Skin care tips; – ଚେହେରାର କଳାଦାଗ (melasma) କିପରି ଦୂର କରିବେ ? Dr Kumar Abhishek

ବନ୍ଧୁଗଣ ମେଲାଜମା ଏକ ପ୍ରକାର ଚର୍ମ ରୋଗ ହୋଇଥାଏ । ଯାହା ସାଧାରଣତଃ ପୁରୁଷ ଏବଂ ମହିଳା ଉଭୟଙ୍କୁ ହୋଇଥାଏ । ସୂର୍ଯ୍ୟକିରଣ ଚର୍ମରେ ପଡି ଅନେକ ସମୟରେ ଲୋକଙ୍କର ଏହି ମେଲାଜମା ସମସ୍ଯା ସୃଷ୍ଟି ହୋଇଥାଏ । ଅର୍ଥାତ ଚର୍ମ କଳା କଳା ହୋଇଯାଇଥାଏ । ଏହାଛଡା ଏହି ସମସ୍ଯା ପାଇଁ ଆହୁରି ଅଲଗା କିଛି କାରଣ ମଧ୍ୟ ରହିଛି । ଯାହାକୁ ନେଇ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କୁମାର ଅଭିଷେକ କ’ଣ କହୁଛନ୍ତି ଜାଣନ୍ତୁ ।

ମେଲାଜମା ବିଭିନ୍ନ କାରଣ ଯୋଗୁଁ ହୋଇଥାଏ । ଏହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ହୋଇଥାଏ କିନ୍ତୁ ବିଶେଷ କରି ମହିଳା ମାନଙ୍କ ଠାରେ ଏହା ଅଧିକ ଦେଖା ଦେଇଥାଏ । ଏହି ରୋଗରେ ମୁହଁର ଦୁଇ ଗାଲରେ ନାକ ଉପରେ କିମ୍ବା ଗାଲର ଉପର ପାର୍ଶ୍ଵରେ କଳା କଳା ଦାଗ ହୋଇଯାଏ । ମହିଳାଙ୍କ ଠାରେ ଗର୍ଭବସ୍ଥା ସମୟରେ ସାଧାରଣତଃ ଏହି ରୋଗ ଦେଖା ଦେଇଥାଏ ।

ଥାଇରଏଡ ରୋଗ ଥିଲେ ମଧ୍ୟ ଏହି ସମସ୍ଯା ଆରମ୍ଭ ହୋଇଥାଏ । ଏହାଛଡା ସବୁଠୁ ଜରୁରୀ କଥା ହେଉଛି ଯଦି ଆପଣ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଅଧିକ ଆସୁଥିବେ ତେବେ ମଧ୍ୟ ଏହିପରି ସମସ୍ଯା ଦେଖା ଦେଇଥାଏ । ଏହାର ଚିକିତ୍ସା ଅନେକ ପ୍ରକାରର ରହିଛି । ଆପଣଙ୍କ ଚର୍ମକୁ ଦେଖିବା ପରେ ବିଭିନ୍ନ ପ୍ରକାରର ଡିପ ପିଗମେଣ୍ଟିଂ କ୍ରିମ ଡାକ୍ତର ଦେଇଥାନ୍ତି । କୁଜିକ ଏସିଡ, ଗାଇକ୍ଳୋଲିକ ଏସଡି, ହାଇଡ୍ରୋ କ୍ୟୁନାଇନ କ୍ରିମ ଡାକ୍ତର ଦେଇଥାନ୍ତି ଯାହାଦ୍ୱାରା ଆପଣଙ୍କ ପିଗମେଣ୍ଟେସନ କମିଥାଏ ।

ଏହାଛଡା ଟ୍ରାନିକସେମିକ ଏସିଡର କିଛି ଟାବଲେଟ ମଧ୍ୟ ଖାଇବାକୁ ଦେଇଥାନ୍ତି । ଏହ ବ୍ଯତୀତ ଆବଶ୍ୟକ ସ୍ଥଳେ କିଛି କେମିକାଲ ପିଲିଙ୍ଗ ମଧ୍ୟ କରିଥାନ୍ତି । ଯାହା କରିବା ଦ୍ଵାରା ଆପଣଙ୍କ ପିଗମେଣ୍ଟେସନ କମିବାକୁ ଲାଗେ । ଏହା ଛଡା କିଛି ଲେଜର ଟ୍ରିଟମେଣ୍ଟ କରାଯାଏ । ଯାହାଦ୍ୱାରା ମେଲାଜମାରେ ଉନ୍ନତି ଦେଖିବାକୁ ମିଳିଥାଏ ।

ତେବେ ଏହି ରୋଗ ହେବ ମାତ୍ରେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଆରମ୍ଭରୁ ଡାକ୍ତରଙ୍କୁ ଦେଖାନ୍ତୁ ଓ ତାଙ୍କ ପରାମର୍ଶ ଅନୁସାରେ ହିଁ ଚିକିତ୍ସା କରନ୍ତୁ । ସବୁଠୁ ବଡ କଥା ହେଉଛି ଚିକିତ୍ସାକୁ ଅଧାରୁ ବନ୍ଦ କରନ୍ତୁ ନାହିଁ । ଡାକ୍ତରଙ୍କ ବିନା ପରାମର୍ଶରେ ଅନ୍ୟ ଠାରୁ ଶୁଣି କୌଣସି ଘରୋଇ ଉପଚାର ବ୍ୟବହାର କରନ୍ତୁ ନାହିଁ । ଏପରି କରିବା ଦ୍ଵାରା ଆପଣଙ୍କ ସମସ୍ଯା ଆହୁରି ବଢିଯାଇ ପାରେ ।

ବନ୍ଧୁଗଣ ଏହି ପୋଷ୍ଟଟି ଉପରେ ଆପଣଙ୍କର ମତାମତ ଆମକୁ କମେଣ୍ଟ ଦ୍ଵାରା ଜଣାନ୍ତୁ । ଏଥିସହ ଆଗକୁ ଭଲ ଭଲ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *