ବିବାହରେ ବାର ସହିତ କାହିଁକି ଯାଏ ମାର୍କୁଣ୍ଡି ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ, ବରଯାତ୍ରୀ ଯାଉଥିବା ସମୟରେ ଶିଶୁପୁତ୍ର ଟିଏ ବରବେସ ରେ ବସିଥାଏ, ଏହି ମାର୍କୁଣ୍ଡି ବରବେସ ରେ ବସି କାହିଁକି ଯାଇଥାଏ ? ଆପଣ ଜାଣନ୍ତି କି ? ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା । ଥରେ ଏକ ବଡ ପଟୁଆରରେ ବର ଯାଉଥିବାର ଦେଖିଲେ ଦେବରାଜ ଇନ୍ଦ୍ର । ସେ ଭାବିଲେ ତାଙ୍କ ଇନ୍ଦ୍ରପଦ ଛଡାଇ ନେବାକୁ ବୋଧହୁଏ କେହି ଆକ୍ରମଣ କରିବାକୁ ଆସୁଛି । ସେ ସଙ୍ଗେ ସଙ୍ଗେ ତାଙ୍କ ଅମୁଘ ବଜ୍ର ପ୍ରୟୋଗ କରିଥିଲେ । ଏବଂ ସେଥିରେ ବର ସହିତ ସମସ୍ତ ଙ୍କର ମୃ-ତ୍ୟୁ ହୋଇଗଲା ।

କନ୍ୟାର ପିତା କନ୍ୟା ର ବିବାହ ନ କରାଇ ପାରି ଆକୁଳ ରେ ପ୍ରାର୍ଥନା କରିଲେ, ଅଜଣତରେ ଏକ ଭୁଲ ହୋଇଯାଇଥିବାରୁ ଇନ୍ଦ୍ରଦେବ ଅନୂତାପ କରିଲେ । ଏହାପରେ ବରଯାତ୍ରୀ ଗଲା ସମୟରେ ବରକୋଳରେ ଏକ ଶିଶୁପୁତ୍ର ବସାଇବାକୁ ନାରଦ ପ୍ରସ୍ତାବ ଦେଲେ । ଏହାର ଅର୍ଥ ଥିଲା ଯେ ଶିଶୁ କୁ ଦେଖିଲେ ଶିଶୁ ହତ୍ୟା ପାପ ବୋଲି ଚିନ୍ତା କରି ଆଉ କେହି ଆକ୍ରମଣ କରିବେ ନାହିଁ ।

ଏହିଭଳି ଭାବରେ ବର ଯିବାର ବିଧି ରହିଅଛି । ବିବାହ ଏକ ଏଭଳି ବନ୍ଧନ ଯାହା ଦୁଇ ପରିବାର ସହିତ ଦୁଇ ମଣିଷକୁ ମଧ୍ୟ ଗୋଟିଏ କରାଇ ଥାଏ । ଶାସ୍ତ୍ର ଅନୁସାରେ ଅନେକ ପ୍ରଥା ମାନ ରହିଅଛି ଯାହାକୁ କେହି କେହି ମାନି ସଂପୂର୍ଣ୍ଣ ବିବାହ କରିଥାନ୍ତି । ଆଉ କେହି କେହି ଏହି ବିଷୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ଅନେକ କଥା କୁ ମାନି ତଥା ରୀତିନୀତି କୁ ମାନି ବିବାହ କରିଲେ ସମସ୍ତଙ୍କ ମଙ୍ଗଳ ହୋଇଥାଏ ।

ଯଦି ନିଜ ମନଇଛା ବିବାହ କାର୍ଯ୍ୟ କରନ୍ତି ତେବେ ମଧ୍ୟ ନାନା ପ୍ରକାରର ସମସ୍ୟା ଦେଖାଯାଇଥାଏ । କନ୍ୟା ବିବାହ ପରେ ଶାଶୁଘରକୁ ଗଲେ ତାହା ଉପରେ ଘରର ଦାଇତ୍ଵ ସହିତ ବହୁତ ସମ୍ପର୍କ ଯୋଡି ହୋଇଯାଇଥାଏ । ସେ ସବୁକୁ ମାନି ନୂତନ ଘରେ ଅଜଣା ଅଚିହ୍ନା ପରିବାରରେ ନିଜକୁ ଆଡଯଷ୍ଟ କରିବା ବହୁତ କଠିନ ତଥାପି ଏକ ଉତ୍ତମ କନ୍ୟା ସବୁକିଛି ତ୍ୟାଗ କରି ନିଜ ସ୍ଵାମୀ ତଥା ନିଜ ଶାଶୁ ଘରର ସେବା କରିବାରେ ନିଜ ଜୀବନ ଅର୍ପିତ କରିଦେଇଥାଏ ।

ଯଦି ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଉଚିତ ବୁଝାମଣା ରହିବ ତେବେ ଜୀବନ ଆନନ୍ଦପୂର୍ଣ୍ଣ ଭାବରେ ବିତିଯିବ । ତେବେ ଆଜି ଆମ୍ଭେ ଆପଣଙ୍କୁ କହିଲୁ ବିବାହ ତଥା ବର କୋଳରେ ଶିଶୁପୁତ୍ର କାହିଁକି ବସିଥାଏ, ଏ ନେଇ ସଂପୂର୍ଣ୍ଣ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *