ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ହେଉଛି ଏଭଳି ଏକ ବିଷୟ ଯାହା ଆମକୁ ସମସ୍ତ ପ୍ରକାର ନକରାତ୍ମକ ଉର୍ଜା ରୁ ରକ୍ଷା କରିଥାଏ ଏବଂ ଆମ ଜୀବନ ରେ ସକରାତ୍ମକତା ସୃଷ୍ଟି କରିଥାଏ । ବାସ୍ତୁ ଶାସ୍ତ୍ର ର ନିୟମ ଅନୁସାରେ କାର୍ଯ୍ୟ କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ ।
ଆଜି ଆମେ ଆପଣ ମାନଙ୍କୁ ବାସ୍ତୁ ଶାସ୍ତ୍ର ରେ ଥିବା ବିଛଣା ସହ ଜଡ଼ିତ କିଛି ଗୁରୁତ୍ତ୍ୱପୂର୍ଣ୍ଣ ନିୟମ ବିଷୟ ରେ କହିବୁ । ଶାସ୍ତ୍ର ଅନୁସାରେ ଏଭଳି ୩ ଟି ଜିନିଷ ରହିଛି ଯାହାକୁ କେବେବି ବିଛଣା ତଳେ ରଖିବା ଉଚିତ ନୁହେଁ । ଯଦି ଆପଣ ଏହି ଜିନିଷ ବିଛଣା ତଳେ ରଖିବେ ତାହେଲେ ଏହାଦ୍ବାରା ଆପଣଙ୍କ ଜୀବନ ଉପରେ କୁପ୍ରଭାବ ପଡ଼ିଥାଏ ଓ ଜୀବନ ରେ ଶାନ୍ତି ନଷ୍ଟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ ସମ୍ବନ୍ଧରେ ।
୧. ବନ୍ଧୁଗଣ ପ୍ରଥମ ରେ ହେଉଛି, ଜୋତା ବା ଚପଲ । କିଛି ଲୋକ ଅବହେଳା ଅଥବା ସ୍ଥାନ ର ଅଭାବ କାରଣରୁ ନିଜ ଜୋତା ବା ଚପଲ କୁ ବିଛଣା ତଳେ ରଖି ଦେଇଥାନ୍ତି । କିନ୍ତୁ ଏପରି କରିବା ଆଦୋୖ ଉଚିତ ନୁହେଁ । ଜୋତା ଓ ଚପଲ ରେ ନକରାତ୍ମକ ଶକ୍ତି ରହିଥାଏ । ଯଦି ଆପଣ ଏହାକୁ ବିଛଣା ତଳେ ରଖି ଶୋଇବେ ତେବେ ସେହି ନକରାତ୍ମକ ଶକ୍ତି ଗୁଡ଼ିକ ଆପଣଙ୍କ ମଧ୍ୟରେ ପ୍ରବେଶ କରିଥାଏ । ଯାହା ଭବିଷ୍ୟତ ରେ ଆପଣଙ୍କ ବିନାଶ ର କାରଣ ସାଜିଥାଏ ।
୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି, ଗୋଡ଼ ପୋଛା ବା ପାପୋଛ । ପ୍ରାୟତଃ ବ୍ୟକ୍ତି ଗୋଡ଼ ପୋଛା କୁ ନିଜ ଖଟ ର ପାଖରେ ରଖିବାକୁ ପସନ୍ଦ କରନ୍ତି । କାରଣ ସେମାନେ ଶୋଇବା ପୂର୍ବରୁ ଆପଣ ଗୋଡ଼ ଧୋଇଥାନ୍ତି, ଖଟ କୁ ଯିବା ପୂର୍ବରୁ ଆପଣ ଗୋଡ଼ ପୋଛା ରେ ନିଜର ପାଦ ପୋଛିଥାନ୍ତି ।
ଏହାଦ୍ବାରା ଆପଣଙ୍କ ପାଦ ରେ ଥିବା ପାଣି ଓ ଧୂଳି ସେଥିରେ ରହିଯାଏ ଏବଂ ଆପଣଙ୍କ ବିଛଣା ଅସନା ହୁଏନାହିଁ । ଗୋଡ଼ପୋଛା କୁ ଆପଣ ବିଛଣା ର ସାମାନ୍ୟ ଦୂର ରେ ରଖି ପାରିବେ । କିନ୍ତୁ ଧ୍ୟାନ ରଖିବେ ଯେ ଯେପରି ଏହା ବିଛଣା ତଳକୁ ନ ଯାଉ । କାରଣ ଏଥିରେ ନକରାତ୍ମକ ଉର୍ଜା ରହିଥାଏ । ଯାହା ଆପଣଙ୍କ ଜୀବନ ରେ କୁପ୍ରଭାବ ପକାଇ ଥାଏ ।
୩. ବନ୍ଧୁଗଣ ତୃତୀୟ ରେ ହେଉଛି, ଆପଣ ଧ୍ୟାନ ରଖିବା ଉଚିତ ଯେ, ଆପଣ ଯେଉଁ ବିଛଣାରେ ଶୋଉଛନ୍ତି ତାହା ତଳେ ଫାଟ ଯେପରି ନଥାଉ । କାରଣ ଫାଟ ସୃଷ୍ଟି ହେବା ଦ୍ଵାରା ଆପଣଙ୍କ ଘରକୁ ଦାରିଦ୍ର୍ୟତା ଆସିଥାଏ ଏବଂ ବହୁତ ଧନ ଖର୍ଚ୍ଚ ହୋଇଥାଏ । ତେଣୁ ଏପରି ଭୁଲ କେବେବି କରନ୍ତୁ ନାହିଁ ଏବଂ ଉଚିତ ସ୍ଥାନରେ ନିଜର ଖଟ ବା ବିଛଣା କୁ ରଖନ୍ତୁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ