ବନ୍ଧୁଗଣ, ମହାତ୍ମା ବିଦୁର ନିଜ ନୀତିବାଣୀ ରେ ଏହି ୪ ଲକ୍ଷଣ ସମ୍ବନ୍ଧରେ କହିଛନ୍ତି । ଯଦି କୌଣସି ବ୍ୟକ୍ତି ମଧ୍ୟରେ ଏହି ଚାରି ଲକ୍ଷଣ ଦେଖାଯାଇଥାଏ ତେବେ ସେ ଆଗକୁ ଯାଇ ସଂସାରରେ କୀର୍ତ୍ତି ଅର୍ଜନ କରିଥାଏ । ଏହି ମନୁଷ୍ୟ ନିଜ ଜୀବନରେ ସଫଳ ହୋଇଥାଏ ।
ଏହା ସହିତ ସମଗ୍ର ସଂସାର ଏହି ମାନବ ଙ୍କର ଗୁଣଗାନ କରିଥାନ୍ତି । ଶତ୍ରୁ ହୁଅନ୍ତୁ କି ଅବା ମିତ୍ରା ସମସ୍ତେ ଏମାନଙ୍କର ସନମାନ କରିଥାନ୍ତି । ବିଦୁର ନିଜ ନୀତି ରେ ମୂର୍ଖ ତଥା ବୁଦ୍ଧିମାନ ଉଭୟ ଙ୍କ ଲକ୍ଷଣ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି । ବିଦୁର ଙ୍କ ଅନୁଯାୟୀ ମୂର୍ଖ ଲୋକ ସମାଜରେ ବାରମ୍ବାର ଅପମାନିତ ହୋଇଥାନ୍ତି । ତାଙ୍କୁ ସମଜାରେ ଖ୍ୟାତି ମିଳି ନଥାଏ ଏହା ସହିତ ତାଙ୍କୁ ସହଯୋଗ ମଧ୍ୟ କେହି କରି ନଥାନ୍ତି । ମୂର୍ଖ ବ୍ୟକ୍ତି ଏ ସବୁ କୁ ପାଇବା ନିମନ୍ତେ ସମସ୍ତ ପ୍ରକାରର ପ୍ରୟାସ କରିଥାନ୍ତି ।
ମାତ୍ର ସ୍ଵଭାବ ରେ ଦୋଷ ଥିବା କାରଣରୁ ଏମାନଙ୍କ ର ପ୍ରାପ୍ତି କରିପାରି ନଥାଏ । ଆସନ୍ତୁ ଜାଣିବା ବିଦୁର ନିଜ ନୀତି ରେ କେଉଁ ୪ ଟି ଲକ୍ଷଣ ସମ୍ବନ୍ଧରେ କହିଛନ୍ତି ଯାହା ମାନବ କୁ ପ୍ରଶଂସା ଯୋଗ୍ୟ ସାବ୍ୟସ୍ତ କରିଥାଏ ।
୧- ଯେଉଁ ବ୍ୟକ୍ତି ଯାହା ସତ୍ୟ ରହିଥାଏ ତାହା କହିଥାଏ, ନିଜ ବିଷୟରେ ବଢାଇ ଗର୍ବ କରି କିଛି କହି ନଥାଏ, ଅନ୍ୟର ବିନା କାରଣରୁ ପ୍ରଶଂସା ଯିଏ କରି ନଥାଏ ଅଥବା ଅନ୍ୟର ହଁ ରେ ହଁ ମିଶାଇ ଯିଏ ଚାଲି ନଥାଏ, ଏହିଭଳି ବ୍ୟକ୍ତି ସନମାନ ପ୍ରାପ୍ତ କରିଥାନ୍ତି ।
୨- ବିବାଦ କୁ ସହିଯିବା, ବିଦୁର ଙ୍କ ଅନୁଯାୟୀ ବୁଦ୍ଧିମାନ ତଥା ମାନନୀୟ ବ୍ୟକ୍ତି ବିବାଦ ତଥା ନିଜ ବିଷୟରେ ଅନ୍ୟ ଜେନ କହୁଥିବା ଭୁଲ କଥା କୁ ମଧ୍ୟ ସହିଜାଇଥାନ୍ତି । ଏ ସବୁ ର ବିରୋଧ କରି ନଥାନ୍ତି । ନିଜ ମନ ତଥା ବାଣୀ ଉପରେ ସଂଯମ ରଖିଥାନ୍ତି । ମନରେ ବିଶ୍ଵାସ ଥାଏ ଯେ ସମୟ ଆସିବା ମାତ୍ରେ ସତ୍ୟତା ଆପେ ଆପେ ସମୁଖରେ ଉପସ୍ଥିତ ହୋଇଯିବ । ଏଥିପାଇଁ ଏହିଭଳି ବ୍ୟକ୍ତିଙ୍କୁ କିଏ କେତେ ଭଲମନ୍ଦ କହୁ ନା କାହିଁକି ଏମାନେ କାହାକୁ କିଛି କୁହନ୍ତି ନାହିଁ ।
୩- ମାନନୀୟ ଲୋକ ସଇତାନ ସାଦୃଶ୍ୟ ରୂପ ବନାଇ ନଥାନ୍ତି । ସେମାନେ ସାଧାରଣ ବସ୍ତ୍ର ରେ ମଧ୍ୟ ଉଜ୍ଵଳ ସାଦୃଶ୍ୟ ହୋଇଥାନ୍ତି । ସାଧାରଣ ଭାବରେ ଜୀବନ ବିତାଇବାରୁ ହିଁ ଲୋକେ ଏମାନଙ୍କ ସ୍ଵଭାବ ଜାଣି ନେଇଥାନ୍ତି । ଏହିଭଳି ଲୋକ ମାନେ ଯେଉଁ ପର୍ଯ୍ୟନ୍ତ ଆବଶ୍ୟକ ନଥାଏ ସେ ପର୍ଯ୍ୟନ୍ତ ସେମାନେ କୌଣସି ସଭାରେ ଉପସ୍ଥିତ ରୁହନ୍ତି ନାହିଁ ।
୪- କ୍ରୋଧରେ ବିଚଳିତ ନ ହେବା, ବିଦୁର ଙ୍କ ଅନୁସାରେ ମାନନୀୟ ତଥା ବୁଦ୍ଧିମାନ ଲୋକ କ୍ରୋଧ ଆସିବା ପରେ ମଧ୍ୟ ସଂଯମ ରଖିଥାନ୍ତି । ଏମାନେ ମୁଖ୍ୟତ ବିଚଳିତ ହୁଅନ୍ତି ନାହିଁ । ନିଜ କ୍ରୋଧ କୁ ଆୟତରେ ରଖିବାର କଳା ଏମାନେ ମୁଖ୍ୟତ ଭଲ ଭାବରେ ଜାଣିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ନିଜ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।