ସବୁ ମନୁଷ୍ୟ ଚାହାନ୍ତି କି ତାଙ୍କ ଜୀବନରେ ଖୁସି ଭରପୁର ରହୁ । କିନ୍ତୁ ଯେତେବେଳେ ଜୀବନରେ କୌଣସି କଷ୍ଟ ଓ ଦୁଃଖ ଚାଲି ଆସେ ତେବେ ମନୁଷ୍ୟ ବିଚଳିତ ହୋଇଯାଏ । ସେ ଚିନ୍ତା କରିବାକୁ ଲାଗେ କି ସେ ଏମିତି କାହିଁକି ହେଉଛି । ଆମର ହିନ୍ଦୁ ଶାସ୍ତ୍ରରେ ମନୁଷ୍ୟର କଲ୍ୟାଣ ପାଇଁ ବହୁତ ନିୟମ କୁହାଯାଇଛି । ଯେଉଁ ଗୁଡିକୁ ପାଳନ କରିବା ଦ୍ଵାରା ଜୀବନରେ ସୁଖ ସମୃଦ୍ଧି ଓ ଶାନ୍ତି ମିଳିଥାଏ ।
ଗୋଟିଏ ଜରୁରୀ କଥା ବି କୁହାଯାଇଛି କି କିଛି କର୍ମ ଏମିତି ବି ଅଛି ଯାହାକୁ ନଗ୍ନ ଅବସ୍ଥାରେ କରିବା ଉଚିତ ନୁହେଁ । କାରଣ ଏହା ଆମର ଜୀବନ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ତେବେ ଚାଳନ୍ତୁ ଜାଣିବା ତାହା କେଉଁ ସବୁ କର୍ମ ଅଟେ ଯାହାକୁ ନଗ୍ନ ଅବସ୍ଥାରେ କରିବା ଉଚିତ ନୁହେଁ ।
ନଗ୍ନ ହୋଇ ସ୍ନାନ
ବିଷ୍ଣୁ ପୁରାଣ ଅନୁସାରେ ବ୍ୟକ୍ତିକୁ କେବେ ବି ପୂରାପୂରି ନିର୍ବସ୍ତ୍ର ହୋଇ ସ୍ନାନ କରିବା ଉଚିତ ନୁହେଁ । ସ୍ନାନ କରିବା ସମୟରେ ଗୋଟିଏ ଛୋଟ କପଡା ବି ନିଜ ଶରୀରରେ ରଖନ୍ତୁ । ହିନ୍ଦୁ ଧର୍ମରେ ପାଣିକୁ ଦେବତା ବୋଲି କୁହାଯାଇଛି । ପୂରାପୂରି ନିର୍ବସ୍ତ୍ର ହୋଇ ସ୍ନାନ କରିବା ଜଳ ଦେବତାଙ୍କ ଅପମାନ ହୋଇଥାଏ ।
ନିର୍ବସ୍ତ୍ର ହୋଇ ଶୋଇବା
କେତେକ ଲୋକମାନେ ନିର୍ବସ୍ତ୍ର ହୋଇ ଶୋଇବାକୁ ପସନ୍ଦ କରନ୍ତି । କିନ୍ତୁ ବିଷ୍ଣୁ ପୁରାଣ ଅନୁସାରେ ମନୁଷ୍ୟକୁ କେବେ ବି ନିର୍ବସ୍ତ୍ର ହୋଇ ଶୋଇବା ଉଚିତ ନୁହେଁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥାଏ ।
ପୂଜା ପାଠ କରିବା ସମୟରେ
ଏହା ଛଡା ପୂଜା ପାଠ କରିବା ସମୟରେ କେତେକ ଲୋକମାନେ ନିର୍ବସ୍ତ୍ର ହୋଇ ପୂଜା ପାଠ କରନ୍ତି । କାରଣ ସେମାନଙ୍କୁ ଲାଗିଥାଏ କି କପଡା ତାଙ୍କୁ ଅଶୁଭ ଓ ଅପବିତ୍ର କରିଥାଏ । ତାଙ୍କୁ ପିନ୍ଧି ପୂଜା କରିବା ଦ୍ଵାରା କେବେ ପୂଜା ସଫଳ ହୁଏ ନାହିଁ । କିନ୍ତୁ ଏହିଭଳି କରିବା ଦ୍ଵାରା ଆପଣ ପାପର ଭାଗୀଦାରୀ ହୋଇଯାଆନ୍ତି । କିନ୍ତୁ କୁହାଯାଇଛି କି ଯଜ୍ଞ ଓ ପୂଜା ପାଠ କରିବା ସମୟରେ ସିଲେଇ ହୋଇଥିବା କପଡା ପିନ୍ଧିବା ଉଚିତ ନୁହେଁ । ପୂଜା କରିବା ସମୟରେ ଚମଡାରେ ତିଆରି କୌଣସି ବି ଜିନିଷ ପିନ୍ଧିବେ ନାହିଁ ।
ଆଚମନ ସମୟରେ ନିର୍ବସ୍ତ୍ର
ମନ୍ଦିର ଯିବା ପୂର୍ବରୁ ନିଜ ଶରୀରର ଉପରେ ପାଣିକୁ ପକାଇବା ଓ ପାଣି ପିଇବାକୁ ଆଚମନ କୁହାଯାଏ । ବିଷ୍ଣୁ ପୁରାଣରେ କୁହାଯାଇଛି କି କେବେ ବି ଆଚମନ ସମୟରେ ନିର୍ବସ୍ତ୍ର ହେବା ଉଚିତ ନୁହେଁ । ଏହିଭଳି କରିବା ଦ୍ଵାରା ଆଚମନର ମହତ୍ଵ କମ ହୋଇଯାଏ ।