ଚୈତ୍ର ନବରାତ୍ରିରେ ଘରକୁ ନେଇ ଆସନ୍ତୁ ଏହି 4 ଟି ମଧ୍ୟରୁ ଯେ କୌଣସି 1 ଜିନିଷ, ବର୍ଷ ସାରା ଘରକୁ ଜମେଇ କି ଆସିବ ଟଙ୍କା ପଇସା

ଚଳିତ ବର୍ଷ ଚୈତ୍ର ନବରାତ୍ରି ଏପ୍ରିଲ ୨ରୁ ଆରମ୍ଭ ହୋଇ ୧୧ ତାରିଖରେ ଶେଷ ହେବାକୁ ଯାଉଛି । ଅନେକ ଭକ୍ତ ନବରାତ୍ରିରେ ମା ଦୂର୍ଗାଙ୍କ ବ୍ରତ ରଖିଥାନ୍ତି ଯାହାର ବିଶେଷ ଫଳ ପ୍ରାପ୍ତ ହୋଇଥାଏ । ନବାରାତ୍ରିର ୯ ଦିନରେ ଆମ ଦୂର୍ଗା ଧରିତ୍ରିରେ ଭ୍ରମଣ କରିଥାନ୍ତି ବୋଲି ପୁରାଣରେ କୁହା ଯାଉଛି । ଶାସ୍ତ୍ର ଅନୁସାରେ ନବରାତ୍ରିରେ ବା ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଏମିତି କିଛି ଜିନିଷ ଘରକୁ ଆଣିଲେ ଘରେ ଧନଧାନ୍ୟରେ ପୂରିବା ସହ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ବିଷୟରେ ।

୧- ନବରାତ୍ରି ରେ ଶ୍ରୀଙ୍ଗାର ଘରକୁ ଆଣିଲେ ମହିଳା ମାନଙ୍କୁ ସୌଭାଗ୍ୟବତୀ ର ଆଶୀର୍ବାଦ ମିଳିଥାଏ । ମା ଦୂର୍ଗାଙ୍କୁ ନବରାତ୍ରିରେ ଷୋଳ ଶ୍ରୀଙ୍ଗାର ଚଢାଇଲେ ଘରେ ସୁଖ ସମୃଦ୍ଧିର ଆଗମନ ହେବା ସହ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

୨- ନବରାତ୍ରିରେ ସୁନା ବା ଚାନ୍ଦିର କଏନ ଘରକୁ ଆଣିଲେ ଶୁଭ ହୋଇଥାଏ । ଏହି କଏନକୁ ମା ଦୂର୍ଗାଙ୍କ ପାଖରେ ରଖି ୯ ଦିନ ପୂଜା କରିବା ସହ ଧନ ରଖୁଥିବା ଜାଗାରେ ରଖିଲେ ଘରେ ଧନଧାନ୍ୟ ରେ ପୁରୀ ଉଠିଥାଏ । ଏହା ସହ ପଦ୍ମ ଫୁଲ ଘରକୁ ନବରାତ୍ରିରେ ଅଣାଇଲେ ମା ଲକ୍ଷ୍ମୀଙ୍କୁ ଅର୍ପିତ କରିବା ଦ୍ଵାରା ଘରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ । ଏହା ସହ ପରିବାର ଲୋକଙ୍କ ମନରେ ସ୍ନେହ ବଢିଥାଏ । ଯଦି କମଳ ଫୁଲ ନ ମିଳେ ତେବେ କମଳ ଫୁଲର ଫୋଟୋ ଆଣି ଘରର ଉତ୍ତର ଦିଗରେ ଲଗାଇଲେ ଶୁଭ ହୋଇଥାଏ ।

୩- ନବରାତ୍ରିରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ଘରକୁ ଆଣିଲେ ଶୁଭ ମାନାଯାଏ । ଶାସ୍ତ୍ର ଅନୁସାରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ । ମାନ୍ୟତା ରହିଛି ଯେଉଁ ଘରେ ଏହି ଶଙ୍ଖ ରହିଥାଏ ସେହି ଘରେ କେବେ ବି ଧନର ଅଭାବ ରହେ ନାହି । ଯେଉଁ ଘରେ ଏହାର ବିଧି ବିଧାନ ଅନୁସାରେ ସ୍ଥାପନ କରାଯାଏ ଯାହା ଦ୍ଵାରା ଘରେ ଖରାପ ଶକ୍ତିର ପ୍ରବେଶ ହୁଏ ନାହି । ଏହା ସହ ସବୁ ପ୍ରକାରର ସମ୍ପନ୍ନତା ଆସିବା ସହ ରୋଗ, ଧନ ର ଅଭାବ ଦୂର ହୋଇଥାଏ ।

୪- ନବରାତ୍ରିରେ କଉଡି ଘରକୁ ଆଣିଲେ ଶୁଭ ହୋଇଥାଏ । କଉଡିକୁ ମା ଲକ୍ଷ୍ମୀଙ୍କ ଭଉଣୀ ଭାବେ ମାନଯାଏ ବୋଲି ଶାସ୍ତ୍ରରେ କୁହା ଯାଇଛି । ନବରାତ୍ରିରେ ୭ଟି କଉଡି ଆଣି ହଳଦୀରେ ବୁଡାଇ ନବରାତ୍ରିରେ ୯ ଦିନ ପୂଜା କରିବା ସହ ତିଳକ ସିନ୍ଦୁର ଲଗାଇ ପୂଜା କରନ୍ତୁ । ଏହାକୁ ପୂଜା କରିବା ପରେ ଧନ ରଖୁଥିବା ଜାଗାରେ ରଖିଲେ ଧନର ବୃଦ୍ଧି ହୋଇଥାଏ । ଏହା ସହ ଖରାପ ନଜରରୁ ରକ୍ଷା ପାଇଁ କଉଡି ଘରେ ରଖିବା ଜରୁରୀ ଅଟେ ।

୬- ଦେବୀ ଦୂର୍ଗାଙ୍କ ପ୍ରିୟ ମନ୍ଦାର ଫୁଲ ନବରାତ୍ରିରେ ଅର୍ପଣ କରିଲେ ଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧିର ଆଗମନ ହେବା ସହ ମା ଦୂର୍ଗା ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । ଏହା ସହ ମା ଦୂର୍ଗାଙ୍କୁ ଛତ୍ର ଦାନ କରିବା ଉଚିତ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *