ବନ୍ଧୁଗଣ, ପବିତ୍ର ବିଶ୍ଵକର୍ମା ପୂଜା ଉପଲକ୍ଷେ ଓଡିଶା ର ସମସ୍ତ ଭାଇ ଭଉଣୀ ଏବଂ ଗୁରୁଜନ ମାନଙ୍କୁ ହାର୍ଦିକ ଶୁଭେଛା ଏବଂ ଶୁଭ କାମନା ଜଣାଉଛୁ । ବନ୍ଧୁଗଣ ଆଜି ଆମ୍ଭେ ଜାଣିବା ବିଶ୍ଵକର୍ମା ପୂଜାରେ କେଉଁ କାର୍ଯ୍ୟ କରିବା ଉଚିତ ଏବଂ କେଉଁ କାର୍ଯ୍ୟ କରିବା ଅନୁଚିତ । ଏବଂ କେଉଁ କାର୍ଯ୍ୟ କରିଲେ ଆପଣ ଧନବାନ ହୋଇ ପାରିବେ । ଆସନ୍ତୁ ସେହି ସବୁ ଉପାୟ ସମ୍ବନ୍ଧରେ ବର୍ତ୍ତମାନ ଜାଣିବା । ଆଜି ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଅଛି । ଭଗବାନ ବିଶ୍ଵକର୍ମା ଙ୍କୁ ପୂଜା କରୁଥିବା ବ୍ୟକ୍ତି ଙ୍କ ଘର ସର୍ବଦା ଧନଧାନ୍ୟ ରେ ଭାରି ରହିଥାଏ । ସୁଖ ତଥା ସମୃଦ୍ଧି ମଧ୍ୟ ବୃଦ୍ଧି ହୋଇଥାଏ ।
ଏହି ପୂଜାର ମହିମାରେ ବ୍ୟକ୍ତିର ବ୍ୟାପାରରେ ଉନ୍ନତି ହୋଇଥାଏ । ଏହା ସହିତ ବ୍ୟକ୍ତି ର ସମସ୍ତ ମନୋଷ୍କାମନା ପୂରଣ ହୋଇଥାଏ । ବିଶ୍ଵକର୍ମା ପୂଜା ସମୟରେ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ନିଶ୍ଚିନ୍ତ ଆବଶ୍ୟକ । ଆସନ୍ତୁ ଜାଣିବା ବିଶ୍ଵକର୍ମା ପୂଜାରେ କେଉଁ ସବୁ କାର୍ଯ୍ୟ କରିବା ଅନୁଚିତ ହୋଇଥାଏ ?
୧- ବିଶ୍ଵକର୍ମା ପୂଜା ରେ କୌଣସି ଶିଳ୍ପାନୁଷ୍ଠାନ ଅଥବା କାରଖାନାରେ କାର୍ଯ୍ୟ କରିବା ଅନୁଚିତ ହୋଇଥାଏ । ଏହିଦିନ ଆପଣ କୌଣସି କାର୍ଯ୍ୟ କରନ୍ତୁ ନାହିଁ ।
୨- ଚଳିତ ବର୍ଷ ପଣ୍ୟ ସଙ୍କ୍ରାନ୍ତି ତଥା ବିଶ୍ଵକର୍ମା ପୂଜା ଏକା ସହିତ ପଡୁଅଛି ଏଣୁ ଏହିଦିନ ଆପଣ କୌଣସି ହଳ କାର୍ଯ୍ୟ କରନ୍ତୁ ନାହିଁ । ନଚେତ ଆପଣଙ୍କ ଉପରେ ଭଗବାନ ବିଶ୍ଵକର୍ମା କୋପ କରିବେ ।
୩- ଏହି ବର୍ଷ ବିଶ୍ଵକର୍ମା ପୂଜା ସଙ୍କ୍ରାନ୍ତି ଅବସରରେ ପଡୁଥିବାରୁ ମୂଳା ଭକ୍ଷଣ ଏହିଦିନ ନିଷେଧ ଅଟେ । ଏହା ସହିତ ଆମିଷ ଭକ୍ଷଣ, ମତ୍ସ୍ୟ ତଥା ସ୍ତ୍ରୀ ବର୍ଜନୀୟ ଅଟେ । ଏହି ଜିନିଷ ଉପରେ ଧ୍ୟାନ ଦେବା ଉଚିତ ।
୪- ବିଶ୍ଵକର୍ମା ପୂଜା କରିବା ବେଳେ ଆପଣ ଧୂପ ଦୀପ ଜାଳନ୍ତୁ । ମାତ୍ର ପୂଜା ରେ କେବଳ ଶୁଦ୍ଧ ଘୀଅ ର ବ୍ୟବହାର କରନ୍ତୁ । ଏବଂ ବାମ ହାତରେ କୌଣସି ବସ୍ତୁ ଭଗବାନ ଙ୍କୁ ଅର୍ପଣ କରନ୍ତୁ ନାହିଁ ।
୫- ବିଶ୍ଵକର୍ମା ପୂଜା ନିମନ୍ତେ ଆପଣ ଫୁଲ ନିଜେ ତୋଳି ଆଣନ୍ତୁ । ଦୋକାନରୁ କଦାପି ଫୁଲ କିଣି ଆଣନ୍ତୁ ନାହିଁ । ଆପଣ ନିଜେ ଯଦି ଫୁଲ ତୋଳି ଆନୁଛନ୍ତି ତେବେ ଭଗବାନ ବିଶ୍ଵକର୍ମା ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ।
ଏହି ଦିନରେ ଗୋଟିଏ ଛୋଟ ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନ ପରିବର୍ତ୍ତନ ହୋଇପାରେ । ଉପାୟ ଟି ହେଉଛି,- ପ୍ରଥମେ ଆପଣ ୨ ଟି ଲୁହା କଣ୍ଟା ନିଅନ୍ତୁ । ଏହାପରେ ଏହାକୁ କଳା କପଡା ରେ ଘୂରାଇ ଦିଅନ୍ତୁ । ଏହାପରେ ଏହାକୁ ଯେଉଁଠାରେ ବିଶ୍ଵକର୍ମା ପୂଜା ହେଉଅଛି ସେଠାରେ ରଖି ଦିଅନ୍ତୁ । ଯେତେବେଳେ ମୂର୍ତ୍ତି ବିସର୍ଜନ ହେବ ସେତେବେଳେ ସେହି ଲୁହା କଣ୍ଟା କୁ ଉଠାଇ ନେଇ ଆସନ୍ତୁ ।
ଏହି କଣ୍ଟା ମଧ୍ୟରୁ ଗୋଟିଏ କଣ୍ଟା କୁ ଘରର ମୁଖ୍ୟ ଦ୍ଵାରରେ ପିଟି ଦିଅନ୍ତୁ । ଏହାପରେ ଦ୍ଵିତୀୟ କଣ୍ଟାଟିକୁ ପ୍ରଥମ କଣ୍ଟାର ବିପରୀତ ପିଟି ଦିଅନ୍ତୁ । ବନ୍ଧୁଗଣ ଆପଣ ଏହି ଉପାୟ ପ୍ରୟୋଗ କରି ଦେଖନ୍ତୁ ଏହାର ଚମତ୍କାର ଆପଣ ନିଜେ ଜାଣି ପାରିବେ । ଆପଣଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।