ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।
ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି
ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃ-ତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ତେବେ ଆଜି ଆମେ ନିଜର ଅମ୍ଳଜାନ କୁ କିପରି ବୃଦ୍ଧି କରାଇବା ଏବଂ କିପରି ଘରେ ସୁରକ୍ଷିତ ରହି ପାରିବା ସେ ବିଷୟରେ ଆଲୋଚନା କରି ନେବା ।
ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ । ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ ।
ଏହା ଛଡା ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଯେଉଁଥିରେ ଆପଣ ଙ୍କୁ ରୋଗ ପ୍ରତିରୋଧକ ଶକ୍ତି ପ୍ରାପ୍ତ ହେଉ ଥିବ ଏବଂ ନିଜ ଗଳା କୁ ସର୍ଵଦା ସଫା ରଖନ୍ତୁ । ଏବଂ ଗରମ ପାଣି କିମ୍ବା କାଢା ର ବ୍ୟବହାର କରନ୍ତୁ । ବାହାର ଜିନିଷ କୁ ବାରଣ କରନ୍ତୁ । ଥଣ୍ଡା ଜିନିଷ ରୁ ଦୁରେଇ ରୁହନ୍ତୁ । ହଳଦୀ କ୍ଷୀର କିମ୍ବା ହଳଦୀ ପାଣି ପିଅନ୍ତୁ ।
ଏହା ଛଡା ନୀତିଦିନ ବ୍ୟାୟାମ ଏବଂ ଯୋଗ ମଧ୍ୟ କରନ୍ତୁ । ଅମ୍ଳଜାନ ର ବୃଦ୍ଧି ପାଇଁ ମଧ୍ୟ ଏକ ଏକ୍ସସାଇଜ ରହିଛି ଯାହାକୁ କରିବା ଦ୍ୱାରା ଆପଣ ଙ୍କ ଶରୀର ଭିତରେ ଅମ୍ଳଜାନ ର ମାତ୍ରା ବଢିବାକୁ ଲାଗିଥାଏ ।
ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନଂକୁ କରୋନା ର କୌଣସି ଲକ୍ଷଣ ଦେଖା ଦେଉନି କିନ୍ତୁ ତାଙ୍କୁ କରୋନା ହୋଇ ଯାଉଛି । ଯେଉଁ ମାନଂକୁ ଦୁର୍ବଳ ଲାଗୁଛି କିମ୍ବା ଯେଉଁ ମାନଂକୁ ନିଶ୍ୱାସ ନେବା ରେ ଅସୁବିଧା ଦେଖା ଦେଉଛି । ସେମାନେ ଏହି ବ୍ରିଦିଙ୍ଗ ଏକ୍ସସାଇଜ କରିବା ନିହାତି ଆବଶ୍ୟକ । ଏହାକୁ କରିବା ଦ୍ୱାରା ଆମ ଫୁସଫୁସ ଭିତରକୁ ବହୁତ ମାତ୍ରା ର ଅମ୍ଳଜାନ ଯାଇଥାଏ ।
ଯେଉଁ ମାନଙ୍କ ଅବସ୍ଥା ବହୁତ କ୍ରିଟିକାଲ ଏବଂ ଯେଉଁମାନେ ଟିକେ ଅଧିକ ଅସୁସ୍ଥ ସେମାନଙ୍କୁ ଡାକ୍ତର ଙ୍କ ପାଖକୁ ଯିବା ଉଚିତ ହେବ । ଏବଂ ଏହି ଏକ୍ସସାଇଜ କରିବାର ଉପଦେଶ ମଧ୍ୟ ଆମେ ଦେବୁ ନାହିଁ । ଏହା କେବଳ ଯେଉଁମାନେ ଘରେ ରହି ଚିକିତ୍ସା ହେଉଛନ୍ତି ସେହି ମାନେ କରି ପାରିବେ ।
ଏହି ଏକ୍ସସାଇଜ ଟା ହେଉଛି ଏହି ଭଳି । ପ୍ରଥମେ ଆପଣ ଏକ ଦୀର୍ଘ ନିଶ୍ଵାସ ନିଅନ୍ତୁ ଏବଂ ତାପରେ ଆପଣ ଧୀରେ ଧୀରେ ନିଶ୍ଵାସ କୁ ଛାଡ଼ନ୍ତୁ । ଏହା ଦ୍ୱାରା ଆମ ଫୁସଫୁସ କୁ ଅଧିକ ଅମ୍ଳଜାନ ପ୍ରାପ୍ତ ହୋଇ ଥାଏ । ଏହି ଏକ୍ସସାଇଜ ଟା ପ୍ରାଣାୟମ ଭଳି ।
ଏହା ଛଡା ଆପଣ ନିଜ ଛାତି ରେ ଦୁଇ ହାତ କୁ ରଖନ୍ତୁ ଏବଂ ଏକ ଦୀର୍ଘ ନିଶ୍ଵାସ ନିଅନ୍ତୁ ଏବଂ ପରେ ତାକୁ ଥରେ ଡାହାଣ ସାଇଡ କୁ ଛାଡ଼ନ୍ତୁ ଏବଂ ଫୁଣି ନିଶ୍ୱାସ ନେଇ ତାକୁ ବାମ ପଟ କୁ ଛାଡ଼ନ୍ତୁ । ଏହି ଭଳି କରିବା ଦ୍ୱାରା ଆପଣ ଙ୍କୁ ଅମ୍ଳଜାନ ପ୍ରାପ୍ତ ହୋଇଥାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।