୍ରରେ ସଫଳତା ମିଳିପାରେ । ବିଜନେସ ଡିଲ ପାଇଁ ଆପଣ ବିଦେଶ ଯାଇ ପାରିବେ ନାହିଁ । ଏହି ରାଶିର ଲୋକମାନେ ପ୍ରାଇବେଟ ଚାକିରି କରୁଥିବା ଲୋକମାନେ ଘରେ ବସି କାମ କରି ପାରିବେ । କିଛି ଜିନିଷ ଆପଣଙ୍କ ପାଖରେ ଥିବ କିନ୍ତୁ ଆପଣ ସେହି ଜିନିଷକୁ ଚାରିଆଡେ ଖୋଜି ବୁଲୁଥିବେ । ମନକୁ ପ୍ରସନ୍ନତା ମିଳିବ । ଆଜି ଆପଣଙ୍କ ବ୍ୟବହାର ଭଲ ରହିବ । କିଛି କଥାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ ।

ମିଥୁନ

ଆଜି ପୁରା ଦିନ ଆପଣ ଊର୍ଜାରେ ଭରପୁର ରହିବେ । ସମସ୍ତ କାମକୁ ପୁରା କରିବା ପାଇଁ ଆପଣଙ୍କ ପାଖରେ ଯଥେଷ୍ଟ ସମୟ ରହିବ । ଆପଣଙ୍କ ପ୍ରିୟ ଛାତ୍ର ଆପଣଙ୍କ ସାହାର୍ଯ୍ୟ କରିବ । ନୂଆ ଲୋକମାନଙ୍କ ସହିତ ସାକ୍ଷାତ କରିବାର ଅବସର ମିଳିବ । ଜୀବନସାଥିଙ୍କ ସହିତ ଖୁସିଭରା ସମୟ ବିତାଇବେ । ସରକାରୀ ଚାକିରି ବାଲା ଲୋକମାନଙ୍କୁ ନିଜର ସହକର୍ମୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ । ଆଜି ଆପଣଙ୍କର ଆକସ୍ମିକ ଧନ ପ୍ରାପ୍ତିର ଯୋଗ ବନୁଛି ।

କର୍କଟ

ଆଜି ନିଜର ବନ୍ଧୁଙ୍କ ସହିତ ବାଦ ବିବାଦ ହେବାର ସମ୍ଭାବନା ଅଛି । କହିବା ସମୟରେ ନିଜର ବାଣୀ ଉପରେ ସଂଯମତା ରଖନ୍ତୁ । ସଙ୍ଗୀତ କ୍ଷେତ୍ର ସହ ଜଡିତ ଲୋକମାନଙ୍କ ଦିନ ଭଲ ରହିବ । ସ୍ୱାସ୍ଥ୍ୟରେ କିଛି ଅବନ୍ନତି ଆସିପାରେ । ଆଜି ଆପଣଙ୍କୁ ଏକ ନୂତନ ପ୍ଲାଟଫର୍ମ ମିଳିପାରେ । ଆପଣଙ୍କୁ କୌଣସି ବଡ ପ୍ରୋଫେସରଙ୍କ ସାହାର୍ଯ୍ୟ ବି ମିଳିପାରେ ।

ସିଂହ

ଆଜି ପରିବାର ଲୋକମାନଙ୍କ ସହିତ ଅଧିକରୁ ଅଧିକ ସମୟ ବିତାଇବାକୁ ଚାନ୍ସ ମିଳିବ । ଏହି ରାଶିର କିଛି ଖାସ ଲୋକମାନଙ୍କ ଦିନ ଭଲରେ ବ୍ୟତୀତ ହେବ । କିଛି ଲୋକମାନଙ୍କ ଆମଦାନୀ ଭଲ ହେବ । ରାଜନୈତିକ କ୍ଷେତ୍ରରେ କିଛି ଲୋକମାନେ ସମାଜରେ ନିଜର ଛବିକୁ ଭଲ ରଖିବା ପାଇଁ କିଛି କାମ କରିବେ । ଏହାର ଲାଭ ଆପଣଙ୍କୁ ଆସନ୍ତା ସମୟରେ ନିଶ୍ଚିତ ମିଳିବ । ମାତା ପିତାଙ୍କ ସହଯୋଗ ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ଆହୁରି ବି ଚେଷ୍ଟା କରିବାକୁ ପଡିବ ।

କନ୍ୟା

ଆଜି ଆପଣଙ୍କ ପିଲାମାନେ ଆପଣଙ୍କୁ ଖୁସି ଖବର ଦେବେ । ପ୍ରେମୀ ଯୁଗଲଙ୍କ ପାଇଁ ଆଜିର ଦିନ ଭଲ ରହିବାର ଅଛି । ଆପଣଙ୍କ ପାର୍ଟନର ଠାରୁ ଆପଣଙ୍କୁ କିଛି ଉପହାର ମିଳିବ ନଚେତ କୌଣସି ବିଷୟରେ ସୂଚନା ମିଳିପାରେ । ଆଜି ଆପଣ କୌଣସି ବ୍ୟକ୍ତି ସହ ଡିଲ କରି ପାରନ୍ତି । କୌଣସି ବଡ ବିଜନେସ ଗ୍ରୁପ ସହ ଆପଣଙ୍କ ପାର୍ଟନରଶୀପ ହୋଇପାରେ । ଆପଣଙ୍କ ମାତାଙ୍କ ସ୍ୱାସ୍ଥ୍ୟରେ ଆଜି ସୁଧାର ଆସିବ । ଏହା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ବି ଭଲ ରହିବ । ଆଜି ଆପଣଙ୍କ ସମସ୍ତ ଚିନ୍ତା ଦୂର ହେବ ।

ତୁଳା

ଆଜି ଘରେ କିଛି ଲୋକମାନଙ୍କ ସାହାର୍ଯ୍ୟ ମିଳିପାରେ । ଆପଣ ଯେଉଁ କାମକୁ ଆରମ୍ଭ କରିବେ ସେଥିରେ ସହଜରେ ସଫଳତା ମିଳିଯିବ । ଆଜି କୌଣସି ବି ବ୍ୟକ୍ତିକୁ ନ ବୁଝି ସୁଝି ଟଙ୍କା ଧାର ଦିଅନ୍ତୁ ନାହିଁ । ଦାମ୍ପତ୍ୟ ଜୀବନରେ କିଛି ଅସୁବିଧା ଆସିପାରେ । ଜୀବନସାଥିଙ୍କ ସହିତ କଥାବାର୍ତ୍ତା କରିବା ସମୟରେ କୌଣସି ବି କଥାର ଭୁଲ ଅର୍ଥ ବାହାର କରନ୍ତୁ ନାହିଁ । ଯଦି ଆପଣ କିଛି ଦିନ ହେବ ଆଖି ସମ୍ବନ୍ଧିତ ସମସ୍ୟାରେ ଚିନ୍ତିତ ଅଛନ୍ତି, ତେବେ ସେଥିରୁ ଆଜି ଆପଣଙ୍କୁ ମୁକ୍ତି ମିଳିଯିବ ।

ବିଚ୍ଛା

ଆଜି ଆପଣ କୌଣସି ସାମାଜିକ ସଂଗଠନ ସହ ଯୋଡି ହେବେ । ଏହା ଦ୍ଵାରରା ଆପଣଙ୍କ ପ୍ରତିଷ୍ଠା ବଢିବ । ଆଜି ଆପଣଙ୍କ କୌଣସି କାମ ପୁରା ହୋଇପାରେ । କୌଣସି ବାହାର ବ୍ୟକ୍ତିର ସାହାର୍ଯ୍ୟ ମିଳିପାରେ । ଗୃହିଣୀ ମହିଳାଙ୍କ ପାଇଁ ଆଜିର ଦିନ ଭଲ ରହିବ । ଆପଣଙ୍କ ଘର ଲୋକମାନଙ୍କ ଠାରୁ ଆଜି ଆପଣଙ୍କୁ ସାହାର୍ଯ୍ୟ ମିଳିବ । ଆଜି ଆପଣ ନିଜର କୌଣସି ବନ୍ଧୁର ଘରକୁ ଯାଇ ପାରନ୍ତି । ପିଲାମାନେ କାମରେ ସାହାର୍ଯ୍ୟ କରିବେ । ଅଟକିଥିବା ଧନ ଆଜି ମିଳିବାର ସଂକେତ ଦେଖାଉଛି ।

ଧନୁ

ଆପଣଙ୍କୁ ନିଜର ଲୁଚି ଥିବା ପ୍ରତିଭାକୁ ବାହାର କରିବାର ଅବସର ମିଳିବ । ଆପଣଙ୍କ କ୍ରିଏଟିବିଟୀର ପ୍ରଶଂସା କରାଯିବ । ପ୍ରେମୀମାନଙ୍କ ଜୀବନରେ ଆଜି କିଛି ନୂତନତା ଆସିବ । ଆଜି ସୋସିଆଲ ମିଡିଆରେ ଏକ୍ଟିବ ରହିବା ଦ୍ଵାରା ଆପଣ ଲାଭବାନ ହେବେ । ଆପଣ ଦେଶର ରାଜନୀତିରେ ଭାଗ ନେବେ । ଆଜି ମାତା ପିତା ସନ୍ତାନଙ୍କ କୌଣସି ଇଚ୍ଛା ପୁରା କରିବାର ସଫଳ ହେବେ । ଆପଣଙ୍କୁ ଆମଦାନୀରେ କୌଣସି ନୂତନ ସ୍ରୋତ ହାସଲ ହେବ । ସ୍ୱାସ୍ଥ୍ୟ ମ୍ମାଳାରେ ଆଜିର ଦିନ ଆପଣଙ୍କ କିଛି ସତେଜ ଅନୁଭବ ହେବ ।

ମକର

କିଛି ଦିନରୁ ଚାଲୁଥିବା ସମସ୍ୟାର ସମାଧାନ ଆଜି ସହଜରେ ବାହାରିଯିବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କିଛି ଲୋକମାନଙ୍କ ସହଯୋଗ ପ୍ରାପ୍ତ ହେବ । ଲୋକମାନେ ଇଚ୍ଛା କରିବେ । କିନ୍ତୁ ଏହା ସହିତ ଆପଣଙ୍କୁ ଏହି କଥାର ବି ଧ୍ୟାନ ରଖିବାର ଅଛି ଓ ସେହି ଲୋକମାନଙ୍କ ପ୍ରତି ସଚେତନ ହୋଇ ରୁହନ୍ତୁ ଯେଉଁମାନେ ଆପଣଙ୍କ ଲାଭ ଉଠାଇବାକୁ ଚେଷ୍ଟା କରୁଥିବେ । କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ । ଏହା ସହିତ ଆଜି ବାହାରକୁ ବାହାରନ୍ତୁ ନାହିଁ ।

କୁମ୍ଭ

ଆଜି ଆପଣଙ୍କୁ କୌଣସି ପୁରୁଣା ବ୍ୟକ୍ତି ମିଳିପାରେ । ଆପଣଙ୍କ ସମସ୍ତ କାର୍ଯ୍ୟ ସହଜରେ ହୋଇଯିବ । ଘରେ ଆପଣଙ୍କ ଭାଇ ଭଉଣୀ ଆପଣଙ୍କ ସହଯୋଗ କରିବେ । ଏହି ରାଶିର ଅବିବାହିତ ଲୋକମାନଙ୍କ ପାଇଁ ଆଜିର ଦିନ ଅଶୁଭ ରହିପାରେ । ଆଜି ଆପଣଙ୍କ ଆତ୍ମବିଶ୍ଵାସ ପୂର୍ବ ଅପେକ୍ଷା ମଜବୁତ ରହିବ । ଆପଣଙ୍କ କୌଣସି ନୂଆ କାମ କରିବାକୁ ଇଚ୍ଛା ହେବ ।

ମୀନ

ବନ୍ଧୁମାନଙ୍କ ସହଯୋଗ ପାଇବା ପାଇଁ ଆପଣଙ୍କୁ ଚେଷ୍ଟା କରିବାକୁ ପଡିବ । ଆଜି ଆପଣଙ୍କୁ ସମସ୍ତ ପରକାରର କାର୍ଯ୍ୟରେ ଚେଷ୍ଟା କରିବା ଦରକାର । ଆଜି ଆପଣଙ୍କ ଧନ ଧାନ୍ୟ ବୁଦ୍ଧି ହେବ । ଆଜି ଆପଣଙ୍କ ମନ ପୂଜା ପାଠରେ ଲାଗି ରହିବ । ଟଙ୍କା ମାମଲାରେ କୌଣସି ବି ପଦକ୍ଷେପ ଉଠାଇବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ । ଆଜି ପିଲାମାନେ ଓ ପରିବାର ଲୋକମାନଙ୍କ ସହିତ ସମୟ ବିତାନ୍ତୁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *