ନାଗମଣି ବିଷୟରେ ଶୁଣିଥିବେ କିନ୍ତୁ ଏହି ରହସ୍ୟ ଜାଣିଛନ୍ତି କି, ଜାଣନ୍ତୁ

ଆପଣ ମାନେ ସବୁବେଳେ ଟିଭିରେ ଫିଲ୍ମ ହେଉ ବା ଧାରାବାହିକ ପ୍ରାୟ ସବୁ ଥିରେ ନାଗ ନାଗୁଣୀ ମାନଙ୍କ ବିଷୟରେ ଦେଖିଥିବେ । ନାଗ ନାଗୁଣୀ ମାନେ କେମିତି ଆସିଥାନ୍ତି ଏବଂ କେମିତି ତାଙ୍କର ଶତୃ ମାନଙ୍କୁ ବିନାଶ କରିଥାନ୍ତି ସେ ସବୁ ବିଷୟରେ ଆପଣ ଦେଖିଥିବେ । ଏହା ସହିତ ନାଗମଣି ବିଷୟରେ ମଧ୍ୟ ବହୁତ କିଛି ଦେଖିଥିବେ । କିନ୍ତୁ ଆଜି ଆମେ ନାଗମଣି ବିଷୟରେ ଯେଉଁ କଥା ଆପାନଙ୍କୁ କହିବାକୁ ଯାଉଛୁ ତାହା ଆପଣ କେବେ ହେଲେ ବି ଜାଣି ନଥିବେ । ତାହେଲେ ଆସନ୍ତୁ ଜାଣିବା ନାଗମଣି ବିଷୟରେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏକ ପ୍ରମୁଖ ଗ୍ରନ୍ଥ ବୃହତସଂହିତା ରେ ଯାହା ଲେଖାଯାଇଛି ତା ଅନୁସାରେ ସଂସାରରେ ମଣି ଥିବା ନାଗ ଅଛନ୍ତି । ନାଗମଣି କୁ ମଥାମଣି ବି କୁହାଯାଇଥାଏ ଏହା ଏକ ବିଶେଷ ସାପର ଫଣା ଉପରେ ଥାଏ । ଏମିତି ସାପ ବହୁତ କମ ଦେଖିବା ପାଇଁ ମିଳିଥାନ୍ତି ଏବଂ ଆଜି ପର୍ଯ୍ୟନ୍ତ ମଣି ଥିବା ସାପ କେହି ହେଲେ ବି ଦେଖି ପାରି ନାହାଁନ୍ତି ।

ଶାସ୍ତ୍ର ଅନୁସାରେ କୁହାଯାଇଛି କି ନାଗମଣି ଚମକ ବହୁତ ତେଜ ହୋଇଥିବାରୁ ଏହା ରାତିରେ ଯେଉଁଠି ବି ଥାଏ ସେଠାରେ ବହୁତ ଉଜ୍ଵଳ ଦେଖା ଯାଇଥାଏ । ଏହି ନାଗମଣି ମୟୂର କଣ୍ଠ ସମାନ ଏବଂ ଅଗ୍ନି ସମାନ ଚମକଦାର ଦେଖାଯାଇ ଥାଏ ।

ନାଗମଣି ବହୁତ ଶକ୍ତିଶାଳୀ ବୋଲି ମଧ୍ୟ କୁହାଯାଇ ଥାଏ ଏବଂ ଯେଉଁ ମଣିଷ ଥରେ ଏହି ମଣିକୁ ଛୁଇଁ ଦେଇଥାଏ ତା ଭିତରକୁ ସେ ମଣିର ସବୁ ଶକ୍ତି ଆସିଯାଇ ଥାଏ । ବହୁତ ଲୋକ ଏହି ନାଗମଣି ପାଇବା ପାଇଁ ବହୁତ ଚେଷ୍ଟା କରିବା ପରେ ମଧ୍ୟ ସଫଳ ହୋଇ ପାରି ନାହାଁନ୍ତି । କାରଣ ଏହା କାହାକୁ ଅତି ସହଜରେ ମିଳିଯାଇ ନଥାଏ ।

ଶାସ୍ତ୍ରରେ କୁହାଯାଇଛି କି ଏହି ସାପ ଯେଉଁ ରାଜ୍ୟରେ ଥାଆନ୍ତି ସେହି ରାଜ୍ୟକୁ କେବେ ହେଲେ ବି କୌଣସି ପ୍ରାକୃତିକ ବିପତ୍ତି ଆସିନଥାଏ ଏବଂ ସେମାନେ କେବେ ହେଲେ ବି ବର୍ଷାରୁ ବଞ୍ଚିତ ହୋଇ ନଥାନ୍ତି । କାରଣ ଏହି ନାଗମଣି ରେ ବହୁତ ଚମତ୍କାରୀ ଶକ୍ତି ଥାଏ ।ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *