ବିବାହିତା ମହିଳା ପାଦରେ କାହିଁକି ପିନ୍ଧନ୍ତି ଗୋଡମୁଦି ? କାରଣ ଜାଣିଲେ ଆପଣ ମଧ୍ୟ ବିସ୍ମୟ ହୋଇଯିବେ…

ବନ୍ଧୁଗଣ ଯେତେବେଳେ ଗୋଟିଏ ଝିଅର ବିବାହ ହୋଇଥାଏ ତେବେ ସେହି ଝିଅଙ୍କୁ ଗୋଡ ମୁଦି ପିନ୍ଧିବା ପାଇଁ କୁହାଯାଇଥାଏ । କାରଣ ବିବାହ ପରେ ମହିଳା ମାନଙ୍କୁ ଗୋଡମୁଦି  ପିନ୍ଧିବାର ଏକ ସ୍ଵତନ୍ତ୍ର ମହତ୍ଵ ରହିଥାଏ । ମହିଳା ଗୋଡରେ ଗୋଡମୁଦି ପିନ୍ଧିବା ଦ୍ଵାରା ସ୍ଵାମୀର ମଙ୍ଗଳ ହେବା ସହ ଏହା ସେହି ମହିଳା ମାନଙ୍କର ସ୍ଵାସ୍ଥ ଉପରେ ମଧ୍ୟ ବହୁତ ଭଲ ପ୍ରଭାବ ପକାଇଥାଏ । ଗୋଡ ମୁଦି ସବୁବେଳେ ଚାନ୍ଦିର ହିଁ ହେବା ଦରକାର ହୋଇଥାଏ ।

ଏହାକୁ ସୁନାରେ ଏଥିପାଇଁ ତିଆରି କରାଯାଏ ନାହିଁ କାରଣ ସୁନା ଅଣ୍ଟା ତଳକୁ ପିନ୍ଧାଯାଏ ନାହିଁ । ସୁନା ମାତା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ଅଟେ । ସେଥିପାଇଁ ସୁନା ଦ୍ଵାରା ପ୍ରସ୍ତୁତ କୌଣସି ବି ଜିନିଷ ଗୋଡରେ ପିନ୍ଧିବା ଉଚିତ ନୁହେଁ । ତେବେ ବନ୍ଧୁଗଣ ମହିଳା ମାନେ ବିବାହ ପରେ ଗୋଡ ଆଙ୍ଗୁଠିରେ ଗୋଡମୁଦି କାହିଁକି ପିନ୍ଧିଥାନ୍ତି ? ସେ ସମ୍ପର୍କରେ ଆଜି ଆମେ ଆପଣଙ୍କୁ ବିସ୍ତାର ଭାବେ କହିବାକୁ ଯାଉଛୁ । ଯାହା ଜାଣିବାର ଆବଶ୍ୟକତା ବିଶେଷ କରି ମହିଳା ମାନଙ୍କୁ ନିହାତି ଭାବେ ରହିଛି ।

1- ଗୋଡର ଆଙ୍ଗୁଠିରେ ଏଥିପାଇଁ ଗୋଡମୁଦି ପିନ୍ଧାଯାଏ କାରଣ ଏହା ଗୋଡର କିଛି ତନ୍ତ୍ରିକା ଉପରେ ପ୍ରଭାବ ପକାଇଥାଏ । ଯାହା ସ୍ୱାସ୍ଥ୍ୟ ସହ ଜଡିତ ହୋଇଥାଏ ।

2- ଏହାର ପ୍ରୟୋଗ ତ ବହୁତ ପୁରୁଣା ସମୟରୁ ହୋଇ ଆସୁଅଛି । ଆପଣଙ୍କୁ କହିଦେଉଛୁ କି ଯେତେବେଳେ ରାବଣ ମାତା ସୀତାଙ୍କୁ ଅପହରଣ କରି ନେଇଥିଲେ ସେତେବେଳେ ମାତା ସୀତା ରାସ୍ତା ଦର୍ଶାଇବା ପାଇଁ ନିଜର ଗୋଡ ମୁଦିକୁ ଫୋପାଡି ଦେଇଥିଲେ ଯାହା ଦ୍ଵାରା ଶ୍ରୀରାମଙ୍କୁ ତାଙ୍କର ଠିକଣା ଜଣା ପଡିବ ।

3- ଏହା ମହିଳାମାନଙ୍କୁ ଗର୍ଭ ଧାରଣ କରିବା ପାଇଁ ଭଲ ଅବସର ଦେଇଥାଏ କାରଣ ଏହା ମହିଳାଙ୍କ ମାସିକ ଧର୍ମର ଚକ୍ରକୁ ଠିକ ରଖିଥାଏ ।

4- ଯେଉଁ ଆଙ୍ଗୁଠିରେ ଗୋଡ ମୁଦି ପିନ୍ଧାଯାଏ ସେହି ଆଙ୍ଗୁଠିର ସମ୍ବନ୍ଧ ଗର୍ଭ ସହ ହୋଇଥାଏ ଓ ହୃଦୟ ପର୍ଯ୍ୟନ୍ତ ମଧ୍ୟ ଯାଇଥାଏ ।

5- ଆପଣ ସମସ୍ତେ ଏହା ଜାଣିଛନ୍ତି କି ସୁନା କିମ୍ବା ଚାନ୍ଦି ପିନ୍ଧିବା ଦ୍ଵାରା ଶରୀରରେ ବହୁତ ଭଲ ଊର୍ଜା ପ୍ରବେଶ କରିଥାଏ । ଯାହା ଶରୀରକୁ ତାଜା ଓ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ।

ଚାନ୍ଦି ଧୁର୍ବୀୟ ଊର୍ଜାକୁ ଗ୍ରହଣ କରିଥାଏ ଓ ଶରୀରକୁ ଦେଇଥାଏ । ଯାହା ଦ୍ଵାରା ଶରୀର ସୁସ୍ଥ ରହିବା ସହ କେତେକ ରୋଗରୁ ମଧ୍ୟ ଦୂରେଇ ରଖିଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *