Health tips; – କ୍ୟାନ୍ସର ହେବା ପୂର୍ବରୁ ଶରୀରରେ ଦେଖାଦେଇଥାଏ ଏହିସବୁ ପ୍ରମୁଖ ଲକ୍ଷଣ !

ବନ୍ଧୁଗଣ ବହୁ ଲୋକ କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଏହାର ମୁଖ୍ୟ କାରଣ ହେଲା ଏଥିରେ ପୀଡିତ ରୋଗୀ ମାନେ  ସାଧାରଣତଃ ଆଡଭାନ୍ସ ସ୍ଟେଜରେ ଆସୁଛନ୍ତି ଯାହାଦ୍ୱାରା ରୋଗ ଭଲ ହେବାର ସମ୍ଭାବନା କମିଯାଇଥାଏ । ଆମ ଶରୀରରେ ବିଭିନ୍ନ ଜୀବ କୋଷ ରହିଛି ସେହି ଜୀବ କୋଷରୁ କର୍କଟ ରୋଗ ହୋଇଥାଏ । କର୍କଟ ରୋଗକୁ ଚାରି ଭାଗରେ ବିଭକ୍ତ କରାଯାଇଛି ଗୋଟେ ହେଉଛି କାର୍ସିନାମା ଏହା ସାଧାରଣତଃ ଜୀବ କୋଷରୁ ଆସିଥାନ୍ତି ।

ଦ୍ଵିତୀୟରେ ହେଉଛି ସାର୍କୋମା ଏହା ସାଧାରଣତଃ ମସଲ୍ସରୁ ଆସିଥାନ୍ତି । ତୃତୀୟରେ ଆମ ବ୍ଲଡ଼ ସେଲରୁ ଯାହା ଆସିଥାଏ ଆମେ ତାକୁ ଲ୍ୟୁକିମା ବୋଲି କହିଥାଉ । ଆଉ ଯେଉଁ ଗୁଡିକ ଆମ ଲସିଆ ଗ୍ରନ୍ଥରୁ ଆସିଥାଏ ତାକୁ ଆମେ ଲିଭୋମା କହିଥାଉ । ଯଦି କୌଣସି ବ୍ୟକ୍ତିଙ୍କ ଠାରେ ପ୍ରମୁଖ ଏହି 7 ଟି ଲକ୍ଷଣ ଦେଖିବାକୁ ମିଳେ ।

ତେବେ ସେହି ବ୍ୟକ୍ତି କର୍କଟ ରୋଗରେ ପୀଡିତ ହୋଇଥିବାର ସମ୍ଭାବନା ରହିଥାଏ । ତେବେ ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ଘା’ ଟି ହେଲା ସେଇଟା ବହୁତ ଦିନ ଧରି ଶୁଖିଲା ନାହିଁ । ଦ୍ଵିତୀୟଟି ହେଲା ସ୍ତନରେ ଗୋଟେ ଆବୁଟି ହୋଇଛି । ସେହି ଆବୁଟି କ୍ରମଶଃ ବଢି ଚାଲିଲା ହେଲେ ସବୁ ଆବୁ ଯେ କର୍କଟ ରୋଗ ତାହା ନୁହେଁ । କିନ୍ତୁ ଯଦି ସ୍ତନରେ ଆବୁଟି ବଢି ଚାଲିଛି ତା ହେଲେ ଆମେ ତାକୁ ଅବହେଳା ନକରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ମହିଳା ମାନଙ୍କ କ୍ଷେତ୍ରରେ ୫୦-୫୫ ବର୍ଷରେ ଋତୁସ୍ରାବ ବନ୍ଦ ହୋଇଯାଇଥାଏ । ହେଲେ ତାପରେ ବି ଯଦି ରକ୍ତସ୍ରାବ ହୁଏ ତା ହେଲେ ପରୀକ୍ଷା କରିନେବା ଉଚିତ । ଯଦି କୌଣସି ବ୍ୟକ୍ତିଙ୍କର ଦୀର୍ଘ ଦିନ ଧରି କାସ ବା କଫ ହେଉଛି କଫରେ ରକ୍ତ ପଡୁଛି ତା ହେଲେ ସେଥିରେ ଫୁସଫୁସ କର୍କଟ ରୋଗ ହେବାର ସମ୍ଭାବନା ଅଛି । କୌଣସି ବ୍ୟକ୍ତିଙ୍କର ବହୁତ ଦିନ ଧରି ବଦ ହଜମି ହେଲା ଖାଦ୍ୟ ହଜମ ହେଲାନି, ବାନ୍ତି ହେଲା ତା ହେଲେ ଆମେ ସେଥିରେ ସନ୍ଦେହ କରିବା ଉଚିତ ।

ଯଦି କୌଣସି ବ୍ୟକ୍ତିଙ୍କ  ପରିସ୍ରା ବା ଝାଡା କରିବା ସମୟରେ ରକ୍ତ ବାହାରିବ ତଥା ବହୁତ ଦିନ ଧରି ବାହାରିବ ତା ହେଲେ ମଧ୍ୟ ସନ୍ଦେହ କରିବା ଉଚିତ । ଯଦି କୌଣସି ବ୍ୟକ୍ତିଙ୍କ ଦେହରେ ଏକ କଳା ଯାଇ ଅଛି ଓ ସେହି କଳା ଯାଇଟି କ୍ରମଶଃ ବଢିଲା ବଢିକି ଖଣ୍ଡିଆ ହେଇ ସେଥିରୁ ରକ୍ତ ବାହାରିଲା ତାହେଲେ ଅବହେଳା କରିବା ଉଚିତ ନୁହେଁ ।

ହେଲେ ଏସବୁ ଲକ୍ଷଣ ଦେଖାଇବା ମାତ୍ରେ କର୍କଟ ରୋଗ ଅଛି ତାହା ନୁହେଁ କିନ୍ତୁ ଆମେ ସଙ୍ଗେ ସଙ୍ଗେ ପରୀକ୍ଷା କରି ନେବା ଉଚିତ । ବର୍ତ୍ତମାନ ସମୟରେ ବହୁତ କର୍କଟ ରୋଗ ଭଲ ହେଇ ପାରୁଛି । ଯଦି ଆମେ ପ୍ରଥମ ବା ଦ୍ଵିତୀୟ ଅବସ୍ଥାରେ ଚିକିତ୍ସା କରାଇପାରିବା ତା’ ହେଲେ କର୍କଟ ରୋଗ ଭଲ ହେବାର ଅଧିକ ସମ୍ଭାବନା ରହିଛି । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *