ବିବାହ ସମୟ ରେ କନ୍ଯାର ଋତୁଶ୍ରାବ ହେଲେ କଣ କରିବା ଉଚିତ ? ଏହା ସହିତ ପଢନ୍ତୁ ଆଜିର 14ଟି Anuchinta

ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକର ପାଳନ କରିବା ଉଚିତ । ଏହା ଦ୍ଵାରା ମଣିଷ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ଏହା ସହିତ ମଣିଷକୁ କେବେ ହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ଅନୁଚିନ୍ତା ବିଷୟରେ । ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବାକୁ ହେଲେ କେଉଁ ନୀତି ନିୟମ ପାଳନ କରିବା ଆବଶ୍ୟକ ? ଆସନ୍ତୁ ତାହା ସମ୍ବନ୍ଧରେ ଜାଣିବା ।

୧- ବନ୍ଧୁଗଣ ବିବାହ ହେଉଛି ୮ ପ୍ରକାରର ଯଥା – ବ୍ରହ୍ମ, ଦୈବ, ଆର୍ଷ, ପ୍ରଜାପତ୍ୟ, ଆସୁର, ଗାନ୍ଧର୍ବ୍ୟ, ରାକ୍ଷସ ଓ ପିଶାଚ । ବ୍ରହ୍ମ, ଦୈବ,ଆର୍ଷ, ପ୍ରଜାପତ୍ୟ ଏହି ଚାରି ପ୍ରକାରର ବିବାହ ଶାସ୍ତ୍ର ସନ୍ନତ ହୋଇଥାଏ । ବରଠାରୁ ଧନ ନେଇ ତାକୁ କନ୍ୟା ବିବାହ ଦେଲେ ଆସୁର ବିବାହ କୁହାଯାଏ ।

୨- ଯଦି ନିଜ ଇଚ୍ଛାରେ ବର କନ୍ୟା ବିବାହ କଲେ ତାକୁ ଗାନ୍ଧର୍ବ ବିବାହ କୁହାଯାଏ ।

୩- କନ୍ୟା ପିତାଠାରୁ କନ୍ୟାକୁ ଛଡାଇ ଆଣି ବିବାହ କଲେ ତାକୁ ରାକ୍ଷସ ବିବାହ କୁହାଯାଏ ।

୪- କପଟ କରି କନ୍ୟାକୁ ଭୁଲାଇ ବିବାହ କଲେ ତାକୁ ପିଶାଚ ବିବାହ କୁହାଯାଇଥାଏ ।

୫- ବରକୁ ନିଜ ଘରକୁ ନିମନ୍ତ୍ରଣ କରିଆଣି ଯଥାଶକ୍ତି କନ୍ୟାକୁ ଅଳଙ୍କୃତ କରି ବିବାହ ଦେଲେ ତାଙ୍କଠାରୁ ଉତ୍ପନ୍ନ ପୁତ୍ର ଉଭୟ କୁଳର ଏକୋଇଶ ପୁରୁଷ ଉଦ୍ଧାର କରେ । ବାତୁଳ, ପତିତ, କୁଷ୍ଠ ରୋଗୀ, ନପୁଂସକ, ଅନ୍ଧ, ବଧିର, ଅପରିଷ୍କାର ରୋଗୀକୁ କନ୍ୟା ଦେବା ଉଚିତ ।

୬- ବରର କୂଳ, ସ୍ଵଭାବ, ବୟସ, ରୂପ, ବିଦ୍ୟା ଓ  ଧନ ର ସହାୟତା ଗୁଣ ପରୀକ୍ଷା କରି କନ୍ୟା ଦାନ କରିବା ଉଚିତ ।

୭- ଯେଉଁ ପୁରୁଷର ଗୃହ ଓ ଗ୍ରୀବା ସୁଦୃଢ ହୋଇଥିବ  । ଶୁକ୍ର ଗାଢ଼ ହୋଇଥିବ ଓ ମୂତ୍ର ଶବ୍ଦ ଓ ଫେଣ ଯୁକ୍ତ ହୋଇଥିବ ତାକୁ ଉତ୍ତମ ଲକ୍ଷଣ ଯୁକ୍ତ ପୁରୁଷ କୁହାଯାଏ । ୮- ବରର ମାତାର ନାମ ଯଦି କନ୍ୟାର ନାମ ସହିତ ସମାନ ହୋଇଥାଏ, ତେବେ ବିବାହ ଦେବା ଅନୁଚିତ । ଯେଉଁ କନ୍ୟା ଶ୍ୟାମା, ଯାହାର କେଶ ଉତ୍ତମ, ଦେହ ଅଳ୍ପ ଲୋମଯୁକ୍ତ, ଗମନ ମୋନୋହର, ଦାନ୍ତ ସୁନ୍ଦର ଏମାନେ ବିବାହ ଯୋଗ୍ୟ ଅଟନ୍ତି ।

୯- ସମାନ ପ୍ରକାର ଜାତ କନ୍ୟା, ଶିଷ୍ୟର ସନ୍ତତି ଏମାନଙ୍କ ସହିତ ବିବାହ ନିଷିଦ୍ଧ ଅଟେ । ବଡ଼ଭାଇ ବିବାହ ନ ହୋଇ ଥିଲେ ସାନ ଭାଇ ବିବାହ କଲେ ପତିତ ହୁଏ । ବଡ଼ ଭଉଣୀ ଥାଉ ଥାଉ ସାନ ଭଉଣୀର ବିବାହ ଶାସ୍ତ୍ର ନିଷିଦ୍ଧ ଅଟେ । ଏକା ବର୍ଷରେ ଦୁଇ ଭାଇ କିମ୍ବା ଦୁଇ ଭଉଣୀ ବିବାହ କରିବା ଅନୁଚିତ ।

୧୦- ୬ ମାସ ମଧ୍ୟରେ ବିବାହ କଲେ କନ୍ୟା ତିନି ବର୍ଷରେ ବିଧବା ହୁଏ । ମାମୁର ଝିଅ, ମାତୃ କୂଳରୁ ଜାତ ହୋଇଥିବା କନ୍ୟା ସହିତ ବିବାହ ନିଷିଦ୍ଧ ଅଟେ । ଭିନ୍ନ ଭିନ୍ନ ମାତା ଠାରୁ ଜାତ ହୋଇଥିବା ସନ୍ତାନ ଏକ ଦିନରେ ଓ ଏକ ମଣ୍ଡପରେ ବିବାହ କରିପାରିବେ । ଯାଆଁଳା ଦୁଇ ଭାଇ କିମ୍ବା ଦୁଇ ଭଉଣୀ ଏକା ବର୍ଷ ଓ ଏକା ଦିନରେ ବିବାହ କରିପାରିବେ ।

୧୧- ବିବାହ ଚାଲୁଥିବା ସମୟରେ ଅଶୌଚ ଘଟିଲେ ଏହା ଅଶୁଭ ହୋଇଥାଏ । ଏମିତି ସ୍ଥିତିରେ କର୍ମ ବନ୍ଦ୍ କରିବା ଉଚିତ ନୁହେଁ । ବିବାହ ସମୟରେ କନ୍ୟା ଋତୁମତି ହେଲେ ତାକୁ ସ୍ନାନ କରାଇ ସଂସ୍କାର କରି ବିବାହ କରାଇବା ଉଚିତ ହୋଇଥାଏ ।

୧୨- ବିବାହ ସମୟରେ ଯଦି ବର କିମ୍ବା କନ୍ୟାର ମାତା ରାଜସ୍ଵଳା ହୁଏ ତେବେ ସେହି ସମୟରେ ବିବାହ କର୍ମ ହୁଏ ନାହିଁ । ଶୁଦ୍ଧି ପରେ ହୋଇଥାଏ ।

୧୩- କନ୍ୟା ଦାନ, ଦୀପ ଦାନ, ଅନ୍ନ ଦାନ,ଆଶ୍ରୟ ଦାନ ରାତ୍ର କାଳରେ କରାଗଲେ ଅଶୁଭ ହୋଇନଥାଏ ।

୧୪- ଜ୍ୟେଷ୍ଠ ମାସରେ ଜୈଷ୍ଠ ପୁତ୍ର କିମ୍ବା କନ୍ୟାର ବିବାହ ନିଷିଦ୍ଧ ଅଟେ । ମାଘ, ଫାଲଗୁନ, ବୈଶାଖ, ମାର୍ଗଶୀର, ଜୈଷ୍ଠ ଓ ଆଷାଢ଼ ମାସରେ ବିବାହ କଲେ କନ୍ୟା ସୌଭାଗ୍ୟବତି ଓ ଧନଧାନ୍ୟବତି ହୋଇଥାଏ ।

ବନ୍ଧୁଗଣ ଏହି ବିଶେଷ ବିବରଣୀ ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *