ବନ୍ଧୁଗଣ, ବାସ୍ତୁଶାସ୍ତ୍ର ରେ ଘର ଭିତରେ ସକାରାତ୍ମକ ବନାଇ ରଖିବା ନିମନ୍ତେ ତଥା ଘରକୁ ସୁଖ ସମୃଦ୍ଧି ଆଣିବା ନିମନ୍ତେ କେତେକ ମହତ୍ଵପୂର୍ଣ୍ଣ ଉପାୟ କୁହାଯାଇଅଛି । ଶାସ୍ତ୍ର ରେ ମଧ୍ୟ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ କୁହାଯାଇଅଛି ଯାହାକୁ କରିବା ବାରଣ କରାଯାଇଅଛି ।
ଆମ୍ଭ ଜୀବନ ରେ କେତେକ ପ୍ରକାରର ପରିବର୍ତ୍ତନ ଆସିଅଛି ଏଥି ନିମନ୍ତେ ସାଧାରଣତ ଲୋକେ ଆମ୍ଭ ସଙ୍କୃତି କୁ ଭୁଲିବାକୁ ଲାଗିଛନ୍ତି । ଏହାର ପ୍ରଭାବ ତାଙ୍କ ଜୀବନ ଉପରେ ପଡିବାକୁ ଲାଗିଛି । ପୂର୍ବ କାଳରେ ମନୁଷ୍ୟ ଅଧିକ ଦିନ ପର୍ଯ୍ୟନ୍ତ ଜୀବିତ ରହୁଥିଲେ ମାତ୍ର ଆଜିକାଲି ମନୁଷ୍ୟ ର ଆୟୁ କମିବାରେ ଲାଗିଛି ।
ପୂର୍ବ କାଳରେ ମନୁଷ୍ୟ ତଳେ ବସି ଖାଦ୍ୟ ଗ୍ରହଣ କରୁଥିଲେ । ଏହାଦ୍ଵାରା ପୃଥିବୀ ଏବଂ ମନୁଷ୍ୟ ଙ୍କ ମଧ୍ୟରେ ଏକ ଚମତ୍କାରୀ ଊର୍ଜା ର ନିର୍ମାଣ ହେଉଥିଲା ମାତ୍ର ଆଜିକାଲି ଲୋକ ମାନଙ୍କ ଠାରେ କମଜୋରି ଆସିବା ସାଧାରଣ କଥା ପାଲଟି ଯାଇଅଛି । ପ୍ରାଚୀନ ଗ୍ରନ୍ଥରେ ଖାଦ୍ୟ ଖାଉଥିବା ସମୟରେ କିଛି ନିୟମ କୁହାଯାଇଅଛି ଯାହା ଆମ୍ଭକୁ ଧ୍ୟାନରେ ରଖିବାକୁ ହେବ । ଆସନ୍ତୁ ତାହା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିବା । ବାସ୍ତୁ ଅନୁଯାୟୀ ଭୋଜନ ଗ୍ରହ ଙ୍କୁ ବୃହସ୍ପତି ଗ୍ରହ ର ପ୍ରତୀକ ମାନାଯାଇଅଛି । ଏଣୁ ଭୋଜନ କକ୍ଷ ଶୌଚାଳୟ ର ସମ୍ମୁଖରେ କେବେ ନ ବନାନ୍ତୁ ।
ଖାଦ୍ୟ ଖାଉଥିବ ସମୟରେ ମଧ୍ୟ ଦିଗ ମାନଙ୍କ ର ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ । ଉତ୍ତର ତଥା ପୂର୍ବ ଦିଗ କୁ ମୁହଁ କରି ଖାଇବା ସର୍ବୋତ୍ତମ ମାନାଯାଇଅଛି । ଏହା ଦ୍ଵାରା ମନୁଷ୍ୟ ର ସ୍ୱାସ୍ଥ୍ୟ ସଠିକ ରହିଥାଏ । ଏହା ସହିତ ଦେବୀ ଦେବତାଙ୍କ କୃପା ମଧ୍ୟ ବନିରହିଥାଏ । ଏହା ସହିତ ମନୁଷ୍ୟ କୁ ଯଶର ପ୍ରାପ୍ତି ହୋଇଥାଏ ।
ଶାସ୍ତ୍ର ଅନୁଯାୟୀ ତଳେ ବସି ଭୋଜନ କରିବା ସର୍ବୋତ୍ତମ ମାନାଯାଇଅଛି । ଚେୟାର ଉପରେ ବସି ଗୋଡ ହଲାଇ ଖାଦ୍ୟ ସେବନ କରିବା ଅନୁଚିତ । ଏଭଳି କରିବା ଅଶୁଭ ହୋଇଥାଏ । ପଶ୍ଚିମ ଦିଗ ଆଡକୁ ମୁହଁ କରି ଖାଦ୍ୟ ସେବନ କରିଲେ ବ୍ୟକ୍ତି ଙ୍କ ଆର୍ଥିକ ସ୍ଥିତି ସଠିକ ରହିଥାଏ । ଫଟା ବାସନରେ ଭୋଜନ କରିବା ଅନୁଚିତ ଅଟେ । ଏଭଳି କରିବା ଦୁର୍ଭାଗ୍ୟ କୁ ଆମନ୍ତ୍ରଣ ଦେବା ସାଦୃଶ୍ୟ ହୋଇଥାଏ ।
ଭୋଜନ କେବେ ମଧ୍ୟ ନିଜ ବେଡ ଉପରେ ବସି ଖାଇବା ଅନୁଚିତ । ଏହାଦ୍ଵାରା ଅନ୍ନର ଅପମାନ ହୋଇଥାଏ ଏବଂ ରାହୁ ଅପ୍ରସନ୍ନ ହୋଇଥାନ୍ତି । ତଳେ ବସି ଖାଦ୍ୟ ଖାଇଲେ ଆମ୍ଭ ଶରୀରର ତାପମାନ ସଠିକ ରହିଥାଏ । ମାତ୍ର ଖଟ ଉପରେ ବସି ଖାଦ୍ୟ ଖାଇଲେ ଆମ୍ଭ ଶରୀରର ତାପମାନ ବାହାରି ନଥାଏ । ଏହାଦ୍ଵାରା ଆମ୍ଭର ପାଚନ କ୍ରିୟା ରେ ମଧ୍ୟ ଅସୁବିଧା ଦେଖାଯାଇଥାଏ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ