ବ୍ରହ୍ମ ମୁହୂର୍ତ୍ତ କଣ ? ଜାଣନ୍ତୁ ବ୍ରହ୍ମ ମୁହୂର୍ତ୍ତ ର ପୁରା ରହସ୍ୟ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବ୍ରହ୍ମ ମୁହୂର୍ତ୍ତ ସମ୍ବନ୍ଧରେ ତ ନିଶ୍ଚିତ ଭାବରେ ଶୁଣିଥିବେ ତେବେ ପ୍ରାଚୀନ କାଳରୁ ଋଷି ମୁନି ଧ୍ୟାନ ଓ ପୂଜା ପାଇଁ ବ୍ରହ୍ମ ମୁହୂର୍ତ୍ତ ରେ ଉଠୁଥିଲେ । । ସୂର୍ଯ୍ୟ ଉଦୟ ର ୨ଘଣ୍ଟା ପୂର୍ବ ର ସମୟକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ । ଏହି ସୃଷ୍ଟି ର ରଚନା ବ୍ରହ୍ମ ଦେବ କରିଥିଲେ ଏବଂ ସୃଷ୍ଟି ର ରଚନା ବ୍ରହ୍ମ ମୁହୂର୍ତ୍ତରେ ହୋଇଥିଲା । ତେବେ ଯଦି କୌଣସି ବ୍ୟକ୍ତି ର ନିଦ ରାତି ୩ ଟା ରୁ ୫ଟା ମଧ୍ୟରେ ଭାଙ୍ଗୁଛି ତେବେ ଏହାର ଅର୍ଥ ଆପଣଙ୍କ ମଧ୍ୟରେ ଈଶ୍ୱର ଙ୍କ ଶକ୍ତି ବିଦ୍ୟମାନ ରହିଛନ୍ତି ।


ଈଶ୍ୱର ଆପଣଙ୍କୁ ଏହି ସଂକେତ ପ୍ରଦାନ କରିବାକୁ ଚାହୁଁଛନ୍ତି । ଏହି ସମୟରେ ଯେଉଁ ବ୍ୟକ୍ତି ର ନିଦ ଭାଂଗିଥାଏ । ସେ ନିଜ ମଧ୍ୟରେ ସ୍ୱୟଂ ଭଗବାନ କୁ ଅନୁଭବ କରିଥାଏ । ତେବେ ବର୍ତ୍ତମାନ ର ବ୍ୟସ୍ତତା ଭରା ଜୀବନ ରେ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଅସମ୍ଭବ ହୋଇ ଯାଇଛି । କିଛି ବ୍ୟକ୍ତି ଅନେକ ଚେଷ୍ଟା କରିବା ପରେ ମଧ୍ୟ ଏହି ସମୟରେ ଉଠି ପାରନ୍ତି ନାହିଁ ।

ଯେଉଁ ବ୍ୟକ୍ତି ର ନିଦ ଏହି ସମୟରେ ଭାଂଗିଥାଏ ସେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ । ଏହି ସମୟ ଈଶ୍ୱରଙ୍କ ସମୟ ହୋଇଥାଏ । ଏହି ସମୟର ବାତାବରଣ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯାଏ ଏବଂ ଯେଉଁ ବ୍ୟକ୍ତି ର ଏହି ସମୟରେ ନିଦ୍ରା ଭଙ୍ଗ ହୋଇଥାଏ ସେହି ବ୍ୟକ୍ତି ମଧ୍ୟରେ ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ର ବିନାଶ ଘଟିଥାଏ ଏବଂ ସକରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ ।

ତେବେ ଏହା ସହିତ ଏହି ସମୟରେ ନିଦ ଭାଙ୍ଗିବା ଦ୍ଵାରା ବ୍ୟକ୍ତି ମଧ୍ୟରେ ଏକ ଶୁଭ ଓ ସୁନ୍ଦର ବିଚାର ର ଗଠନ ହୋଇଥାଏ । ଏହି ସମୟରେ ସ୍ୱୟଂ ଈଶ୍ୱର ପୃଥିବୀ ପୃଷ୍ଠ କୁ ଆସିଥାନ୍ତି । ତେଣୁ ରାତିର ୩ଟା ରୁ ୫ଟା ମଧ୍ୟରେ ଯେଉଁ ବ୍ୟକ୍ତି ର ନିଦ ଭାଂଗିଥାଏ ସେ ଅଵଶ୍ୟ ଈଶ୍ୱର ଙ୍କ ଆରାଧନା ଏବଂ ପ୍ରାର୍ଥନା କରନ୍ତୁ । ତେବେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ବ୍ୟକ୍ତି ଙ୍କ ଉପରେ ସୂର୍ଯ୍ୟ ଙ୍କ ର ଅଶେଷ କୃପା ରହିଥାଏ ।

ସୂର୍ଯ୍ୟ ଙ୍କର ପ୍ରଥମ କିରଣ ଯାହା ଉପରେ ପଡିଥାଏ ତାର ଭାଗ୍ୟ ଖୋଲି ଯାଇଥାଏ । ବେଦ ରେ ସୂର୍ଯ୍ୟ ଙ୍କ କିରଣ କୁ କାମଧେନୁ ମାତଙ୍କ ସମାନ ବୋଲି କୁହାଯାଏ । ଯଦି ଆପଣ ଏହି ବ୍ରହ୍ମ ମୁହୂର୍ତ୍ତରେ ଉଠୁଛନ୍ତି ତେବେ ଆପଣଙ୍କ ଜୀବନରେ ଅନେକ ଶୁଭ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ଏବଂ ଆପଣଙ୍କ ଭାଗ୍ୟ ରେ ପରିବର୍ତ୍ତନ ମଧ୍ୟ ଆସିବାର ସମ୍ଭାବନା ରହିଛି ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *