ଚାକିରୀ ହେଉ ନଥିଲେ କଣ କରିବେ ? ଏହା ସହିତ ପଢନ୍ତୁ ଆଜିର 20 + Anuchinta

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ନିଜର କିଛି ନା କିଛି ଲକ୍ଷ୍ୟପଥ ରଖିଥାନ୍ତି । ନିଜ ଲକ୍ଷ୍ୟପଥକୁ ହାସଲ କରିବା ପାଇଁ ମଣିଷ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ଏହି କଷ୍ଟ ଓ ସଂଘର୍ଷ କରୁଥିବା ମଣିଷ କିଛି ସମୟ ପାଇଁ ହାରାସ ହୋଇ ଭାଙ୍ଗି ମଧ୍ୟ ପଡିଥାଏ ।

ହେଲେ ବନ୍ଧୁଗଣ ମଣିଷ ନିଜ ଜୀବନରେ ଏମିତି କିଛି କଥା ମନ ରଖିବା ଦରକାର ଯାହା ତାର ଜୀବନରେ ବହୁତ ସହାୟକ ହେବ । ଏହି ସବୁ କଥା ଗୁଡିକ ସାଧାରଣତଃ ଭାଙ୍ଗି ପଡିଥିବା ମଣିଷକୁ ପୁଣି ଠିଆ କରେଇ ଦେବ ।

ଆଜିଆମେ ଆପଣ ମାନଙ୍କୁ କିଛି ମଣିଷ ଜୀବନ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ପ୍ରତ୍ୟକ ମଣିଷ ମନ ରଖିବା ନିହାତି ଆବଶ୍ୟକ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଯଦି କୌଣସି ମଣିଷର ଖରାପ ସମୟ ଚାଲିଛି ତା ହେଲେ ଧୌର୍ଯ୍ୟ ରଖିବା ନିହାତି ଆବଶ୍ୟକ କାରଣ ଖରାପ ସମୟ ଚାଲିଯିବ ଓ ଭଲ ସମୟ ନିଶ୍ଚୟ ଆସିବ ।

୨. SORRY ହେଉଛି ଏମିତି ଏକ ଶବ୍ଦ ଯାହା ଲୋକମାନେ କହିଲେ ଝଗଡା ଶେଷ ଓ ଡାକ୍ତର କହିଲେ ମଣିଷ ଶେଷ ହୋଇଥାଏ ।

୩. ଲୋକମାନେ ନିଜ ଭୁଲ ପାଇଁ ଓକିଲାତି କରନ୍ତି ହେଲେ ପର ଭୁଲ ପାଇଁ ସିଧା ଜଜ୍ ହୋଇଯାନ୍ତି ।


୪. କୌଣସି ଲୋକଙ୍କ ଶରୀର ଖରାପ ଥିଲେ ଆପଣ ରହିପାରିବେ ହେଲେ ଯାହାର ବ୍ୟବହାର ଖରାପ ଥିବ ଆପଣ ସେହି ଲୋକ ସହ ରହିବା ଉଚିତ ନୁହେଁ ।

୫. ଯଦି କୌଣସି ଲୋକ କିଛି ମାଗିଥାଏ ତା ହେଲେ ଆପଣଙ୍କ ଦ୍ଵାରା ଯେତିକି ସମ୍ଭବ ତାକୁ ସେତିକି ଦିଅନ୍ତୁ କାରଣ ମାଗିବା ଠାରୁ ଦାନ କରିବା ଭଲ ହୋଇଥାଏ ।

୬. ଆପଣ ଯେତେ କମ କଥା କହିବେ ଅନ୍ୟ ଲୋକମାନେ ଆପଣଙ୍କ ଠାରୁ ସେତେ ଅଧିକ ଶୁଣିବା ପାଇଁ ଚାହିଁବେ ।

୭. ଯିଏ ଆପଣଙ୍କୁ ପ୍ରକୃତରେ ଭଲ ପାଇଥାଏ ସେ କେବେ ଆପଣଙ୍କ ଠାରୁ କିଛି ଚାହିଁ ନଥାଏ ।

୮. ସମୟ ଯଦି ଖରାପ ଥାଏ ଓ ସବୁ ଜାଗାରେ ଯଦି ଧୋକାଥାଏ ତେବେ ନିଜକୁ ପରିବର୍ତ୍ତନ କରିବା ପାଇଁ କେବେ କେହି ରୋକିନଥାଏ ।

୯. ମଣିଷର ନାମ ନୁହେଁ କର୍ମ ହେଉଛି ତାର ପରିଚୟ । କାରଣ ସମାନ ନାମ ଥିବା ଲୋକ ବହୁତ ଅଛନ୍ତି ।

୧୦. ସଂସାରରେ ମଣିଷ ହେଉଛି ଏମିତି ଏକ ପ୍ରାଣୀ ଯାହାର ବିଷ ଦାନ୍ତରେ ନଥାଏ କଥାରେ ଥାଏ ।

୧୧. ଲୋକେ ଆପଣଙ୍କ ବିଷୟରେ କଣ ଚିନ୍ତା କରୁଛନ୍ତି ଯଦି ଆପଣ ଚିନ୍ତା କରିବେ ତା ହେଲେ ଲୋକେ କଣ ଚିନ୍ତା କରିବେ ।

୧୨. ଲୋକମାନଙ୍କୁ କିଛି ଫରକ ପଡେ ନାହିଁ ଆପଣ ଖୁସି ଅଛନ୍ତି କି ନାହିଁ ଫରକ ପଡେ ଆପଣ ତାଙ୍କୁ ଖୁସି ରଖୁଛନ୍ତି ନା ନାହିଁ ।

୧୩. ଯଦି ମନ ପସନ୍ଦର ଚାକିରି କରିବା ପାଇଁ ଚାହୁଛନ୍ତି ତେବେ ପ୍ରତ୍ୟେକ ଦିନ ଶନିବାର ଦିନ ଶନିଦେବଙ୍କ ମନ୍ଦିରରେ ‘ଓଁ ସଂ ଶନିଶ୍ଚରାୟ ନମଃ’ ମନ୍ତ୍ର କୁ ଆପଣ ୧୦୮ ଥର ପାଠ କରନ୍ତୁ ଦେଖିବେ ଖୁବ ଶୀଘ୍ର ଚାକିରି ମିଳିଯିବ । ଏହା ସହିତ ପ୍ରତ୍ୟେକ ଦିନ କ୍ଷୀରରେ ଶିବଲିଙ୍ଗଙ୍କୁ ଅଭିଷେକ କରି ଅକ୍ଷତ ଚଢାଇଲେ ଚାକିରି ପାଇବା ସମ୍ଭାବନା ବୃଦ୍ଧି ହୋଇଥାଏ ।

୧୪. ଯେଉଁ ଲୋକ ଚାକିରି ଖୋଜୁଥାନ୍ତି ସେମାନେ ନିଜ ଘରେ ହନୁମାନ ପର୍ବତ ଧରି ଉଡୁଥିବା ଚିତ୍ର ଲଗାଇବା ଦ୍ଵାରା ଓ ପୂଜା କରିବା ଦ୍ଵାରା ମଙ୍ଗଳ ହୋଇଥାଏ । ଗଣେଶ ପୂଜା ଦିନ ଡାହାଣ ଆଡକୁ ଶୁଣ୍ଢ ଥିବା ଗଣେଶଙ୍କ ଫୋଟ ଘରେ ରଖି ପୂଜା କରିବା ଦ୍ଵାରା ଚାକିରି ସମସ୍ୟା ଦୂର ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *