ବନ୍ଧୁଗଣ, ବିଭିନ୍ନ ପ୍ରକାରର କାରଣ ଯୋଗୁଁ ଆମ୍ଭ ମୁଣ୍ଡର କେଶ ଝଡିଥାଏ । ବହୁତ ଦିନରୁ ଯଦି ଆପଣଙ୍କର କେଶ ଝଡିବା ଭଳି ସମସ୍ୟା ଅଛି ତେବେ ଆପଣଙ୍କ ମୁଣ୍ଡ ଚନ୍ଦା ହୋଇଯାଇଥିବ । ଆଜି ଆମ୍ଭେ ଆପଣ ମାନଙ୍କ ପାଇଁ ଏଭଳି ଏକ ଉପାୟ ନେଇ ଆସିଛୁ, ଯାହାକୁ ପ୍ରୟୋଗ କରି ଆପଣ ମାନଙ୍କ କେଶ ଜାତୀୟ ସମସ୍ୟା ର ସମାଧାନ ହେବ ।
ଆସନ୍ତୁ ତେବେ ସେହି ଉପାୟ ସମ୍ବନ୍ଧରେ ଜାଣିବା । ଆପଣ ମାନଙ୍କୁ ଏହି ଉପଚାର ବନାଇବା ପାଇଁ ସର୍ବ ପ୍ରଥମେ ଡାଳିମ୍ବ ପତ୍ରର ଆବଶ୍ୟକ ହେବ । ଆପଣ ୧୦୦ ଗ୍ରାମ ଡାଳିମ୍ବ ପତ୍ର କୁ ନିଅନ୍ତୁ । ଏହାପରେ ଏହାକୁ ଭଲ ଭାବରେ ବାଟି ଏହାର ଏକ ପେଷ୍ଟ ବନାଇ ଦିଅନ୍ତୁ ।
ଆପଣ ଡାଳିମ୍ବ ପତ୍ର ରେ ଅଳ୍ପ ପାଣି ଦେଇ ଏହାକୁ ଗ୍ରାଇଣ୍ଡର ମାଧ୍ୟମରେ ଏହାର ଏକ ପେଷ୍ଟ ବନାଇ ଦିଅନ୍ତୁ । ଏହାପରେ ଆପଣ ଏହି ପେଷ୍ଟ କୁ ଅନ୍ୟ ଏକ ପାତ୍ର ରେ ବାହାର କରି ନିଅନ୍ତୁ । ଆପଣ ଏହାକୁ ଛଣା ମାଧ୍ୟମରେ ଛାଣି ନିଅନ୍ତୁ । ଏହାପରେ ଡାଳିମ୍ବ ର ଅବଶିଷ୍ଟ ପତ୍ର କୁ ଆପଣ ଏକ ପାତ୍ର ରେ ପକାନ୍ତୁ । ଏହାପରେ ଆପଣ ଏଥିରେ ୨୫୦ ରୁ ୫୦୦ ml ସୋରିଷ ତେଲ ନିଅନ୍ତୁ ।
ବର୍ତ୍ତମାନ ଏହି ୨ ଟି ସାମଗ୍ରୀ କୁ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହି ସାମଗ୍ରୀ ଭଲ ଭାବରେ ମିଶାଇ ଦେଲା ପରେ ଡାଳିମ୍ବ ପତ୍ର ର ରସ କୁ ଏଥିରେ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏହି ୩ ଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏକ ପାତ୍ର ଗ୍ୟାସ ରେ ବସାଇ ଗ୍ୟାସ କୁ ଲୋ ଫେମ ରେ ବଶାନ୍ତୁ । ଏହା ପରେ ଆପଣ ଯେଉଁ ମିଶ୍ରଣ ପ୍ରସ୍ତୁତ କରିଛନ୍ତି ତାହାକୁ ଏଥିରେ ପକାନ୍ତୁ ।
ଏହାପରେ ୬ ରୁ ୭ ମିନିଟ ପର୍ଯ୍ୟନ୍ତ ଲୋ ଫେମ ରେ ଏହାକୁ ଭଲ ଭାବରେ ଫୁଟାନ୍ତୁ । ଏହାପରେ ଗ୍ୟାସ କୁ ବନ୍ଧ କରି ଦିଅନ୍ତୁ । ତେଲ କୁ ଥଣ୍ଡା କରିବାକୁ ଛାଡି ଦିଅନ୍ତୁ । ତେଲ ଥଣ୍ଡା ହେବା ପରେ ଏହି ତେଲ କୁ ଆପଣ ଛାଣି ନିଅନ୍ତୁ । ଆପଣ ରାତିରେ ଶୋଇବା ପୂର୍ବରୁ ଏହି ତେଲ କୁ ନିଜ କେଶରେ ପ୍ରୟୋଗ କରି ଶୁଅନ୍ତୁ ।
ସକାଳେ ଆପଣ କେଶ କୁ ଧୋଇ ଦିଅନ୍ତୁ । ଆପଣ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଏହାର ପ୍ରୟୋଗ କରି ଏହାର ଲାଭ ଦେଖି ନିଅନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ