ଛୋଟ ପିଲା ମରିବା ପରେ ସେମାନଙ୍କ ଶରୀରକୁ ମାଟିରେ କାହିଁକି ପୋତାଯାଏ ? ପୋଡାଯାଏ ନାହିଁ କାହିଁକି ? Garuda Purana

ବନ୍ଧୁଗଣ ସାଧାରଣତଃ ଅନ୍ୟ ଧର୍ମରେ କୌଣସି ମଣିଷର ଦେହାନ୍ତ ହେବା ପରେ ତାକୁ ପୋତା ଯାଇଥାଏ ହେଲେ ଆମ ହିନ୍ଦୁଧର୍ମରେ କୌଣସି ମଣିଷର ଦେହାନ୍ତ ହେଲେ ତାକୁ ଜଳା ଯାଇଥାଏ ।

ହେଲେ ବନ୍ଧୁଗଣ ଶିଶୁ ମାନଙ୍କୁ ହିନ୍ଦୁଧର୍ମରେ ଜଳା ଯାଇନଥାଏ ସେମାନଙ୍କୁ ପୋତା ଯାଇଥାଏ । କିନ୍ତୁ ବନ୍ଧୁଗଣ ଆପଣ ମାନେ କଣ ଏହାର କାରଣ ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହାର କାରଣ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଗରୁଡ ପୁରାଣରେ ଏହି ସମ୍ବନ୍ଧରେ ଉଲ୍ଲେଖ ରହିଛି । ପୁରାଣ ଅନୁସାରେ ଗରୁଡଙ୍କ ପ୍ରଶ୍ନର ଉତ୍ତର ଦେଇ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି, ହେ ଗରୁଡ ଯଦି କୌଣସି ଶିଶୁ କେବଳ ୨ ବର୍ଷ ପରେ ତାର ଦେହାନ୍ତ ହୋଇଥାଏ ତା ହେଲେ ସେହି ଶିଶୁକୁ ମାଟିରେ ପୋତି ଦେବା ଉଚିତ । ଗରୁଡ ପୁରାଣ ଅନୁସାରେ ଗୋଟେ ଶିଶୁ ଜନ୍ମ ହେବାର ଦୁଇ ବର୍ଷ ପର୍ଯ୍ୟନ୍ତ ସେ ଦୁନିଆଦାରି ବିଷୟରେ ଅପରିଚିତ ହୋଇ ରହିଥାଏ । ଏହା ସହିତ ସେ ମୋହମାୟାରୁ ଦୂରେଇ ରହିଥାଏ ।

ତେଣୁ ଦେହ ତ୍ୟାଗ ପରେ ଶରୀର ନିଜ ଆତ୍ମା ସହିତ କୌଣସି ମୋହ ରଖିନଥାଏ ଅଥବା ଶିଶୁର ଆତ୍ମା ପୁନଃ ଶରୀରେ ପ୍ରବେଶ କରିନଥାଏ । ଅନ୍ୟ ପକ୍ଷରେ ଶିଶୁ ଯେତେ ଶୀଘ୍ର ବଡ ହୋଇଥାଏ ସେ ଏହି ସଂସାରର ମୋହମାୟାରେ ବାନ୍ଧି ହୋଇଥାଏ ଏବଂ ନିଜ ଶରୀର ଓ ଆତ୍ମା ପ୍ରତି ତାର ମୋହ ବଢିବା ଆରମ୍ଭ ହୋଇଥାଏ । ତେଣୁ ଦେହ ତ୍ୟାଗ ପରେ ଯେତେବେଳ ପର୍ଯ୍ୟନ୍ତ ମଣିଷର ଶରୀରକୁ ଜଳାଇ ଦିଆଯାଇ ନଥାଏ ସେତେବେଳ ପର୍ଯ୍ୟନ୍ତ ଆତ୍ମା ନିଜର ଶରୀରରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥାଏ ।


ଗରୁଡ ପୁରାଣ ଅନୁସାରେ ସବ ସତ୍କାର ହେବାପରେ ବ୍ୟକ୍ତି ଏହି ମୋହମାୟା ଦୁନିଆକୁ ତ୍ୟାଗ କରି ଏକ ଆଧ୍ୟାତ୍ମିକ ଦୁନିଆରେ ପ୍ରବେଶ କରିଥାଏ । କିନ୍ତୁ ନବଜାତ ଶିଶୁକୁ ଏହି ଦୁନିଆର ମୋହମାୟା ବିଷୟରେ କୌଣସି ଜ୍ଞାନ ନଥାଏ । ତେଣୁ ବନ୍ଧୁଗଣ ଏହି କାରଣ ହେତୁ ନବଜାତ ଶିଶୁର ଦେହାନ୍ତ ପରେ ତାକୁ ଜଳାଇବା ବଦଳରେ ତାକୁ ମାଟିରେ ପୋତା ଯାଇଥାଏ । ଗରୁଡ ପୁରାଣ ଅନୁସାରେ ନବଜାତ ଶିଶୁ ମାନଙ୍କ ସହିତ ସନ୍ୟାସୀ ମାନଙ୍କ ଶରୀରକୁ ମଧ୍ୟ ମାଟିରେ ପୋତା ଯାଇଥାଏ । କାରଣ ସନ୍ୟାସୀ ମାନେ ନିଜର କଠୋର ତପସ୍ୟା ଦ୍ଵାରା ନିଜ ପାଞ୍ଚ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିଥାନ୍ତି ଓ ସେମାନେ ଏହି ସଂସାରର ସମସ୍ତ ମୋହମାୟାକୁ ତ୍ୟାଗ କରି ତପସ୍ୟା କରିଥାନ୍ତି ।

ତେଣୁ ଦେହ ତ୍ୟାଗ କରିବା ପରେ ସନ୍ୟାସୀ ମାନେ ନିଜ ଆତ୍ମାକୁ ଭଗବାନଙ୍କ ପାଖରେ ସମର୍ପଣ କରିଥାନ୍ତି । ତେଣୁ ବନ୍ଧୁଗଣ ସନ୍ୟାସୀ ମାନଙ୍କୁ ନ ଜଳାଇ ମାଟିରେ ପୋତା ଯାଇଥାଏ । ଗରୁଡ ପୁରାଣ ଅନୁସାରେ ଶିଶୁର ଦେହାନ୍ତ ହେବା ପରେ ତାର ମାତା ପିତା ଯେତେ ଦାନ ଧର୍ମ କରିବେ ଶିଶୁର ଆତ୍ମାକୁ ଶାନ୍ତି ମିଳିବ । ତେଣୁ ବନ୍ଧୁଗଣ ଏହି କାରଣ ହେତୁ ଶିଶୁ ମାନଙ୍କ ଶରୀରକୁ ଜଳା ନ ଯାଇ ପୋତା ଯାଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *